ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା

ଚେନ୍ନାଇ: ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳୁନି ଡ୍ରାଇଭିଂ ଲାଇସେନ୍ସ। ଦେଶର ନୂଆ ଟ୍ରାଫିକ୍‌ ନିୟମ ଲାଗୁହେବା ପରେ ଡ୍ରାଇଭିଂ ଲାଇସେନ୍ସ ନେବା ପାଇଁ ଆର୍‌ଟିଓ ଅଫିସ୍‌ଗୁଡ଼ିକରେ ଲୋକଙ୍କର ଭିଡ଼ ଲାଗୁଛି। ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିମାନେ ସମସ୍ତ ଦସ୍ତାବିଜ୍‌ ସହ ଲାଇସେନ୍ସ ପାଇଁ ଅପେକ୍ଷା କରୁଛନ୍ତି। କିନ୍ତୁ ଯେଉଁ ଯୁବତୀ କିମ୍ବା ମହିଳା ଜିନ୍ସି ବା କେପ୍ରି (ମହିଳାମାନେ ପିନ୍ଧୁଥିବା ୧/୪ ପ୍ୟାଣ୍ଟ) ପିନ୍ଧୁଛନ୍ତି, ସେମାନଙ୍କୁ ଆରଟିଓ ପକ୍ଷରୁ ଡ୍ରାଇଭିଂ ଲାଇସେନ୍ସ ଦିଆଯାଉନାହିଁ।

କଥାଟି ଆପଣଙ୍କୁ ବେଆଇନ୍‌ ଓ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଚେନ୍ନାଇର ଆରିଟିଓ ଅଫିସ ଅଘୋଷିତ ଭାବେ ଏଭଳି ନିୟମ ଲାଗୁ କରୁଥିବାରୁ ଅନେକ ଯୁବତୀ ଏବଂ ମହିଳା ହଇରାଣ ହଇରାଣ ହେଉଛନ୍ତି।

ଚେନ୍ନାଇରେ କାର୍ଯ୍ୟରତ ଜଣେ ଯୁବତୀ ପବିତ୍ରା କିଛିଦିନ ତଳେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେକେ ନଗର ଆରଟିଓ ଯାଇଥିଲେ। ସେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିବା ବେଳେ ଜିନ୍ସ ଓ ହାତ କଟା ଟପ୍ସ ପିନ୍ଧିଥିଲେ। ଏହାକୁ ଦେଖି ମଟୋର ଭେଇକିଲ ଇନସପେକ୍ଟର ତାଙ୍କୁ ଲାଇସେନ୍ସ ମିଳିପାରିବ ନାହିଁ ବୋଲି କହିଥିଲେ। ଏପରି କି ତାଙ୍କୁ ଡ୍ରାଇଭିଂ ଟେଷ୍ଟରେ ସାମିଲ ହେବାକୁ ମଧ୍ୟ ଅନୁମତି ଦେଇ ନଥିଲେ।

Related image

ପ୍ରଥମେ ସାଲୁଆର ଓ କମିଜ ପିନ୍ଧିକି ଆସିଲେ ଲାଇସେନ୍ସ ମିଳି ବୋଲି ସେ କହିଥିଲେ। ପବିତ୍ରା ମଧ୍ୟ ଉକ୍ତ ଅଧିକାରୀଙ୍କ କଥା ମାନି ତୁରନ୍ତ ଘରକୁ ଯାଇଥିଲେ ଏବଂ ସାଲୁଆର କମିଜ ପିନ୍ଧି ପୁଣିଥରେ ଲାଇସେନ୍ସ ପାଇଁ ଆବେଦନ କରିଥିଲେ।

ଏହି ଘଟଣାର ୧୦ ଦିନ ପୂର୍ବରୁ ସୁମାତି ନାମକ ଜଣେ କଲେ ଛାତ୍ରୀ କେପ୍ରି ଓ ଶାର୍ଟ ପିନ୍ଧି ଲାଇସେନ୍ସ ପାଇଁ ଯାଇଥିବାରୁ ତାଙ୍କୁ ମଧ୍ୟ ସମାନ ଅଧିକାରୀ ଜଣଙ୍କ ଫେରାଇ ଦେଇଥିଲେ। ସେ ଯୁକ୍ତିତର୍କ କରିବାରୁ ଅନ୍ୟ ଅଧିକାରୀମାନେ ମଧ୍ୟ ପ୍ରଥମେ ଡିସେଣ୍ଟ ପୋଷାକ ପିନ୍ଧନ୍ତୁ ଓ ପରେ ଲାଇସେନ୍ସ ପାଇଁ ଆବେଦନ କରନ୍ତୁ ବୋଲି କହିଥିଲେ।

ଅନ୍ୟପକ୍ଷରେ ଡ୍ରାଇଭିଂ ଲାଇନ୍ସ ପାଇଁ କୌଣସି ଡ୍ରେସ୍‌ କୋଡ୍‌ର ନିୟମ ନାହିଁ। ଆବେଦନକାରୀଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିଲେ ସେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ହେଲେ ଚେନ୍ନାଇ ଆରଟିଓ ଏଭଳି ନିୟମ ଲାଗୁ କରିବାର କାରଣ କ’ଣ ବୋଲି ସାଧାରଣରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

You might also like