ଟିକା ନେବାରେ ମହିଳା ପଛୁଆ : ୧୦୦୦ ପୁରୁଷରେ ୮୫୪ ମହିଳା ନେଇଛନ୍ତି ଟିକା

ନୁଆଦିଲ୍ଲୀ : କରୋନା ଟିକା ନେବାରେ ମହିଳା ପଛୁଆ । ତୁଳନାତ୍ମକ ଭାବେ ଟିକାକରଣ କାର୍ଯ୍ୟକ୍ରମରେ କମ୍ ମହିଳା ସାମିଲ ହେଉଛନ୍ତି । କରୋନାର ଦ୍ୱିତୀୟ ଲହରୀ ଦେଶରେ ଦୁର୍ବଳ ହେଉଥିଲେ ସୁଦ୍ଧା ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ଏବେ ଠାରୁ ଅସ୍ଥିରତା ବଢ଼ୁଛି । ଏପରିସ୍ଥଳେ ମହାମାରୀ ବିରୁଦ୍ଧରେ ସବୁଠାରୁ ବଡ଼ ଅସ୍ତ୍ର ହେଲା ଟିକାକରଣ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଟିକା ନେବା ପାଇଁ ଲୋକଙ୍କୁ ଅନେକ ଥର ନିବେଦନ କରିଛନ୍ତି । ତେବେ ସରକାରଙ୍କ ଏହି ଉଦ୍ୟମ ମଧ୍ୟରେ ମହିଳାମାନେ କରୋନା ଟିକା ନେବାରେ ବହୁ ପଛରେ ଅଛନ୍ତି। ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ୧୦୦୦ ପୁରୁଷଙ୍କ ମଧ୍ୟରେ କେବଳ ୮୫୪ ମହିଳା ଟିକା ନେଇଥିବା ଜଣାପଡ଼ିଛି ।

କରୋନା ଟିକାକରଣ ଅଭିଯାନରେ ଅଧିକାଂଶ ରାଜ୍ୟରେ ପୁରୁଷଙ୍କ ତୁଳନାରେ କମ୍ ମହିଳା କରୋନା ଟିକା ନେଉଛନ୍ତି। କେରଳ ଏବଂ ଛତିଶଗଡ ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାଙ୍କୁ ଟିକା ଦିଆଯାଇଛି । ଛତିଶଗଡରେ ବୟସ୍କ ଜନସଂଖ୍ୟା ମଧ୍ୟରେ୧୦୦୦ ପୁରୁଷ ଅନୁସାରେ୧,୦୧୩ ମହିଳା, କିନ୍ତୁ ଟିକା ନେଇଥିଲା ଜନସଂଖ୍ୟାରେ ମହିଳାଙ୍କ ଅନୁପାତ ହେଉଛି ୧୦୦୦ ପୁରୁଷ ପ୍ରତି ୧,୦୪୫ ମହିଳା । ସେହିଭଳି କିଛି କେରଳରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କେରଳରେ ବୟସ୍କ ଜନସଂଖ୍ୟାରେ ୧୦୦୦ ପୁରୁଷ ପ୍ରତି ୧,୧୨୬ ଜଣ ମହିଳା ହୋଇ ଥିବାବେଳେ ୧୦୦୦ ପୁରୁଷଙ୍କ ମଧ୍ୟରୁ ୧,୦୮୭ ମହିଳା ଟିକା ନେଇଛନ୍ତି ।

ଅନ୍ୟ ରାଜ୍ୟରେ ମହିଳାଙ୍କ ଟିକାକରଣ ସଂଖ୍ୟାରେ ହ୍ରାସର ମୁଖ୍ୟ କାରଣ ହେଉଛି , ସେମାନେ ଘରୁ ବାହାରକୁ ଯାଉନାହାଁନ୍ତି । ଏହା ସହିତ ମହିଳାମାନେ ଅନଲାଇନରେ ସ୍ଲଟ୍ ବୁକ୍ କରିବାରେ ଅସମର୍ଥ ଥିବା ଦେଖିବାକୁ ମିଳୁଛି । ହିମାଚଳ ପ୍ରଦେଶରେ ୫୦% ମହିଳା ଟିକା ନେଇ ସାରିଛନ୍ତି । ସେହିପରି ରାଜସ୍ଥାନରେ ୩୦ ପ୍ରତିଶତ ଜନସଂଖ୍ୟା କରୋନା ଟିକା ନେଇସାରିଥିବା ବେଳେ ଏଠାରେ ୪୮ ପ୍ରତିଶତ ମହିଳାଙ୍କୁ ଟିକା ଦିଆଯାଇଛି ।

ସେପଟେ ଜୁଲାଇରେ ଦେଶରେ ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ।  ପ୍ରାୟ ୭୪ କୋଟି ଡୋଜ୍ ଟିକା କିଣିବା ପାଇଁ କେନ୍ଦ୍ର ଅର୍ଡର କରିଥିବା ନେଇ ନିତି ଆୟୋଗ ସଦସ୍ୟ ଡାକ୍ତର ଭି.କେ ପଲ ସୂଚନା ଦେଇଛନ୍ତି। ୨୫ କୋଟି ଡୋଜ୍ କୋଭିସିଲ୍ଡ ,୧୯ କୋଟି ଡୋଜ୍ କୋଭାକ୍ସିନ ସହ ୩୦ କୋଟି ଡୋଜ୍ ବାୟୋଲୋଜିକାଲ-ଇ ଟିକା ପାଇଁ ବି ଅର୍ଡର ଦିଆଯାଇଥିବା ସେ କହିଛନ୍ତି। ୪୪ କୋଟି କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଡିସେମ୍ବର ମଧ୍ୟରେ ମିଳିବ। ସେମ୍ବେର ସୁଦ୍ଧା ବାୟୋଲୋଜିକାଲ-ଇ ଟିକା ମିଳିବ ବୋଲି ଡାକ୍ତର ପଲ୍ କହିଛନ୍ତି।

You might also like