ଗୋଟିଏ ବୋତଲ ବିୟରର ଦାମ୍‌ ୮୭ ହଜାର !

ମୁମ୍ବାଇ:ୟୁପିଆଇ (unified payments interface) ମାଧ୍ୟମରେ କିଣିଲେ ବିୟର। ହେଲେ ଦେବାକୁ ପଡ଼ିଲା ୮୭ ହଜାର ଟଙ୍କା। ଶୁଣି ଆଶ୍ଚର୍ଯ୍ୟ ଲାଗୁଚି ନା ? ହେଲେ କଥାଟି ସତ।

ମିଡିଆ ରିପୋର୍ଟ ଅନୁଯାୟୀ, ଜଣେ ମହିଳା ବିୟର ପାଇଁ  ମୁମ୍ବାଇର ପୋବାଇ ଅଞ୍ଚଳରେ ଷ୍ଟାର ୱାଇନ୍‌ ସପ୍‌କୁ ଫୋନ୍‌ କଲେ। ଦୋକାନ କର୍ମଚାରୀ ତାଙ୍କୁ ଗୁଗୁଲ୍‌ ପେ’ ଜରିଆରେ  ୪୨୦ ଟଙ୍କା ପେମେଣ୍ଟ କରିବାକୁ କହିଲେ। ଏଥିସହିତ ନିଜ ୟୁପିଆଇ ଆଇଡି ମଧ୍ୟ ମହିଳାଙ୍କୁ ଶେୟାର କଲେ।

ଆଇଡି ପାଇବା ପରେ ମହିଳାଙ୍କ ମୋବାଇଲ୍‌କୁ  ପେମେଣ୍ଟ ରିକ୍ୱେଷ୍ଟ ଆସିଥିଲା ଏବଂ ସେ ଏହାକୁ ଆକ୍‌ସେପ୍ଟ କରିଦଲେ। ଫଳରେ ତାଙ୍କ ଆକାଉଣ୍ଟରୁ ୨୯,୦୦୧ ଟଙ୍କ କଟିଗଲା। ଏତେ ଟଙ୍କା କଟିଯିବା ଦେଖି ମହିଳା ଜଣକ ଉକ୍ତ ଦୋକାନକୁ ପୁଣି ଥରେ ଫୋନ କରି ପଚରାଉଚରା କରିବା ପରେ ଦୋକାନ କର୍ମଚାରୀ ତାଙ୍କୁ କ୍ଷମା ମାଗିଥିଲେ।

ଫୋନ ରଖିବା ପରେ ପରେ ମହଳାଜଣକ ଦେଖିଲେ ତାଙ୍କ ଆକାଉଣ୍ଟରୁ ପୁଣି ୫୮ ହଜାର ଟଙ୍କା କଟି ଯାଇଛି। ଏଥର ମହିଳା ଜଣକ ଆଉ ନିଜକୁ ରୋକିପାରିଲେ ନାହିଁ। ସିଧା ଚାଲିଲେ ଦୋକାନକୁ। ଦୋକାନୀକୁ ପଚାରିବାରୁ ସେ ଯାହା ଉତ୍ତର ଦେଲେ ମହିଳାଙ୍କ ହୋଶ ଉଡ଼ିଗଲା।

ଦୋକାନୀ ଜଣକ କହିଲେ ଯେଉଁ ନମ୍ବରରେ ସେ କଲ୍‌ କରିଛନ୍ତି ସେ ନମ୍ବର ତାଙ୍କ ଦୋକାନର ନୁହଁ।

ଏ ନେଇ ମହିଳା ଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଗ୍ରାହକଙ୍କୁ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟିନେଲେ ୭ ଲକ୍ଷ

ଆସୁଛି ୫ଜି ନେଟୱାର୍କ, ଚୀନ ବଦଳରେ ଆମେରିକା ସହ ହାତ ମିଳାଇଛି ଭାରତ

କରୋନାରୁ ସୁସ୍ଥ ହେବାପରେ କ’ଣ କରିବେ?

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

You might also like