ସିଏଏ ଓ ଏନ୍‌ଆର୍‌ସି ପାଇଁ ତଥ୍ୟ ସଂଗ୍ରହ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ସିଏଏ ଓ ଏନ୍‌ଆର୍‌ସି ପାଇଁ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହରେ ଦେଶର ଦୁଇଭିନ୍ନ ଭିନ୍ନ ସ୍ଥାନରେ ମହିଳାଙ୍କ ଉପରେ ଆକ୍ରମଣ ହେଉଛି।

 

ରାଜସ୍ଥାନର କୋଟାରେ ନ୍ୟାଶନାଲ ଇକୋନୋମିକ ସେନସସ୍ ବିଭାଗର ମହିଳା କର୍ମଚାରୀଙ୍କୁ ଆକ୍ରମଣ ହୋଇଛି। ନାଜିରାନ ବାନୋ ନାମକ ଏହି କର୍ମଚାରୀ ୨୦୧୯୨୦ ସେନସସ୍ ପାଇଁ ବ୍ରିଜଧାମ ଅଞ୍ଚଳରେ ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରୁଥିଲେ। ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଲୋକମାନେ ଆକ୍ରମଣ ସମୟରେ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏବଂ ଯେଉଁ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିଥିଲେ ତାକୁ ଡିଲିଟ୍ କରିଦେଇଥିଲେ ବୋଲି ସେ କହିଛନ୍ତି। ତେବେ ସେ ନିଜକୁ ଜଣେ ମୁସଲମାନ ମହିଳା ବୋଲି କହିବାରୁ ଲୋକେ ତାଙ୍କୁ ଛାଡ଼ି ଦେଇଥିବା କହିଛନ୍ତି ନାଜିରାନ୍ ବାନୋ। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଅନ୍ୟପଟେ ପଶ୍ଚିମବଙ୍ଗରେ ଚୁମକି ଖାତୁନ ନାମକ ଜଣେ ମହିଳାଙ୍କୁ ଆକ୍ରମଣ ସହ ଦୃର୍ବୃତ୍ତମାନେ ତାଙ୍କ ଘର ପୋଡ଼ିଦେଇଥିବା ଅଭିଯୋଗ ହୋଇଛି। ମଧ୍ୟ ବୀରଭୂମ ଅଞ୍ଚଳର ଏହି ୨୦ ବର୍ଷୀୟ ଯୁବତୀ ଗୁଗଲ ଇଣ୍ଡିଆ ଓ ଟାଟା ଟ୍ରଷ୍ଟର ଡିଜିଟାଲ ସାକ୍ଷରତା ସର୍ଭେ କରୁଥିଲେ। ଲୋକେ ସିଏଏ ଓ ଏନଆରସି ପାଇଁ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରି ଆକ୍ରମଣ କରିଥିଲେ। ଏପରିକି ଗୌରବଜାର ଠାରେ ଚୁମକିଙ୍କର ଘରେ କିଛି ଲୋକ ପହଞ୍ଚି କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏପର୍ଯ୍ୟନ୍ତ ଏହି ଘଟଣାରେ କାହାକୁ ଗିରଫ କରାଯାଇନାହିଁ।

You might also like