ଟୋଲ୍‌ ଗେଟ୍‌ରେ ମହିଳା କର୍ମଚାରୀଙ୍କୁ ଚାପୁଡ଼ା ମାରିଲେ ଗାଡ଼ି ଚାଳକ

ଚଣ୍ଡିଗଡ଼: ଗତ କିଛି ମାସ ଧରି ଟୋଲ୍‌ ଗେଟ୍‌ରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। କିଛି ଦିନ ତଳେ ଗୁରଗାଓଁର ଏକ ଟୋଲ୍‌ ଗେଟ୍‌ରେ ଟଙ୍କା ମାଗିବା ପରେ ଗାଡ଼ି ଚାଳକ ଟୋଲ୍‌ ଗେଟ୍‌ରେ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ି ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଚାଳକ ଜଣକ ଫେରାର୍‌ ହୋଇଯାଇଥିଲେ।

ପୁଣି ଥରେ ଗୁରଗାଓଁରେ ସମାନ ଘଟଣା ଦେଖିବାକୁ ମିଲିଛି। ଗୁରଗାଓଁର ଖେରକି ଦୌଲା ଟୋଲ୍‌ ଗେଟ୍‌ରେ ଜଣେ ମହିଳା କର୍ମଚାରୀଙ୍କ ସହିତ ଗାଡ଼ି ଚାଳକ ଖରାପ ବ୍ୟବହାର କରିଛନ୍ତି। ଟଙ୍କା ନ ଦେଇ ଚାଲି ଯାଉଥିବାରୁ ମହିଳା କର୍ମଚାରୀ ତାଙ୍କୁ ଅଟକାଇଥିଲେ। କିନ୍ତୁ ଗାଡ଼ି ଚାଳକ ଜଣକ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିଲେ। ପ୍ରତି ବଦଳରେ ମହିଳା ଜଣକ ମଧ୍ୟ ସେହି ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଏହାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଥିବା ମହିଳା କର୍ମଚାରୀଙ୍କ ସହିତ ବୁଥ୍‌ରେ ତିନି ଜଣ ପୁରୁଷ ସହଯୋଗୀ ମଧ୍ୟ ଥିବା ଦେଖିବାକୁ ମିଳିଛି।

ଭାଇରାଲ୍‌ ହୋଇଥିବା ଏହି ଭିଡିଓକୁ ନେଇ ୟୁଜର୍ସମାନେ ଏହାକୁ ନିନ୍ଦା କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।

ମାଡ଼ ମାରିଥିବା ଗାଡ଼ି ଚାଳକଙ୍କୁ ଗିରଫ କରାଯାଇଛି ବୋଲି ଗୁରଗାଓଁ ପୁଲିସ୍‌ କହିଛି।

ଆହୁରି ପଢ଼ନ୍ତୁ

‘ଶକ୍ତି କ୍ଷେତ୍ରରେ ଭାରତର ଭବିଷ୍ୟତ ଉଜ୍ଜ୍ୱଳ ଓ ସୁରକ୍ଷିତ’

ଭାଇରାଲ ହେଉଛି ରାବଣଙ୍କ ଭାଙ୍ଗଡ଼ା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ମଣିଷ ଶରୀରରେ କରୋନା ଟିକା ଦିଆଯିବା ପରେ ଆସିଲା ରୋଚକ ତଥ୍ୟ

କାର୍ଗି‌ଲ୍‌ ଯୁଦ୍ଧକୁ ନେଇ ବଡ ଖୁଲାସା କଲେ ନବାଜ ସରିଫ

ପୁରୁଣା ମ୍ୟାପ ସହ ବିଜୟାଦଶମୀ ବାର୍ତ୍ତା ଦେଲେ ଓଲି

ଡୋଭାଲଙ୍କ ଚେତାବନୀ -‘ବିପଦ ଆସିଲେ ଛାଡ଼ିବୁନି’

ବିଜୟାଦଶମୀରେ ଶସ୍ତ୍ର ପୂଜା ପରେ ଡ୍ରାଗନକୁ ଏମିତି ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ

ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ

ଆର୍‌ବିଆଇ ଗଭର୍ଣ୍ଣରଙ୍କୁ କରୋନା

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

You might also like