୫ ଛୁଆଙ୍କୁ ଛାତ ଉପରୁ ତଳକୁ ଫିଙ୍ଗି ଦେଲେ ମହିଳା

ରାଞ୍ଚି: ଦୁଇ ମହଲାରୁ ଗୋଟିଏ ପରେ ଗୋଟିଏ ୫ ଜଣ ଛୁଆଙ୍କୁ ତଳକୁ ଫିଙ୍ଗି ଦେଲେ ମହିଳା। ହୋସ୍‌ ଉଡ଼ାଇ ଦେବା ଭଳି ଏହି ଘଟଣା ରବିବାର ସନ୍ଧ୍ୟା ୭ଟାରେ ଝାଡ଼ଖଣ୍ଡ ସାହିବଗଞ୍ଜରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବିହାରୀ ଲାଲ୍‌ ମଣ୍ଡଲ୍‌ ଭବନରେ ୧୦ଜଣ ଛୁଆ ଟିଭି ଦେଖୁଥିଲେ। ଏହି ସମୟରେ ସମ୍ପୃକ୍ତ ମହିଳା ବାହାନା ଦେଖାଇ ଛୁଆମାନଙ୍କୁ ଛାତ ଉପରକୁ ନେଇ ଯାଇଥିଲେ। ଏହାପରେ ଜଣକ ପରେ ଜଣେ ୫ଜଣ ଛୁଆଙ୍କୁ  ଛାତ ଉପରୁ ତଳକୁ ଫିଙ୍ଗି ଦେଇଥିଲେ।

ଏହି ଘଟଣାରେ ୨ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ସେମାନଙ୍କୁ ବଞ୍ଚାଇବାକୁ ଯାଇ ଜଣେ ଯୁବକ ମଧ୍ୟ ଆହତ ହୋଇଛନ୍ତି।

କାହିଁକି ମହିଳା ଜଣକ ଏଭଳି ଚରମ ପଦକ୍ଷେପ ନେଲେ  ତା’ର କାରଣ ଜଣାପଡ଼ିନାହିଁ। ତାଙ୍କର ମାନସିକ ଅବସ୍ଥା ଠିକ୍‌ ନଥିବା ଜଣାପଡ଼ିଛି।

ଉକ୍ତ ମହିଳାଙ୍କୁ ପଚରାଉଚରା ପାଇଁ ସଦର ପୋଲିସ୍‌ ଷ୍ଟେସନ ଡକାଯିବା ସହ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like