ଦୋକାନରୁ ଗାଡ଼ି ଚୋରି କରି ଚାଲିଆସିଲେ ହେଲେ ଛୁଆକୁ ଆଣିବାକୁ ଭୁଲି ଗଲେ ମହିଳା

ନୂଆଦିଲ୍ଲୀ: ଭଦ୍ର ବେଶରେ ଦୋକାନକୁ ଯାଇ ଦୋକାନୀଙ୍କ ଅନ୍ୟମନସ୍କତାରେ ଜିନିଷ ଚୋରି କରିଲେ। ଚୋରି ଜିନିଷ ଧରି ତରତର ହୋଇ ଦୋକାନ ବାହାରକୁ ଚାଲି ଗଲେ। ହେଲେ ଭୁଲିଗଲେ ଛୁଆ କଥା।…ଏମିତି ଏକ ମଜାଦାର ଘଟଣା ଘଟିଛି ନିଉଜର୍ସିରେ।

ତିନିଜଣ ଭଦ୍ର ମହିଳା ନିଉଜର୍ସିର ‘ବାମ୍ବି ବେବି’ ନାମକ ଏକ ଦୋକାନକୁ ଯାଇଥିଲେ। ଦୁଇଜଣ ମହିଳା ଦୋକାନ କର୍ମଚାରୀ ସହ କଥାବାର୍ତ୍ତା ମାଧ୍ୟମରେ ତାଙ୍କ ନଜର ହଟାଇବାରେ ସଫଳ ହୋଇଥିବାବେଳେ ଅନ୍ୟଜଣେ ମହିଳା ଏକ ଷ୍ଟ୍ରୋଲର(ପିଲାଙ୍କ ଗାଡ଼ି) ଧରି ପଳାଇ ଆସିଥିଲେ। ହେଲେ କିଛି ସମୟ ପରେ ଏହି ଚୋରି ଘଟଣାର ଭଣ୍ଡାଫୋଡ୍‌ ହୋଇ ଯାଇଥିଲା। କାରଣ ଏସବୁ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ଥିଲା। ହେଲେ ଘଟଣା ସେତିକିରେ ସୀମିତ ନ ଥିଲା।

Image Credit: Internet

ମହିଳା ଜଣକ ଷ୍ଟ୍ରୋଲର ଧରି ପଳାଇବାର କିଛି ସମୟ ପରେ ଅନ୍ୟ ୨ ଜଣ ମହିଳା ମଧ୍ୟ ସେଠାରୁ ଚାଲି ଯାଇଥିଲେ। ହେଲେ ଏହାର ୬ ମିନିଟ ପରେ ଷ୍ଟ୍ରୋଲର ଚୋରି କରିଥିବା ମହିଳା ପୁଣି ଥରେ ସେହି ଦୋକାନକୁ ଆସିଲେ। କାରଣ ଜିନିଷ ଚୋରାଇବା ନିଶାରେ ସେ ତାଙ୍କର ଛୁଆକୁ ନେବାକୁ ଭୁଲି ଯାଇଥିଲେ। ଛୁଆଟି ବାମ୍ବି ବେବି ଷ୍ଟୋରରେ ରହି ଯାଇଥିଲା।

ଏ ନେଇ ଦୋକାନ ମାଲିକ ପୁଲିସରେ ମାମଲା ରୁଜୁ କଲେ। ପୁଲିସ ବି ସିସିଟିଭି ଫୁଟେଜ ଆଧାରରେ ୨ ଜଣ ମହିଳାଙ୍କୁ ଗିରଫ କରିଛି। ତେବେ ଦୋକାନ ମାଲିକ ଏହି ଘଟଣାର ଭିଡିଓ ଫେସବୁକ୍‌ରେ ଶେୟାର କରିଛନ୍ତି।

Need your help catching this thief! Walked in with friends and her child stole the stroller and left her kid behind!!!! Unreal. It happened in our Middletown NJ store. #middletownmoms #middletown

Bambi Baby यांनी वर पोस्ट केले शनिवार, १७ ऑगस्ट, २०१९

Video Source: Facebook

ଦୋକାନ ମାଲିକ ଏନେଲିଓ ଆର୍ଟେଗା ଭିଡିଓ ଶେୟାର କରି ଲେଖିଛନ୍ତି, ‘ଆଶ୍ଚର୍ଯ୍ୟ ଲାଗୁଛି, ଜଣେ କିପରି ନିଜ ଛୁଆ କଥା ଭୁଲି ଚୋରି ଉପରେ ନିଜର ସବୁ ଧ୍ୟାନ ଦେଇପାରିବ ?’  ସେ ଆହୁରି ଲେଖିଛନ୍ତି, ‘ ଯଦି ଜଣଙ୍କୁ ବଞ୍ଚିବା ପାଇଁ ଚୋରି କରିବାକୁ ପଡ଼ୁଛି ତେବେ ଏହା ତାଙ୍କ ନିଜ ସମସ୍ୟା। ହେଲେ ଛୋଟ ପିଲାଙ୍କ ସାମ୍ନାରେ ଏପରି କିପରି କରିବ,  ଯିଏ ଜାଣିନି ଯେ କ’ଣ ହେଉଛି ? ଏହି ଘଟଣା ମୋତେ ବହୁତ ପ୍ରଭାବିତ କରିଛି ଆଉ ସେଥିପାଇଁ ଏହି ଭିଡିଓ ଶେୟାର କରିଛି।’

 

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like