ବୟଫ୍ରେଣ୍ଡ୍ଙ୍କୁ ହତ୍ୟା ଅଭିଯୋଗରେ ଯୁବତୀଙ୍କୁ ୪୦ ବର୍ଷ ଜେଲ୍
ନୂଆଦିଲ୍ଲୀ: ବୟଫ୍ରେଣ୍ଡ୍ଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ଯୁବତୀଙ୍କୁ ୪୦ ବର୍ଷ ଜେଲ୍ ଦଣ୍ଡାଦେଶ ମିଳିଛି। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିବା ପାଇଁ ଯୁବତୀ ଜଣକ ବୟଫ୍ରେଣ୍ଡ୍ଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ବୟଫ୍ରେଣ୍ଡ୍କୁ ହତ୍ୟା କରିବାର ୩ ସପ୍ତାହ ପରେ ସେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ୱେଷ୍ଟ୍ ଭର୍ଜିନିଆରେ ଏହି ଘଟଣା ଘଟିଛି। ଉକ୍ତ ବ୍ୟକ୍ତି ଯୁବତୀଙ୍କ ବାୟୋଲୋଜିକାଲ୍ ବାପା ବୋଲି କୁହାଯାଉଛି।
DailyMailର ଏକ ରିପୋର୍ଟ ଅନୁସାରେ, ଏହି ଯୁବତୀ ଜଣକ ୨୦୧୯ ଫେବୃଆରୀରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ମିଶି ବୟଫ୍ରେଣ୍ଡ୍ଙ୍କୁ ହତ୍ୟା କରିଥିଲେ। ହତ୍ୟା ପରେ ମୃତଦେହକୁ ପୋତି ଦେଇଥିଲେ। ଏହି ଘଟଣା ପରେ ସେମାନେ ମାର୍ଚ୍ଚ ୧୧ରେ ବିବାହ ପାଇଁ ଭର୍ଜିନିଆ ଯାତ୍ରା କରିଥିଲେ।
ଗତ ଅଗଷ୍ଟରେ ଏହି ମାମଲାରେ ଉକ୍ତ ବ୍ୟକ୍ତିଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ମିଳିଥିଲା। ଏହି ହତ୍ୟା ମାମଲାରେ ସମ୍ପୃକ୍ତ ଯୁବତୀଙ୍କ ଭଉଣୀଙ୍କ ଉପରେ ମଧ୍ୟ ଫାଷ୍ଟ୍ ଡିଗ୍ରୀ ମର୍ଡର ଚାର୍ଜ ଲାଗିଛି। ସେ ଏହି ହତ୍ୟା ମାମଲାରେ ମଧ୍ୟ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଛି।