ଆଶ୍ଚର୍ଯ୍ୟ ! ଅନ୍‌ଲାଇନ୍‌ରେ ଅର୍ଡର କଲେ ବର୍ଗର, ଆସିଲା ସସ୍‌ ପ୍ୟାକେଟ୍

ନୂଆଦିଲ୍ଲୀ: ସାରା ଦୁନିଆରେ ଏମିତି ଅନେକ ଅଜବ ଘଟଣା ଘଟୁଛି, ଯାହା ଜାଣିଲେ ଆପଣ ମଧ୍ୟ ଚକିତ ହୋଇଯିବେ। ଏମିତି ଅନେକ ଘଟଣା ଆପଣମାନେ ଅନ୍‌ଲାଇନ୍‌ ଅର୍ଡରରେ ଦେଖିବାକୁ ପାଇଥିବେ। ଆପଣ ଅନ୍‌ଲାଇନ୍‌ରେ ଗୋଟିଏ ଜିନିଷ ଅର୍ଡର କରିଥିବେ ହେଲେ ଆଉ ଗୋଟିଏ ଜିନିଷ ଆସି ଘରେ ପହଞ୍ଚିଯାଇଥାଏ। ଯାହା ଆପଣ କେବେ ଭାବି ମଧ୍ୟ ନଥିବେ। ଏଭଳି ଏକ ଘଟଣା କାନାଡାରେ ଦେଖିବାକୁ ମିଳିଛି। ସେଠାରେ ଜଣେ ମହିଳା ଅନ୍‌ଲାଇନ୍‌ରେ ହାମ୍‌ବର୍ଗର(Hamburger) ଅର୍ଡର କରିଥିଲେ। ହେଲେ ଦୋକାନୀ ତାଙ୍କ ଘରକୁ ବର୍ଗର ବଦଳରେ ୨ଟି କେଚ୍‌ଅପ୍‌ ଅର୍ଥାତ୍‌ ସସ୍‌ ପ୍ୟାକେଟ୍‌ ପଠାଇ ଦେଇଥିଲେ। ଏହା ପଛରେ ଏକ ଖାସ୍‌ କାରଣ ମଧ୍ୟ ରହିଛି।

ଘଟଣାଟି ହେଲା, ୬ ଦିନ ତଳେ ସମ୍ପୃକ୍ତ ମହିଳା ଜଣକ ଅନ୍‌ଲାଇନ୍‌ରେ ୨ଟି ହାମ୍‌ବର୍ଗର ଅର୍ଡର କରିଥିଲେ। ଆଉ ଘର ଠିକଣାରେ ଅର୍ଡର ପ୍ୟାକେଟ୍ ମଧ୍ୟ‌ ଆସି ପହଞ୍ଚିଥିଲା। ହେଲେ ମହିଳା ଓ ତାଙ୍କ ସ୍ୱାମୀ ଯେତେବେଳେ ପ୍ୟାକେଟ୍‌ ଖୋଲିଥିଲେ, ଦେଖିବାକୁ ପାଇଥିଲେ ବର୍ଗର ବଦଳରେ ପ୍ୟାକେଟ୍‌ରେ କେବଳ ୨ଟି ସସ୍‌ ପ୍ୟାକେଟ୍‌ ପଡ଼ିଛି। ଏହାଦେଖି ଉଭୟ ପତିପତ୍ନୀ ଚିନ୍ତାରେ ପଡ଼ି ଯାଇଥିଲେ। ଯେତେବେଳେ ସେମାନେ ରିସିପଟ୍‌ ଦେଖିଥିଲେ ପୂରା ଘଟଣା ସର୍ମ୍ପକରେ ସେମାନେ ଜାଣିବାକୁ ପାଇଥିଲେ।

କଥାଟା ହେଲା, ମହିଳାଙ୍କୁ ପ୍ରତ୍ୟେକ ଅର୍ଡରରେ କିଛି ନା କିଛି ମୋଡିଫିକେସନ୍‌ କରି ଏହାକୁ ଅର୍ଡର କରିବାର ଅଭ୍ୟାସ ରହିଛି। ଅର୍ଥାତ୍‌ ସେ ପ୍ରତ୍ୟେକ ଜିନିଷକୁ ତାଙ୍କ ପସନ୍ଦ ଅନୁସାରେ ମୋଡିଫିକେସନ୍‌ କରି ଏହାକୁ ଅର୍ଡର କରିଥାନ୍ତି। ଠିକ୍‌ ସେହିପରି ସେ ବର୍ଗର ଅର୍ଡର କରିବା ସମୟରେ ମଧ୍ୟ ଏମିତି କିଛି କରିଥିଲେ। ସେ ଅର୍ଡର ମୋଡିଫିକେସନ୍‌ରେ ‘No Reg Bun, No Mustard, No Onion Rec, No Pickles, No Reg Patty’ ଏସବୁ  ଆବଶ୍ୟକ ନାହିଁ ବୋଲି ଉଲ୍ଲେଖ କରିଥିଲେ।

ଯଦି ବର୍ଗରରେ ଏସବୁ ଜିନିଷ ନ ମିଶାଯାଏ ତା’ହେଲେ ବର୍ଗରରେ ଟେଷ୍ଟ୍‌ ହିଁ ରହିବ ନାହିଁ। ଆଉ କମ୍ପାନୀ ମହିଳାଙ୍କ ପସନ୍ଦ ଅନୁସାରେ, ଏସବୁ ଜିନିଷ ହଟାଇ କେବଳ ୨ଟି କେଚ୍‌ଅପ୍‌ ପଠାଇ ଦେଇଥିଲା।

ପୂରା ଘଟଣା ସମ୍ପର୍କରେ ମହିଳାଙ୍କ ସ୍ୱାମୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେଆର କରିଛନ୍ତି।

You might also like