ନୋଜ ସର୍ଜରୀ ବଦଳରେ ଲେଗ୍ ସର୍ଜରୀ କଲେ ଡାକ୍ତର….କିନ୍ତୁ କାହିଁକି?

ଆଜିକାଲି ଦୁନିଆରେ ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର

ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ସମସ୍ତଙ୍କୁ ସୁନ୍ଦର ଚେହେରା ଦରକାର। ନିଜର ସୁନ୍ଦର ଚେହେରା ପାଇଁ କିଏ ବିୟୁଟି ପାର୍ଲର ଯାଉଛି ତ ଆଉ କିଏ ସିଧା କସମେଟିକ ସର୍ଜରୀର ସାହାଯ୍ୟ ନେଉଛି। ହଲିଉଡରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତେ ଏବେ ଏହାର ସାହାଯ୍ୟ ନେଉଛନ୍ତି। ତେବେ ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହା କି ଆପଣଙ୍କୁ ପୂରା ଆଶ୍ଚର୍ଯ୍ୟ ଓ ଚକିତ କରିଦେବ।

ମିଳିଥିବା ସୂଚନା ଅନୁସାରେ, ଇସ୍ତାନବୁଲର ସେୱିଙ୍କ ସେକ୍ଲିକ ନାମକ ଜଣେ ୨୫ ବର୍ଷୀୟ ଯୁବତୀ ଏକ ତୁର୍କିସ ପ୍ଲାଷ୍ଟିକ ସର୍ଜରୀ କ୍ଲିନିକକୁ ନିଜ ନାକ ସର୍ଜରୀ କରିବାକୁ ଯାଇଥିଲେ। ତେବେ ଯୁବତୀ ଜଣକଙ୍କ କହିବା ଅନୁସାରେ, ସର୍ଜନମାନେ ତାଙ୍କ ନୋଜ ସର୍ଜରୀ ମଧ୍ୟ କଲେ। ପାଖାପାଖି ୨ ଘଣ୍ଟା ସମୟ ଲାଗିଥିଲା ଏହି ନୋଜ ସର୍ଜନ ପାଇଁ। ହେଲେ ଅପରେସନ ପରେ ସେୱିଙ୍କଙ୍କୁ ଘରକୁ ପଠାଇ ଦେଇଥିଲେ ଡାକ୍ତରମାନେ। କିନ୍ତୁ ଘରକୁ ଯିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ଶରୀରର ତାପମାତ୍ରା ମଧ୍ୟ ବଢିବାରେ ଲାଗିଥିଲା। ଦେହ ଖରାପ ହେବା କାରଣରୁ ସମ୍ପୃକ୍ତ ଯୁବତୀ ଜଣକ ଡାକ୍ତରଙ୍କ ସହ ପରାମର୍ଶ ବି କରିଥିଲେ। କିନ୍ତୁ ଡାକ୍ତର କହିଥିଲେ ଯେ,ସର୍ଜରୀ ହେବା ପରେ ଜ୍ୱର ହେବା ସାଧାରଣ କଥା। ତେଣୁ ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନଥିବା କୁହାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ସର୍ଜରୀ ପରେ ଏଭଳି ଲକ୍ଷଣ ଦେଖାଦେବା ସାଧାରଣ କଥା ବୋଲି ତାଙ୍କୁ ଡାକ୍ତର କହିଥିଲେ। କିନ୍ତୁ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଆହୁରି ବିଗିଡିବାରେ ଲାଗିଥିଲା । ତାଙ୍କ ଗୋଡର ରଙ୍ଗ ଧୀରେ ଧୀରେ କଳା ପଡିଯାଇଥିଲା । ଅଧିକ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବତୀଙ୍କ ରକ୍ତରେ ବିଷକ୍ରିୟା ବଢ଼ି ଯାଇଥିଲା। ତେବେ ଗୋଟିଏ ପଟେ, ବିଷକ୍ରିୟା ବଢୁଥିବା ବେଳେ ଅନ୍ୟ ପଟେ ତାଙ୍କ ଜୀବନ ମଧ୍ୟ ବଞ୍ଚାଇବା ଗୁରୁତ୍ୱପୂର୍ଣ୍ଣ ଥିଲା। ତେଣୁ ଡାକ୍ତରମାନେ ବିନା କୌଣସି ଚିନ୍ତାରେ ବାଧ୍ୟ ହୋଇ ସେୱିଙ୍କଙ୍କ ଆଣ୍ଠୁ ତଳକୁ ୨ ଗୋଡ଼ କାଟିବାକୁ ବାଧ୍ୟ ହେଲେ ବୋଲି ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି।

ତେବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ଗୋଡ କଟାଯାଇଥିବା ଯୁବତୀ ଜଣକ ମେଡିକାଲ କର୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। କେବଳ ଅଭିଯୋଗ କରିଛନ୍ତି ତାହା ନୁହେଁ ବରଂ, ଏକ କୋଟି ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି। ତେବେ ଏପରି ମାମଲାକୁ ମେଡିକାଲ କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ଯୁବତୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ସର୍ଜରୀ ପୂର୍ବରୁ ଓ ପରେ ସେ ଆମିଷ ଖାଇଥିବାରୁ ତାଙ୍କର ଏପରି ଅବସ୍ଥା ହେଲା ବୋଲି ସେ କହିଥିଲେ।

You might also like