ମହିଳା ଜଣକ ଏତେ ଜୋର୍‌ରେ ହସିଲେ ଯେ, ବାହାରିଗଲା…

ବେଜିଂ: ହସ ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଭଲ, ଏହା ସମସ୍ତେ ଜାଣନ୍ତି। ହେଲେ ହସ ବି ଏମିତି ଘାତକ ହୋଇପାରେ..!  ଜଣେ ମହିଳାଙ୍କ ସହ ଏମିତି କିଛି ଘଟିଛି ଯାହା ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ମହିଳା ଜଣକ ଏତେ ଜୋର୍‌ରେ ହସିଲେ ଯେ ତାଙ୍କର ମାଢ଼ି ବାହାରି ଯାଇଥିଲା। ଫଳରେ ପାଟି ଖୋଲା ଅବସ୍ଥାରେ ରହି ଯାଇଥିଲା। ଚୀନ୍‌ରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁସାରେ, ଚୀନ୍‌ର ଗୁୱାଡୋଙ୍ଗ୍‌ ପ୍ରଦେଶରେ ଗତ ରବିବାର ମହିଳା ଜଣକ ଟ୍ରେନ୍‌ରେ ଯାତ୍ରା କରୁଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ସେ ଜୋର୍‌ରେ ହସି ଦେଇଥିଲେ। ଫଳରେ ତାଙ୍କର ମାଢ଼ି ବାହାରି ଯାଇଥିଲା। ଆଉ ପାଟି ଖୋଲା ଅବସ୍ଥାରେ ରହି ଯାଇଥିଲା।

ଖବର ପାଇ ଘଟଣାସ୍ଥଳରେ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ମହିଳାଙ୍କ ଅବସ୍ଥା ଏପରି ହୋଇଥିଲା ଯେ ନା ସେ ମୁହଁ ବନ୍ଦ କରି ପାରୁଥିଲେ ନା କିଛି କହିପାରୁଥିଲେ।

ସେ ନିଶାରେ ଥିଲେ। ତେଣୁ ଡାକ୍ତରଙ୍କୁ ପ୍ରଥମେ ଲାଗିଥିଲା କି ତାଙ୍କୁ କୌଣସି ଆଘାତ ଲାଗି ଯାଇଛି। ହେଲେ ଡାକ୍ତର ଯେତେବେଳେ ରକ୍ତଚାପ ପରୀକ୍ଷା କଲେ ଓ ତାଙ୍କୁ କିଛି ପ୍ରଶ୍ନ ପଚାରି‍ଲେ, ସେତେବେଳେ ଜଣାପଡ଼ିଥିଲା କି ବାସ୍ତବରେ ମହିଳାଙ୍କ ମାଢ଼ି ବାହାରି ଯାଇଥିଲା। ତେବେ ଡାକ୍ତର ତାଙ୍କ ମାଢ଼ିକୁ ପୁଣି ଥରେ ଠିକ୍‌ କରି ଦେଇଥିଲେ।

ଏହା ପୂର୍ବରୁ ମଧ୍ୟ ଉକ୍ତ ମହିଳାଙ୍କର ମାଢ଼ି ବାହାରି ଯାଇଥିଲା । ମହିଳାଙ୍କ କହିବା ଅନୁଯାୟୀ  ଗର୍ଭବତୀ ଥିବା ସମୟରେ ଥରେ ବାନ୍ତି କରିବା ବେଳେ ତାଙ୍କର ମାଢି ବାହାରି ଆସିଥିଲା।

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like