ବରିଷ୍ଠ ଓଡ଼ିଆ IPSଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର: ତାମିଲନାଡୁରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ଆଇପିଏସ୍ଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଅଭିଯୋଗର ତଦନ୍ତ ଉଚ୍ଚସ୍ତରୀୟ କମିଟି କରିବ। ୬ ଜଣିଆ ଏହି କମିଟିର ତାମିଲନାଡୁର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜୟଶ୍ରୀ ରଘୁନନ୍ଦନ ନେତୃତ୍ୱ ନେବେ।ତାମିଲନାଡୁ ଆଇନ ଶୃଙ୍ଖଳା ବିଭାଗର ସ୍ପେଶାଲ ପୋଲିସ ଡିଜି ଥିବା ରାଜେଶ ଦାସଙ୍କ ବିରୋଧରେ ଜଣେ ମହିଳା ଆଇପିଏସ୍ ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।
ନିକଟରେ ମୁଖ୍ୟମନ୍ତ୍ରୀ ଇ. କେ. ପଲାନିସ୍ୱାମୀଙ୍କ ବିଭିନ୍ନ କେନ୍ଦ୍ରୀୟ ଜିଲ୍ଲା ଗସ୍ତବେଳେ ମହିଳା ଅଧିକାରୀ ଡଣକ ଡ୍ୟୁଟିରେ ଥିଲେ। ଏହି ସମୟରେ ରାଜେଶ ଦାସ ତାଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ମହିଳା ଜଣକ ଅଭିଯୋଗ କରିଥିଲେ।
ଏଭଳି ଅଭିଯୋଗ ପରେ ରାଜେଶ ଦାସଙ୍କୁ ତୁରନ୍ତ ବଦଳି କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ୧୯୮୯ କ୍ୟାଡରର ଏହି ଆଇପିଏସ୍ ଅଧିକାରୀଙ୍କୁ ୱେଟିଂ ଲିଷ୍ଟରେ ରଖାଯାଇଛି। ଅଭିଯୋଗ ହେବା ପରେ ତାମିଲନାଡୁ ଗୃହ ବିଭାଗ ତୁରନ୍ତ ତଦନ୍ତ କମିଟି ଗଠନ କରିଥିଲା।