ଗଣ ବଳାତ୍କାର ପରେ ମହିଳାଙ୍କୁ ପୋଡିଦେଲେ ରିକ୍ସା ଚାଳକ ଓ ତାଙ୍କ ପୁଅ
ସୀତାପୁର: ଉତ୍ତରପ୍ରଦେଶ ସୀତାପୁର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ମିଶ୍ରିଖ ଅଞ୍ଚଳର ଜଣେ ମହିଳା ନିଜ ଘରକୁ ଫେରୁଥିବାବେଳେ ରିକ୍ସା ଚାଳକ ଓ ତାଙ୍କ ପୁଅ ତାଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଜାଳି ଦେଇଛନ୍ତି। ମହିଳାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶୁକବ୍ରାର ବାପ-ପୁଅଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଇଉଛି। ସୀତାପୁର ଏସ.ପି ଆରପି ସିଂହଙ୍କ କହିବା ଅନୁଯାୟୀ, ମହିଳା ଜଣକ ସିଦ୍ଧୁଲି ଅଞ୍ଚଳରେ ଥିବା ତାଙ୍କ ବାପ ଘରୁ ମିଶ୍ରିଖକୁ ଯାଉଥିଲେ। ବାଟରେ ୫୫ ବର୍ଷୀୟ ଜଣେ ରିକ୍ସା ଚାଳକଙ୍କ ଲିଫ୍ଟ ନେଇଥିଲେ। ଲିଫ୍ଟ ଦେବା ବାହନାରେ ରିକ୍ସା ଚାଳକ ତାଙ୍କ ସହ ଦୁର୍ଷ୍କମ କରିଥିଲେ। ଏପରିକି ତାଙ୍କ ପୁଅ ମଧ୍ୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ।
ପରେ ବାପ-ପୁଅ ମିଶି ତାଙ୍କୁ ଜାଳି ଦେବାକୁ ଚେଷ୍ଟା କରିଥିଲେ। ପୋଲିସ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୩୦ ପ୍ରତିଶତ ଜଳି ଯାଇଛି। ପୋଲିସ ବାପ-ପୁଅଙ୍କୁ ଅଟକ ରଖି ଜେରା କରୁଛି।