ଯେଉଁ କନ୍ୟାକୁ ବାହା ହେଉଥିଲେ ବର, ସେ ଥିଲେ ନିଜ ଭଉଣୀ, ବୋହୂକୁ ଦେଖି କାନ୍ଦି ଉଠିଲେ ମା’
ବେଜିଂ:ଏକ ବିବାହ ଭୋଜିରେ ମସ୍ଗୁଲ ଥିଲେ ସମସ୍ତେ। ବନ୍ଧୁବାନ୍ଧବଙ୍କ ଗହଣରେ ଚାଲିଥିଲା ବାହାଘର। ବରକନ୍ୟା ବସିଥାନ୍ତି । ପାରମ୍ପରିକ ରୀତିରେ ଚାଲିଥାଏ ବାହାଘର। ହଠାତ୍ ଶାଶୂମା’ଙ୍କ ନଜର ଭାବି ବୋହୂ ଉପରେ ପଡ଼ିଲା। ବୋହୂର ହାତକୁ ଦେଖିବା କ୍ଷଣି ଶାଶୂମା’ଙ୍କ ହୋସ ଉଡ଼ିଗଲା। ଭୋ ଭୋ କାନ୍ଦି ଉଠିଲେ ମା’। ମହତ୍ସୋବର ମାହୋଲ କିଛି ସମୟ ପାଇଁ ନିରବି ଗଲା। ସମସ୍ତ ଥିଲେ ଚୁପ୍। କାହା ମୁହଁରେ ଭାଷା ନ ଥିଲା। ଶାଶୂମା’ ବୋହୂର ହାତ ଦେଖି ଜାଣିପାରିଥିଲେ, ବୋହୂ ହୋଇ ଯିଏ ତାଙ୍କ ଘରକୁ ଆସୁଛି ସେ ଆଉ କେହି ନୁହେଁ, ତାଙ୍କର ନିଜ ଝିଅ । ଏମିତି ଏକ ଫିଲ୍ମ ଷ୍ଟାଇଲର ଘଟଣା ଘଟିଛି ଚୀନ୍ରେ।
ଚୀନ୍ର ଜିଆନଗ୍ସୁ ପ୍ରାନ୍ତର ସୋଝୋଉ ଅଞ୍ଚଳରେ ମାର୍ଚ୍ଚ ୩୧ ତାରିଖରେ ଥିଲା ବାହାଘର। ଚୀନ୍ ମିଡିଆ ଅନୁସାରେ, ଦୁଲ୍ହନ ହାତରେ ଥିବା ଚିହ୍ନକୁ ଦେଖି ଶାଶୂ ମା’ ତାର ବାପା-ମା’ଙ୍କୁ ପଚାରିଥିଲେ। ଝିଅର ବାପା-ମା’ ସ୍ୱୀକାର କରିଥିଲେ, ଝିଅଟି ତାଙ୍କର ପାଳିତା କନ୍ୟା। ଅନେକ ବର୍ଷ ତଳେ ସେ ଝିଅଟିକୁ ରାସ୍ତା କଡରୁ ପାଇଥିଲେ। କିନ୍ତୁ ଏକଥା ସେ କାହାକୁ କହି ନାହାନ୍ତି। ସତକଥା ଜାଣିବା ପରେ ଶାଶୂ ମା’ ନିଶ୍ଚିତ ହୋଇଥିଲେ ଯେ, ବୋହୂ ହେବାକୁ ଯାଉଥିବା ଏଇ ଯୁବତୀ ପ୍ରକୃତରେ ତାଙ୍କର ଝିଅ ଯିଏ କି ପିଲାବେଳୁ ତାଙ୍କ ପାଖରୁ ଦୂରେଇ ଯାଇଥିଲା।
ନିଜର ପ୍ରକୃତ ପରିଚୟ ପାଇବା ପରେ ବାହାଘରକୁ ନେଇ ଅନେକ ସ୍ୱପ୍ନ ଦେଖୁଥିବା ଝିଅଟି ଭୋ ଭୋ କାନ୍ଦି ଉଠିଥିଲା। ସେ ନିଜର ଜନ୍ମଦାତା ମାତା-ପିତାଙ୍କ ବିଷୟରେ ଜାଣିବା ପାଇଁ ଆହୁରି ଉତ୍ସୁକ ହୋଇ ପଡ଼ିଲେ। କାନ୍ଦି କାନ୍ଦି ନବବଧୂ ବେଶରେ ସଜ୍ଜିତା ଯୁବତୀ କହିଥିଲେ, ବିବାହର ଖୁସିଠାରୁ ଏହି ଖୁସି କାହିଁ କେତେ ଗୁଣା ଅଧିକ।
ତେବେ କଥା ଏତିକିରେ ସରି ନ ଥିଲା। ଆଗକୁ କାହାଣୀ ଥିଲା ଏମିତି। ସତ ଜାଣିବା ପରେ କେହି ପୁରୁଷ ନିଜ ଭଉଣୀକୁ ବିବାହ କରିବାକୁ ଚାହିଁବ କି ? ତେବେ ମନରେ ପ୍ରଶ୍ନ ଉଠୁଥିବ, ତେବେ କ’ଣ ବାହାଘର ଏଠାରେ ଅଟକି ଗଲା କି ? ନାଁ, ବାହାଘର ଅଟକି ନ ଥିଲା। ରୀତି ରିବାଜରେ ବାହାଘର ଚାଲିଥିଲା। ତେବେ ଭାଇ କ’ଣ ଭଉଣୀଙ୍କୁ ବିବାହ କଲେ ?
ନାଁ, ଭାଇ ଭଉଣୀଙ୍କୁ ବିବାହ କରି ଥିଲେ ଏଠାରେ। ପ୍ରକୃତ ଆଶ୍ଚର୍ଯ୍ୟ ଏଠାରେ ରହିଛି। ଦୁହ୍ଲା ପ୍ରକୃତରେ ମହିଳାଙ୍କର ନିଜ ପୁଅ ନ ଥିଲା। ପୁଅଟିକୁ ସେ ପାଳିଥିଲେ। ତେଣୁ ପୁଅର ମା’ ଏହି ବାହାଘରକୁ ମନା କରି ନ ଥିଲେ। ସ୍ଥାନୀୟ ମିଡିଆ କହିବା ଅନୁଯାୟୀ, ୨୦ ବର୍ଷ ତଳେ ଯେତେବେଳେ ମହିଳାଙ୍କ ଝିଅ ନିଖୋଜ ହୋଇଗଲା ସେତେବେଳେ ସେ ଝିଅକୁ ବହୁତ ଖୋଜିଲେ। ହେଲେ ପାଇ ନ ଥିଲେ। ଶେଷରେ ପୋଷ୍ୟ ପୁତ୍ର ଗ୍ରହଣ କରିଥିଲେ। ଆଜି ସେହି ପୋଷ୍ୟ ପୁତ୍ରଙ୍କୁ ମହିଳାଙ୍କ ନିଜ ଝିଅ ବାହା ହେଉଛି।
ସବୁକଥା ସାମ୍ନାକୁ ଆସିବା ପରେ ଉପସ୍ଥିତ ଅତିଥିବୃନ୍ଦ ମହିଳାଙ୍କୁ ଝିଅ ମିଳିବାର ଖୁସି ସହ ବୋହୂ ମିଳିବାର ଖୁସି ପାଇଁ ବଧାଇ ଦେଇଥିଲେ।