ମହିଳା ଡାକ୍ତରଙ୍କୁ କିଡ୍‌ନାପ୍‌ ପରେ ମର୍ଡର ! ବାହା ହେବାକୁ ଚାପ ପକାଉଥିଲେ ସିନିୟର

ନୂଆଦିଲ୍ଲୀ: ମହିଳା ଡାକ୍ତରଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ। ଆଗ୍ରା ଏସ୍‌ଏନ୍‌ ମେଡିକାଲ୍‌ କଲେଜ Gynaecology ବିଭାଗର ଜଣେ ୨୫ ବର୍ଷୀୟ ମହିଳା ଡାକ୍ତରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମୁଣ୍ଡରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ବୁଧବାର ଦିନ ସେ ନିଖୋଜ ଥିଲେ। ନିଖୋଜର କିଛି ଘଣ୍ଟା ପରେ ଆଗ୍ରାର ବମରୋଲି ଅହିର ଅଞ୍ଚଳରୁ ସମ୍ପୃକ୍ତ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଡାକ୍ତର ହେଲେ ଦିଲ୍ଲୀ ଶିବପୁରୀ ଅଞ୍ଚଳର ଯୋଗୀତା ଗୌତମ।

ସେ ମାଷ୍ଟର ଅଫ୍‌ ସର୍ଜରୀ ପଢ଼ୁଥିଲେ। ମଙ୍ଗଳବାର ଦିନ ତାଙ୍କର ଶେଷ ବର୍ଷ ରେଜଲ୍ଟ ବାହାରିଥିଲା ଓ ଏଥିରେ ସେ କୃତକାର୍ଯ୍ୟ ହୋଇଥିଲା।

ଯୋଗୀତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଛି। ଅପହରଣ ଓ ହତ୍ୟା ଧମକକୁ ନେଇ ଆଗ୍ରାର ଏମ୍‌ଏମ୍‌ ଗେଟ୍‌ ପୋଲିସ୍‌ ଷ୍ଟେସନରେ ବୁଧବାର ସକାଳେ ଯୋଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଅପରାହ୍ଣ ୩ଟାରେ ଶେଷଥର ପାଇଁ ତାଙ୍କୁ କଲେଜରେ ଦେଖିବାକୁ ମିଳିଥିଲା।

ମୋରଦାବାଦର ଏକ ପ୍ରାଇଭେଟ୍‌ କଲେଜରେ ଯୋଗୀତା MBBS ପାସ୍‌ କରିଥିଲେ। କାନପୁର ନିବାସୀ ଡାକ୍ତର ବିବେକ ତିୱାରୀ ନାମକ ଜଣେ ବ୍ୟକ୍ତି ଯୋଗୀତାଙ୍କୁ ବିବାହ କରିବା ପାଇଁ ତାଙ୍କ ଉପରେ ସବୁବେଳେ ଚାପ ପକାଉଥିଲେ। ଏପରିକି ବିବେକ ଯୋଗୀତାଙ୍କୁ ରାଜି କରାଇବାକୁ ସେମାନଙ୍କୁ ମଧ୍ୟ ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ବିବେକ, ଯୋଗୀତାଙ୍କ ସିନିୟର୍‌ ଥିଲେ।

You might also like