ଘର ଅଗଣାରେ ବୁଲୁଥିଲା ଆଶ୍ଚର୍ଯ୍ୟଜନକ ସ୍ପାଇଡର: ରହିଛି ୮ ଆଖି, ନୀଳ ରଙ୍ଗ

କାନ୍‌ବେରା: ଅଷ୍ଟ୍ରେଲିଆର ଜଣେ ମହିଳା ଆଠ ଆଖି ବିଶିଷ୍ଟ ଏକ ନୂଆ ପ୍ରଜାତିର ସ୍ପାଇଡରକୁ ଠାବ କରିଛନ୍ତି। ଅମାଣ୍ଡା ଡି ଜର୍ଜ ନାମକ ଏହି ମହିଳା ଏହି ସ୍ପାଇଡରକୁ ଘର ପଛପଟେ ଥିବା ଗାର୍ଡେନ୍‌ରୁ ଠାବ କରିଛନ୍ତି। ତତ୍‌କ୍ଷଣାତ୍‌ ସେ ସ୍ପାଇଡରର ଫଟୋ ଉଠାଇ  ‘Backyard Zoology’ ନାମକ ଏକ ଫେସ୍‌ବୁକ୍‌ ଗ୍ରୁପ୍‌ରେ ଅପ୍‌ଲୋଡ୍‌ କରିଥିଲେ।

Daily Mailର ରିପୋର୍ଟ ଅନୁସାରେ, ୧୮ମାସ ତଳେ, ଅମାଣ୍ଡା ଏହି ବିରଳ ପ୍ରଜାତିର ସ୍ପାଇଡରକୁ ପ୍ରଥମେ ଦେଖିଥିଲେ। ହେଲେ ନିକଟରେ ସେ ପୁଣିଥରେ ଏହି ସ୍ପାଇଡରକୁ ଦେଖିଥିଲେ ଓ ଏହାକୁ ଧରିବାରେ ସେ ସଫଳ ମଧ୍ୟ ହୋଇଥିଲେ। ସେ ଏହାର ଫଟୋ ଉଠାଇ ଏହାକୁ ଏକ୍ସପର୍ଟଙ୍କ ନିକଟକୁ ପଠାଇଥିଲେ।

ଅମାଣ୍ଡା ହେଉଛନ୍ତିନ୍ୟୁ ସାଉଥ୍‌ ୱେଲ୍‌ସ୍‌ ଥିରୁଲ୍‌ର ଜଣେ ପ୍ରକୃତି ପ୍ରେମୀ। ବର୍ଷକ ତଳେ ସେ Jotus brushed ଜମ୍ପିଂ ସ୍ପାଇଡରର ଏକ ନୂଆ ପ୍ରଜାତିକୁ ଦେଖିଥିଲେ। ହେଲେ ଏହି କଥାକୁ ସେ ମନେ ପକାଇ ପାରିନଥିଲେ। ବିରଳ ପ୍ରଜାତିର ଏହି ସ୍ପାଇଡରର ୮ଟି ଆଖି ଥିବାବେଳେ ଏହାର ରଙ୍ଗ ଭାଇବ୍ରାଣ୍ଟ୍‌ ବ୍ଲ୍ୟୁ।

ABC News,ର ରିପୋର୍ଟ ଅନୁସାରେ, ଅମାଣ୍ଡା ଶେଆର କରିଥିବା ସ୍ପାଇଡରର ଏହି ପୋଷ୍ଟ୍‌ ସ୍ପାଇଡର ଏକ୍ସପର୍ଟ ଯୋଶେଫ୍‌ ଶୁବର୍ଟଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏହାପରେ ସେ ଅମାଣ୍ଡାଙ୍କୁ ଏହି ସ୍ପାଇଡରକୁ ଧରିବା ପାଇଁ କହିଥିଲେ। କିଛି ମାସ ଖୋଜାଖୋଜି କରିବା ପରେ ଅମାଣ୍ଡା ଏହି ସ୍ପାଇଡରକୁ ଧରିବାରେ ସଫଳ ହୋଇଥିଲେ। ଏହାକୁ ସେ ସେ ଏକ ଖାଲି କଣ୍ଟେନରରେ ରଖିଥିଲେ। ଏହାପରେ ତାଙ୍କ ନଜରରେ ଆଉ ଏକ ସ୍ପାଇଡର ମଧ୍ୟ ଆସିଥିଲା। ଏହାକୁ ସେ ଆଉ ଏକ କଣ୍ଟେନରରେ ରଖିଥିଲେ। ଅଲଗା ଅଲଗା ଭାବେ କଣ୍ଟେନରେ ଏଥିପାଇଁ ରଖାଯାଇଥିଲା, ଯଦି ଏହି ୨ଟି ସ୍ପାଇଡରକୁ ଗୋଟିଏ କଣ୍ଟେନରରେ ରଖାଯାଇଥାନ୍ତା ତା’ହେଲେ ଜଣେ ଆଉ ଜଣଙ୍କୁ ହୁଏତ ଖାଇ ଦେଇଥାନ୍ତେ।

I've mentioned before that I try not to feed the wildlife, mostly because I think it leads to them getting used to…

Backyard Zoology यांनी वर पोस्ट केले शनिवार, ४ मे, २०१९

ଏହି ୨ ସ୍ପାଇଡରକୁ ମେଲ୍‌ବୋର୍ଣ୍ଣରେ ରହୁଥିବା ଯୋଶେଫ୍‌ ଶୁବର୍ଟଙ୍କ ନିକଟକୁ ପଠା ଯାଇଥିଲା। Museums Victoria ଏହାର ଲ୍ୟାବ୍‌କୁ‌ ପୁଣିଥରେ ଖୋଲିବା ପରେ ଔପଚାରିକ ଭାବେ ସ୍ପାଇଡର‌ର ନାମକରଣ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

ଲକ‌ଡାଉନ୍‌ ସଂଘର୍ଷ ଥିମ୍‌ରେ ଏଥର ଦୁର୍ଗା ମେଢ

ପିପିଇ କିଟ୍‌ ପିନ୍ଧି‌ ଦାଣ୍ଡିଆ ନାଚିଲେ ପିଲା, ଭିଡ଼ିଓ ଭାଇରାଲ୍‌

ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଓଟିଭି ପ୍ରତି କାହିଁକି ଏତେ ଆକ୍ରୋଶ ?

You might also like