ଟିକ୍ଟକ୍ ଭିଡିଓ କରି ନିଲମ୍ବିତ ହେଲେ ମହିଳା କନଷ୍ଟେବଳ
ଅହମ୍ମଦାବାଦ : ଥାନାରେ ପୁଲିସ କନଷ୍ଟେବଳଙ୍କ ଟିକ୍ଟକ୍ ଭିଡିଓ ଭାଇରାଲ୍ ହୋଇଛି। ଡ୍ୟୁଟି ସମୟ ଭିତରେ ଓ ବିନା ଖାକି ପୋଷାକରେ କନେଷ୍ଟବଳ ଜଣକ ଏହି ଭିଡିଓ କରିଛନ୍ତି। ଗୁଜରାଟ ମହେସାଣା ଜିଲ୍ଲାର ଲାଘନଜ ଥାନାର ପୁଲିସ କନେଷ୍ଟବଳ ଅର୍ପିତା ଚୌଧୁରୀଙ୍କ କିଛି ଟିକ୍ଟକ୍ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ ହେଉଛିା
ଏହି ଭିଡିଓଗୁଡ଼ିକ ସାମ୍ନାକୁ ଆସିବା ପରେ ମହେସାଣା ଏସ୍.ପି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତିା ଏଥିସହ ସମ୍ପୃକ୍ତ ମହିଳା କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।
ଭାଇରାଲ ଭିଡିଓରେ ଅର୍ପିତା ଥାନାରେ ଲକ୍ଅପ୍ ଆଗରେ ସଲମାନ ଖାନ୍ଙ୍କ ଫିଲ୍ମ ‘କିକ୍’ର ‘ତୁ ହି ତୁ’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓଟି ଫେସବୁକ୍, ହ୍ୱାଟ୍ସଆପ୍ ଓ ଟ୍ୱିଟର୍ରରେ ସବୁଠି ଭାଇରାଲ ହେଉଛି। ଅର୍ପିତାଙ୍କର @anaa_queen_2117 ନାଁରେ ଏକ ଟିକ୍ଟକ୍ ଆକାଉଣ୍ଟ ରହିଛି। ଯେଉଁଥିରେ ସେ ବେଶ୍ ଆକ୍ଟିଭ ରୁହନ୍ତି। ଏଥିରେ ତାଙ୍କର ୧୪ ହଜାରରୁ ଅଧିକ ଫ୍ୟାନ୍ ଅଛନ୍ତି।