ସମୁଦ୍ରକୂଳରେ ମୃତଦେହ ପଡ଼ିଥିବା ଭାବି ପୋଲିସ୍‌କୁ ଡାକିଲେ ମହିଳା, ପାଖକୁ ଯାଇ ଦେଖିଲେ…

ସମୁଦ୍ରକୂଳରେ ମୃତଦେହ ପଡ଼ିଥିବା ଭାବି ଜଣେ ମହିଳା ପୋଲିସ୍‌କୁ ଖବର ଦେଇଥିଲେ।ଯେତେବେଳେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା, ତା’ପରେ ଜଣାପଡ଼ିଥିଲା ଯେ ଏହା ମୃତଦେହ ନୁହେଁ…ବରଂ ଆଉ କିଛି। ସୋସିଆଲ୍‌ ମିଡିଆରେ ଏମିତି କିଛି ଫଟୋ ଭାଇରାଲ୍‌ ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଚକିତ ହୋଇଯିବେ।

ଫେସ୍‌ବୁକ୍‌ରେ Ocean Hour ନାମକ ଏକ ପେଜ୍‌ ପକ୍ଷରୁ ଏହି ଫଟୋ ସବୁ ଶେଆର କରାଯାଇଛି। ଫଟୋ ଗୁଡ଼ିକୁ ଆପଣ ମଧ୍ୟ ଦେଖିଲେ, ଭାବି ଯେ ଏହା ମୃତଦେହ ବୋଲି। କିନ୍ତୁ ପ୍ରକୃତରେ ଏହା ମୃତଦେହ ନୁହେଁ।

ଫ୍ଲୋରିଡାର Perdido Key ସମୁଦ୍ରକୂଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ସମ୍ପୃକ୍ତ ମହିଳା ଜଣକ ଯେତେବେଳେ ସମୁଦ୍ର କୂଳରେ ବୁଲୁଥିଲେ, ଏହି ସମୟରେ ସେ ସମୁଦ୍ର କୂଳରେ କିଛି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାକୁ ମୃତଦେହ ଭାବି ଭୟଭୀତ ହୋଇ ସେ ପୋଲିସ୍‌କୁ ଖବର ଦେଇଥିଲେ।  ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ, ଏହା ମୃତଦେହ ନୁହେଁ ବରଂ ଏକ ପୁତ୍ତଳିକା ଥିଲା। ଏହା ଉପରେ ଅଳିଆ ଆବର୍ଜନା ପଡ଼ିଥିଲା। ଫଳରେ ଏହା ଆହୁରି ଭୟଭୀତ ଦିଶୁଥିଲା।

You might also like