ଖୋଲିବ ରେସ୍ତୋରାଁ, ମଲ୍ ଓ ଧାର୍ମିକ ସ୍ଥଳ; ଜାଣନ୍ତୁ କଣ ଆସିଲା ନୂଆ ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ନୂଆ ରୂପରେ ସାରା ଦେଶରେ ଲକଡାଉନ ଜାରି କରାଯାଇଛି। କିନ୍ତୁ ପୂର୍ବ ପର୍ଯ୍ୟାୟର ଲକ୍‌ଡାଉନ ଠାରୁ ୫ମ ପର୍ଯ୍ୟାୟ ଲକ୍‌ଡାଉନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏହି ପରିପ୍ରେକ୍ଷୀରେ ସରକାର ସପିଂ ମଲ, ରେସ୍ତୋରାଁ, ହୋଟେଲ ଓ ଧାର୍ମିକ ସ୍ଥଳକୁ ପର୍ଯ୍ୟାୟକ୍ରମେ ଖୋଲିବା ପାଇଁ ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଜୁନ୍ ୮ ଅର୍ଥାତ୍ ଆସନ୍ତା ସୋମବାର ଠାରୁ ଲାଗୁ ହେବ। ଜାଣନ୍ତୁ, ସପିଂ ମଲ, ରେସ୍ତୋରାଁ ଓ ଧାର୍ମିକ ସ୍ଥଳ ପାଇଁ କଣ ରହିଛି ଗାଇଡଲାଇନ-

ସପିଂ ମଲ:

  • ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ପରିଚ୍ଛନ୍ନ ରଖିବେ।
  • ଧାଡିରେ ଠିଆ ହୋଇଥିବା ସମୟରେ ଦୁଇ ଜଣ ମଧ୍ୟରେ ସର୍ବନିମ୍ନ ୬ଫୁଟର ସାମାଜିକ ଦୂରତା ରକ୍ଷା କରିବେ। ଦୋକାନ କିମ୍ବା ମଲ ଭିତରେ ଯେତେ ଦୂରରୁ ସମ୍ଭବ ଦୂରତା ରକ୍ଷା କରିବେ।
  • କେବଳ ଲକ୍ଷଣ ନଥିବା ଗ୍ରାହକ ଭିତରକୁ ଯିବା ପାଇଁ ଅନୁମତି।
  • ସମସ୍ତ କର୍ମଚାରୀ, ଗ୍ରାହକ ମୁହଁରେ ମାସ୍କରେ ବ୍ୟବହାର କରିବେ। ସପିଂ ମଲରେ ରହିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବେ।
  • କରୋନା ସଂକ୍ରମଣ ନ ହେବା ପାଇଁ ଆବଶ୍ୟକ ପଦକ୍ଷେପମାନ ପୋଷ୍ଟର ଦ୍ୱାରା ଡିସ୍‌ ପ୍ଲେ କରାଇବେ।
  • ସାମାଜିକ ଦୂରତା ଯେପରି ରହିବ, ଏନେଇ ମଲ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ନିୟୋଜିତ କରିବେ।
  •  ଲିପ୍ଟରେ ଅଧିକ ଲୋକଙ୍କୁ ଯିବା ପାଇଁ ବାରଣ।
  •   ସେହିପରି ଏସି ଓ ଭେଣ୍ଟିଲେସନ କ୍ଷମତା ନେଇ ଗାଇଡ୍ ଲାଇନ ଜାରି କରାଯାଇଛି। ଏୟାର କଣ୍ଡିସନର ଡିଭାଇସ୍ ରେଞ୍ଜ ୨୪-୩୦ ସେଲସିୟସ ମଧ୍ୟରେ ରହିବା ଆବଶ୍ୟକ।
  • ସେହିପରି ପାର୍କିଂ ସ୍ଥଳରେ ଯେପରି ଭିଡ଼ ନହୁଏ ସେଥିପ୍ରତି ଧ୍ୟାନ ଦେବେ।
  • ଗାଡ଼ି ଷ୍ଟିୟରିଂ, ଚାବି ଆଦି ପରିଚ୍ଛନ୍ନ ରଖିବେ।

ରେସ୍ତୋରାଁ-

  • କେବଳ ଲକ୍ଷଣ ନଥିବା ଗ୍ରାହକ ଭିତରକୁ ଯିବା ପାଇଁ ଅନୁମତି।
  • ରେସ୍ତୋରାଁ, ମଲ ଫୁଡ୍ କୋର୍ଟ ପାଇଁ ସିଟିଂ କ୍ଷମତା ୫୦ ପ୍ରତିଶତ ରଖିବେ। କମ ସଂଖ୍ୟକ ମେନ୍ୟୁ ରଖିବେ।
  • କପଡା ନାପକିନ୍ ଛାଡ଼ି ଟିସୁ ପେପର ରଖିବେ।
  • ବଫେଟ ସେବା ଉପରେ ଗୁରୁତ୍ୱ ଦେବେ।
  • ଫୁଡ୍ ଡେଲିଭରୀ କର୍ମଚାରୀ ଖାଦ୍ୟ ପ୍ୟାକେଟକୁ ଗ୍ରାହକଙ୍କୁ ସିଧାସଳଖ ନଦେଇ ଘରର ଗେଟ୍ ନିକଟରେ ଦେବେ।
  • ଏପରିକି ଖାଦ୍ୟ ଦେବାକୁ ଯିବା ପୂର୍ବରୁ ଡେଲିଭରୀ ବୟର ଥର୍ମାଲ ସ୍କ୍ରିନିଂ କରିବା ଆବଶ୍ୟକ।
  • ଏସି ଓ ଭେଣ୍ଟିଲେସନ କ୍ଷମତା ନେଇ ଗାଇଡ୍ ଲାଇନ ଜାରି କରାଯାଇଛି। ଏୟାର କଣ୍ଡିସନର ଡିଭାଇସ୍ ରେଞ୍ଜ ୨୪-୩୦ ସେଲସିୟସ ମଧ୍ୟରେ ରହିବା ଆବଶ୍ୟକ।
  • ସାମାଜିକ ଦୂରତା ରଖି ସିଟିଂ ଆରେଞ୍ଜମେଣ୍ଟ କରିବେ।
  • ରେସ୍ତୋରାଁ ମାଲିକମାନେ ଅର୍ଡର ଓ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବେ।

ଧାର୍ମିକ ସ୍ଥଳ:-

  • ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ପରିଚ୍ଛନ୍ନ ରଖିବେ, ଥର୍ମାଲ ସ୍କ୍ରିନିଂ କରିବେ।
  • କେବଳ ଲକ୍ଷଣ ନଥିବା ବ୍ୟକ୍ତି ଭିତରକୁ ପ୍ରବେଶ କରିବେ।
  • ସମସ୍ତେ ମାସ୍କ ବ୍ୟବହାର କରିବେ।
  • କରୋନା ଲକ୍ଷଣ ଓ ପ୍ରତିଷେଧକ ନେଇ ଲେଖାଇଥିବା ପୋଷ୍ଟର ଡିସପ୍ଲେ କରାଯିବ।
  • ଜୋତା, ଚପଲଗୁଡିକ ଗାଡି ନିକଟରେ ରଖିବେ।
  • ପାର୍କିଂ ସ୍ଥଳରେ ଯେପରି ଭିଡ଼ ନହୁଏ ସେଥିପ୍ରତି ଧ୍ୟାନ ଦେବେ।
  • ଧାର୍ମିକ ସ୍ଥଳ ନିକଟରେ ଥିବା ଦୋକାନ, ହୋଟେଲରେ ଭିଡ଼ ନିୟନ୍ତ୍ରଣ ସହିତ ସାମାଜିକ ଦୂରତା ରକ୍ଷା କରିବେ।
  • ପ୍ରବେଶ ପୂର୍ବରୁ  ସମସ୍ତେ ଭକ୍ତମାନେ ଭଲ ଭାବରେ ହାତ ଧୋଇ ପ୍ରବେଶ କରିବେ।
  • କୌଣସି ପ୍ରତିମୂର୍ତ୍ତି, ପବିତ୍ର ଗ୍ରନ୍ଥକୁ ଛୁଇଁବା ମନା।
  • ବଡ଼ ଧରଣର ଭିଡ଼, ଏକଠା ହେବା ସମ୍ପୂର୍ଣ୍ଣ ମନା।
  • ଏକାଠି ହୋଇ ପ୍ରାର୍ଥନା କରିବା ସମ୍ପୂର୍ଣ୍ଣ ମନା।
  • ପ୍ରସାଦ ସେବନ, ପାଦୁକ ପାଣି ଦେବା ମନା।
  • ମନ୍ଦିର ପରିସରରେ ବଡ଼ ଆୟୋଜନ କରିବା ମନା, ରେକର୍ଡିଂ ଗୀତ ବଜାଇ ପାରିବେ।
  • ମନ୍ଦିର ଚଟାଣକୁ ନିୟମିତ ବ୍ୟବଧାନରେ ସଫା କରିବେ।
You might also like