ଅଜିମ୍‌ ଭାରତର ସବୁଠାରୁ ବଦାନ୍ୟ ବ୍ୟକ୍ତି, ଦିନକୁ ଦାନ କରନ୍ତି ୨୨ କୋଟି

ନୂଆଦିଲ୍ଲୀ: ୨୦୨୦ ବର୍ଷ ପାଇଁ ୱିପ୍ରୋର ଚେୟାରମ୍ୟାନ ଅଜିମ୍‌ ପ୍ରେମ୍‌ଜୀ ଭରତର ସବୁଠାରୁ ବଦାନ୍ୟ ବ୍ୟକ୍ତି ହୋଇଛନ୍ତି। ସେ ଏହି ବର୍ଷ ସମୁଦାୟ ୭ ହଜାର ୯ ଶହ ୪ କୋଟି ଟଙ୍କା ଦାନ କରି ଏପରି ଆଖ୍ୟା ପାଇଛନ୍ତି।

EdelGive Hurun India Philanthropy List 2020ର ତଥ୍ୟ ମୁତାବକ ଅଜିମ୍‌ ପ୍ରେମ୍‌ଜି ଦିନକୁ ୨୨ କୋଟି ଟଙ୍କା ଦାନ କରିଛନ୍ତି। ଏଥିସହିତ ସେ ଭାରତର ସବୁଠାରୁ ବଦାନ୍ୟ ଏବଂ ଲୋକହିତକାରୀ ବ୍ୟକ୍ତି ହୋଇଛନ୍ତି।

ସୂଚନା ମୁତାବକ ଅଜିମ୍‌ଙ୍କ ଏଣ୍ଡୋମେଣ୍ଟ ଫଣ୍ଡ ୱିପ୍ରୋ କମ୍ପାନୀର ୧୩.୬ ପ୍ରତିଶତ ଶେୟାର ରଖିଛି। ଯାହାଫଳରେ ପ୍ରମୋଟର ଶେୟାରରୁ ମିଳୁଥିବା ସମସ୍ତ ଲାଭ ଏହି ଫଣ୍ଡକୁ ଯାଉଛି।

୨୦୨୦ ଏପ୍ରିଲ୍‌ ୧ରେ ଅଜିମ୍‌ ପ୍ରେମ୍‌ଜି ଫାଉଣ୍ଡେସନ୍‌ ୧ ହଜାର କୋଟି, ୱିପ୍ରୋ ୧୦୦ କୋଟି ଏବଂ ୱିପ୍ରୋ ଏଣ୍ଟରପ୍ରାଇଜେସ୍‌ ୨୫ କୋଟି ଟଙ୍କା ଦାନ କରିଥିଲା। ଯାହାକି ତାଙ୍କ ସିଏସ୍‌ଆର୍‌ କାର୍ଯ୍ୟରେ ଯୋଗ ହୋଇଥିଲା ଏବଂ ଏହି ଟଙ୍କାକୁ ସେ ଭାରତରେ କୋଭିଡ୍‌ ପରିଚାଳନା କାର୍ଯ୍ୟରେ ବିନିଯୋଗ ପାଇଁ ଦାନ କରିଥିଲେ ବୋଲି EdelGive Hurun India କହିଛି।

ଅଜିମ୍‌ ହେଉଛନ୍ତି ଭାରତୀୟ ବଦାନ୍ୟ ବ୍ୟକ୍ତିଙ୍କ ପାଇଁ ରୋଲ୍‌ ମଡେଲ୍‌। ତାଙ୍କୁ ଅନ୍ୟ ବ୍ୟବସାୟୀମାନେ ଅନୁସରଣ କରି ଲୋକହିତ ପାଇଁ ଦାନ କରିବା ଆବଶ୍ୟକ ବୋଲି ହୁରୁନ୍‌ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ଗବେଷକ ଅନସ୍‌ ରେହମାନ ଜୁନୈଦ କହିଛନ୍ତି।

ତେବେ ଏଚ୍‌ସିଏଲ୍‌ର ମୁଖ୍ୟ ଶିବ୍‌ ନାଦାର୍‌ ୭୯୫ କୋଟି ଟଙ୍କା ଦାନ କରି ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀ ୪୫୮ କୋଟି ଦାନ କରି ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ବିର୍ଲା ଗ୍ରୁପ୍‌ ମୁଖ୍ୟ କୁମାର ମଙ୍ଗଳମ୍‌ ବିର୍ଲା ୨୭୬ ଟଙ୍କା ଦାନ କରି ଚତୁର୍ଥ ସ୍ଥାନରେ ରହିଥିବାବେଳେ ବେଦାନ୍ତ କମ୍ପାନୀର ସଂସ୍ଥାପକ ଅନିଲ୍‌ ଅଗ୍ରୱାଲ୍‌ ୨୧୫ କୋଟି ଟଙ୍କା ଦାନ କରି ପଞ୍ଚମ ସ୍ଥାନରେ ରହିଛନ୍ତି।

 

ଆହୁରି ପଢ଼ନ୍ତୁ

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

You might also like