ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା
ମୁମ୍ବାଇ: ଆଜି ଗୋଟିଏ ଦିନରେ କେବଳ ମୁମ୍ବାଇରେ ୫୯ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୂରା ମହାରାଷ୍ଟ୍ରରେ ୭୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ପାର୍ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ଘରୋଇ ଲାବ୍ ଗତ ୩ ଦିନରେ କରିଥିବା ସାମ୍ପଲ୍ ଟେଷ୍ଟ ନେଇଥିଲା। ତାହାର ରିପୋର୍ଟ ଆଜି ପ୍ରକାଶ କରିବା ପରେ ପୂରା ମହାରାଷ୍ଟ୍ର କରୋନା ସ୍ଥିତି ଜଟିଳ ହୋଇଯାଇଛି।
ତେବେ ଗତକାଲିକୁ ମିଶାଇ ଗତ ୨୪ ଘଣ୍ଟାରେ ୨୨୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଯାହା ସବୁଠାରୁ ଅଧିକ।
ଆଜି ମହାରାଷ୍ଟ୍ରରେ ଏଭଳି ସ୍ଥିତି ବେଳେ ସରକାରୀ କର୍ମଚାରୀଙ୍କ ଦରମା କାଟ୍ କରିବାକୁ ଘୋଷଣା କରିଛନ୍ତି ଉଦ୍ଧବ ସରକାର। ତେଲେଙ୍ଗାନା ପରେ ଏଭଳି ପଦକ୍ଷେପ ନେଇଥିବା ଦ୍ୱିତୀୟ ରାଜ୍ୟ ହେଉଛି ମହାରାଷ୍ଟ୍ର।
ଏନେଇ ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱରେ ଏକ ବୈଠକ ବସିଥିଲେ। ଯେଉଁଥରେ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକର ସରକାରୀ କର୍ମଚାରୀଙ୍କ ୬୦% ଦରମା କାଟ୍ କରିବା ନେଇ ନିଷ୍ପତ୍ତି ହୋଇଛି। ତେବେ ଯେଉଁମାନେ ସରକାରୀ କର୍ମଚାରୀମାନେ ଜୁରୁରୀକାଳୀନ ସେବାରେ ନିୟୋଜିତ ଥିବେ ସେମାନଙ୍କ ଦରମା କଟାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।