ପିଏମ୍‌ କେୟାର୍ସ ଫଣ୍ଡକୁ ଅଜିମ ପ୍ରେମଜୀ ଫାଉଣ୍ଡେସନ ଓ ୱିପ୍ରୋ ଦେଲେ ୧୧୨୫ କୋଟି ଟଙ୍କା

ନୂଆଦିଲ୍ଲୀ: ରତନ ଟାଟା ପରେ ଦେଶର ଆଉଜଣେ ପ୍ରତିଷ୍ଠିତ ବ୍ୟବସାୟୀ କରୋନା ମୁକାବିଲା ପାଇଁ ସରକାରଙ୍କୁ ସହାୟତା ହାତ ବଢ଼ାଇଛନ୍ତି। ୱିପ୍ରୋ ଇଣ୍ଟରପ୍ରାଇଜେସ୍‌ର ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ୍‌ ପକ୍ଷରୁ ପିଏମ୍‌ କେୟାର୍ ଫଣ୍ଡକୁ ୧୧୨୫ କୋଟି ଟଙ୍କା ଦାନ କରିଛନ୍ତି।

ଏହି ୧୧୨୫ କୋଟି ଟଙ୍କା ମଧ୍ୟରୁ ୱିପ୍ରୋ ଲିଃ ୧୦୦ କୋଟି, ୱିପ୍ରୋ ଇଣ୍ଟରପ୍ରାଇଜେସ ୨୫ କୋଟି ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ୧ ହଜାର କୋଟି ଟଙ୍କା ଦେବେ। କରୋନା ପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ।

ଏହାପୂର୍ବରୁ ଏକାଧିକ କମ୍ପାନୀ ମଧ୍ୟ କରୋନା ପାଇଁ ସହାୟତାର ହାତ ବଢ଼ାଇଥିଲେ। ଭାରତୀ ଇଣ୍ଟରପ୍ରାଇଜେସ ୧୦୦ କୋଟି, ଟାଟା ସନ୍ସ ଓ ଟାଟା ଟ୍ରଷ୍ଟ ୧୫ ଶହ କୋଟି, ପେଟିଏମ ୫୦୦ କୋଟି, ମୁକେଶ ଅମ୍ବାନୀ ୫୦୦ କୋଟି, ଗୌତମ ଆଦାନୀ ୧୦୦ କୋଟି, ଆଦାନୀ ଫାଉଣ୍ଡେସନ ୧୦୦ କୋଟି ଓ ରେଳ ମନ୍ତ୍ରଣାଳୟ ୧୫୧ କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରିଥିଲେ।

You might also like