ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ : ଆଜିଠାରୁ ପୁଣି ଆରମ୍ଭ ହୋଇଛି ସଂସଦର ଶୀତ ଅଧିବେଶନ। ତେବେ ନଜର ରହିଛି ରାଜ୍ୟସଭା ଉପରେ। ଆଜି ରାଜ୍ୟସଭାରେ ଆସିପାରେ ଗୁରୁତ୍ୱପୂର୍ଣ୍ଣ ଟ୍ରିପଲ୍ ତଲାକ ବିଲ୍।

ସେପଟେ କିନ୍ତୁ ଆଜି ଅଧିବେଶନ ଆରମ୍ଭ ହେବା ପରେ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିଥିଲେ। ଫଳରେ ଗୃହ  ଦୁଇଥର ମୁଲତବୀ କରିବାକୁ ପଡିଥିଲା।

ଗତ ସୋମବାର ଦିନ ଏହି ବିଲ୍ ଉପସ୍ଥାପନ ଲାଗି ସରକାର ଚେଷ୍ଟା କରିଥିଲେ। କିନ୍ତୁ କଂଗ୍ରେସ ସହିତ ଅନ୍ୟ ବିରୋଧୀ ଦଳ ମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ।

ବିଲ୍‌ର ବର୍ତ୍ତମାନର ରୂପରେଖକୁ ସେମାନେ ବିରୋଧ କରୁଛନ୍ତି। ଏହି ଦଳଗୁଡ଼ିକର ଦାବି ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଯାଉ। ସରକାର ଏଥିରେ ରାଜି ନ ହେବାରୁ ରାଜ୍ୟସଭାରେ ପ୍ରବଳ ହଙ୍ଗାମା ହୋଇଥିଲା। ତେଣୁ ସରକାର ବିଲ୍ ଉପସ୍ଥାପନ କରିପାରିନଥିଲେ।  ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟା ଗରିଷ୍ଠତା ନାହିଁ। ଏହି ଗୃହରେ ବିରୋଧୀଙ୍କ ଶକ୍ତି ଅଧିକ। ତେଣୁ ସରକାର କେମିତି ଫ୍ଲୋର୍ ମ୍ୟାନେଜମେଣ୍ଟ କରୁଛନ୍ତି, ତା ଉପରେ ନଜର।

You might also like