ମଇଦାନକୁ ଓହ୍ଲାଇବାକୁ ଅଭିନନ୍ଦନ ଫିଟ୍‌

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଫାଇଟର୍‌ ଜେଟ୍‌ର କକ୍‌ପିଟ୍‌କୁ ଫେରି ପାରନ୍ତି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନ। ଗତ କିଛିଦିନ ହେବ ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିବା ଅଭିନନ୍ଦନ ଏବେ ପୂରା ଫିଟ୍ ହେବାସହ ପୁଣିଥରେ ମଇଦାନ୍‌କୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଗଲେଣି। ହେଲେ ଏବେ କେବଳ ଅପେକ୍ଷା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍‌ ମେଡିସିନ୍‌ର ଅନୁମତିକୁା

IAF ପକ୍ଷରୁ ବିଧିବଦ୍ଧ କ୍ଲିଏରାନ୍ସ ମିଳିବା ପରେ ହିଁ ଡ୍ୟୁଟିରେ ଯୋଗଦେବେ ଅଭିନନ୍ଦନା ମିଳିଥିବା ସୂଚନା ମୁତାବକ ଅଭିନନ୍ଦନଙ୍କ ସୁସ୍ଥ ହୋଇଯିବା ଖବର ଶୁଣିବା ପରେ ପରିବାର ଏବଂ ପ୍ରିୟଜନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ଅଭିନନ୍ଦନ ପାକିସ୍ତାନର ଶକ୍ତିଶାଳୀ ଫାଇଟର ଜେଟ୍-F16କୁ ଭାରତୀୟ ଏୟାର ବେସ୍‌ ଭିତରେ ପ୍ରବେଶ କରୁଥିବା ବେଳେ ଫାୟାରିଂ କରି ଖସାଇ ଦେଇଥିଲେ। ତେବେ ଏହି ଅପରେସନ ବେଳେ ଅଭିନନ୍ଦନ ଚଳାଉଥିବା ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହା ପାକ୍ ଅଧିକୃତ କଶ୍ମୀରରେ ଖସି ପଡ଼ିଥିଲା। ଫଳରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରି ନିଜ ହେପାଜତକୁ ନେଇଥିଲେ।ପରେ ଭାରତ ଅଭିନନ୍ଦନଙ୍କୁ ତୁରନ୍ତ ଏବଂ ସୁରକ୍ଷିତ ମୁକ୍ତି କରିବାକୁ ଜୋରଦାର୍ ଦାବି କରିବାରୁ ଦୁଇ ଦିନ ପରେ ପାକିସ୍ତାନ ତାଙ୍କୁ ମୁକ୍ତ କରିଥିଲା। ଏହି ଘଟଣା ପରେ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ବୀରତ୍ୱ ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

ଆହୁରି ପଢ଼ନ୍ତୁ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

You might also like