ମା’ କୋଳକୁ ଫେରିଲା ବୀର ପୁଅ

ନୂଆଦିଲ୍ଲୀ: ମା’ କୋଳକୁ ଫେରିଲା ବୀର ପୁଅ ଅଭିନନ୍ଦନ ବର୍ତ୍ତମାନ। ଦୀର୍ଘ ୩ ଦିନ ଧରି ଶତ୍ରୁ ଗଡ଼ରେ ଫସି ରହିବା ପରେ ଗତାକଲି ଠିକ୍ ରାତି ୯ଟା ୨୦ ମିନିଟ୍‌ରେ ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ଭାରତ ମାଟିରେ ପାଦ ଦେଇଥିଲେ।

ୱାଘା ଓ ଅଟ୍ଟାରୀ ବର୍ଡର ଦେଇ ଅଭିନନ୍ଦନ ଭାରତ ଫେରିଥିଲେ। ସେ ସୁରକ୍ଷିତ ଭାବେ ଭାରତ ଫେରିବା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଅଟାରୀ ବର୍ଡରରେ ପହଞ୍ଚିବା ପରେ ଅଭିନନ୍ଦନଙ୍କୁ ଅମୃତସରରୁ ଦିଲ୍ଲୀ ଅଭିମୁଖେ ନିଆଯାଇଥିଲା। ରାତି ୧୨ଟାରେ ସେ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀର ପାଲମ୍ ଏୟାରପୋର୍ଟ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ଆର୍ମୀ ହସ୍ପିଟାଲ ନିଆଯାଇଥିଲା। କୁହାଯାଉଛି ପ୍ରାୟ ୪ଦିନ ଧରି ସେଠାରେ ତାଙ୍କର ଚିକିତ୍ସା ହେବ।

 

ଏହି ସମୟରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରିବେ। ୱାଘା ବର୍ଡରରେ ପହଞ୍ଚିବା ପରେ ଘରକୁ ଫେରି ବହୁତ ଖୁସି ବୋଲି ଅଭିନନ୍ଦନ କହିଥିଲେ। ଅଭିନନ୍ଦନ ଗତକାଲି ଅପରାହ୍ନରେ ଭାରତ ମାଟିରେ ପାଦ ଦେବାର ଥିଲା। କିନ୍ତୁ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁ ତାଙ୍କ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା।

ବିଶ୍ୱ ସମୁଦାୟ ପାକିସ୍ତାନ ଉପରେ ଚାପ ପକାଇବାରୁ ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଛାଡ଼ିବାକୁ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଘୋଷଣା କରିଥିଲେ।  ଏହାପରେ ଅଭିନନ୍ଦନଙ୍କୁ  ଇସଲାମାବାଦରୁ ପ୍ରଥମେ ଲାହୋର ଅଣାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ତାଙ୍କ ସମ୍ପର୍କିତ କେତେକ କାଗଜପତ୍ର ପ୍ରସ୍ତୁତ ହୋଇଥିଲା। ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରତ୍ୟାର୍ପଣ ପୂର୍ବରୁ ତାଙ୍କ ସର୍ଭିସ୍‌ ରିଭଲଭରକୁ ପାକିସ୍ତାନ ଭାରତକୁ ଫେରାଇଛି।

ଗତ ବୁଧବାର ପାକିସ୍ତାନ ବାୟୁସେନା ସୀମା ଅତିକ୍ରମ କରି ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନକୁ ଆକ୍ରମଣ କରିବାକୁ ଉଦ୍ୟମ ବେଳେ ସେମାନଙ୍କୁ ଅଭିନନ୍ଦନ ମୁହଁତୋଡ଼ ଜବାବ ଦେଇଥିଲେ। ସେ ପାକିସ୍ତାନର ଶକ୍ତିଶାଳୀ ଫାଇଟର ଜେଟ୍-F16କୁ ଗୁଳି କରି ଖସାଇ ଦେଇଥିଲେ। ତେବେ ଏହି ଅପରେସନ୍ ବେଳେ ଅଭିନନ୍ଦନ ଚଳାଉଥିବା ମିଗ୍-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହା ପାକ୍ ଅଧିକୃତ କାଶ୍ମୀରରେ ଖସି ପଡ଼ିଥିଲା। ପାରାଚୁଟ୍‌ରେ ଓହ୍ଲାଇ ନିଜ ଜୀବନ ବଞ୍ଚାଇଲା ପରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରି ନିଜ ହେପାଜତଙ୍କୁ ନେଇଥିଲା। ଏହା ପରେ ଅଭିନନ୍ଦନଙ୍କୁ ତୁରନ୍ତ ଏବଂ ସୁରକ୍ଷିତ ଭାବେ ବିନା ସର୍ତ୍ତରେ ମୁକ୍ତି କରିବାକୁ ଭାରତ ଦାବି କରି ଆସୁଥିଲା।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like