ମହାରାଷ୍ଟ୍ରରେ ଅନ୍‌ଲାଇନ୍‌ରେ ମିଳିବ ମଦ !

ମହାରାଷ୍ଟ୍ର : ମଦ୍ୟପାନ କରି ଗାଡ଼ି ଚାଳନାକୁ ରୋକିବା ପାଇଁ ନିଅାରା ଷ୍ଟ୍ରାଟେଜି। ଏଣିକି ମହାରାଷ୍ଟ୍ରରେ ହୋମ୍‌ ଡିଲିଭରି ହେବ ମଦ । ଲୋକେ ନିଜ ମନ ପସନ୍ଦର ମଦକୁ ଅନ୍ ଲାଇନ୍ ଅର୍ଡର କରିପାରିବେ ।

ମହାରାଷ୍ଟ୍ର ଅବକାରୀ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ହେଉଥିବା ସୂଚନା ମିଳିଛି। ରାଜ୍ୟ ଅବକାରୀ ବିଭାଗକୁ ମିଳିଛି ଏନେଇ କିଛି ଅାବେଦନ। ଅନ୍‌ଲାଇନ୍‌ରେ ମଧ୍ୟ ବିକ୍ରି ଦ୍ୱାରା ବହୁ ମାତ୍ରାରେ ଅପରାଧ ବି କମିବା ନେଇ ଅାଶା କରାଯାଉଛି।

ମହାରାଷ୍ଟ୍ର ଅବକାରୀ ବିଭାଗ ଏନେଇ କିଛି କମ୍ପାନିଙ୍କ ସହ ଅାଲୋଚନା ମଧ୍ୟ କରିଥିବା କୁହାଯାଉଛି। ଏହାଛଡ଼ା ଅବକାରୀ ବିଭାଗର ରାଜସ୍ୱ ଏହାଦ୍ୱାରା ବଢ଼ିବ ବୋଲି ମତ କୁହାଯାଉଛି।

ସେପଟେ ଏନେଇ କୌଣସି ବିଧବଦ୍ଧ ନିଷ୍ପତ୍ତି ହୋଇନି। ରାଜ୍ୟ ସରକାରଙ୍କୁ ଏପରି କିଛି ଅାବେଦନ ମିଳିଥିବା ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଅବକାରୀ ମନ୍ତ୍ରୀ ଚନ୍ଦ୍ର ଶେଖର ବାୱନ୍‌କୁଲେ ।

You might also like