ବିକ୍ରି ହେବ କି ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ

ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ।

ନୂଆଦିଲ୍ଲୀ: ବିକ୍ରି ହେବ ପ୍ରଧାନମନ୍ତ୍ରୀଙ୍କ ସଂସଦୀୟ କାର୍ଯ୍ୟାଳୟ। ବାରଣାସୀ ଗୁରୁଧାମ କଲୋନୀରେ ଥିବା ମୋଦିଙ୍କ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା। ତେବେ କାର୍ଯ୍ୟାଳୟ ବିକ୍ରି ହେବା ନେଇ ଓଏଲଏକ୍ସରେ ବିଜ୍ଞାପନ ଦିଆଯାଇଛି। ତେବେ ଏପରି ବିଜ୍ଞାପନ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଲୋକେ। କାରଣ କାହିଁକି ଓ କିଏ ଏହି ବଜ୍ଞାପନ ଦେଇଛନ୍ତି ତାହାକୁ ନେଇ ବି ଅନେକ କଥା ଶୁଣବାକୁ ମିଳୁଛି। ତେବେ ଏହି ଘରର ମୂଲ୍ୟ ସାଢେ ୭କୋଟି ଟଙ୍କା ରହିଛି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଲକ୍ଷ୍ମୀକାନ୍ତଓ ଓଝା ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଆଇଡିରେ ସେୟାର କରାଯ।ଇଛି।

କିନ୍ତୁ ଘଟଣା ଜଣାପଡିବା ପରେ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ପ୍ରଶାସନ ଅଧିକାରୀ କହିଛନ୍ତି ଯେ, ଏ ଘଟଣା ସମ୍ପର୍କରେ ଆମେ ଜାଣିବା ପରେ ତୁରନ୍ତ ଓଏଲଏକ୍ସରୁ ବିଜ୍ଞାପନକୁ ହଟାଇ ଦିଆଯ।ଇଛି। ଏହା ପରେ କିଏ ଓ କାହିଁକି ଏପରି କରିଛି ତାହାର ମଧ୍ୟ ତଦନ୍ତ ଚାଲିଛି। ତେବେ ଦିଆଯ।ଇଥିବା ବିଜ୍ଞାପନରେ ଘର ସମ୍ପର୍କରେ ସମସ୍ତ ସୂଚନା ଦିଆଯାଇଛି। ଏହା ସହ ଏହି ପ୍ରୋଜେକ୍ଟର ନାମ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ବାରଣାସୀ ବୋଲି ଉଲ୍ଲେଖ ରହିଥିଲା । ତେବେ ଏହଇ ଘଟଣା ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।

You might also like