ଖୁବଶୀଘ୍ର ଟ୍ରାକରେ ଦୌଡିବ ଲୋକାଲ ଟ୍ରେନ?

ଫେବୃଆରୀ ପ୍ରଥମ ସପ୍ତାହରୁ ଚାଲିବ ଲୋକାଲ ଟ୍ରେନ୍?

ଫେବୃଆରୀ ପ୍ରଥମ ସପ୍ତାହରୁ ଚାଲିବ ଲୋକାଲ ଟ୍ରେନ୍?

ଧାର୍ଯ୍ୟ ସମୟରେ ଷ୍ଟେସନ ଛାଡ଼ିବ ଗାଡ଼ି

କରୋନା କଟକଣା ମାନି ଯାତ୍ରା କରିବେ ଯ।ତ୍ରୀ

ନୂଆଦିଲ୍ଲୀ: ଚଳିତ ସପ୍ତାହରୁ ଦେଶରେ ଆରମ୍ଭ ହୋଇଯିବ ଲୋକାଲ ଟ୍ରେନ ସେବା। ପୁଣି ଥରେ ଭରପୁର ଲାଗିବ ରେଲୱେ ଷ୍ଟେସନ। ଦେଖିବାକୁ ମିଳିବ ଲୋକଙ୍କ ଗହଳି ଚହଳି। କରୋନା କଟକଣା ମଧ୍ୟରେ ଏଣିକି ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ଯାତ୍ରୀ। ଧାର୍ଯ୍ୟ ଟାଇମ୍ ସ୍ଲଟ୍ ଜରିଆରେ ଯାତ୍ରୀମାନେ ଯାତ୍ରା କରିପାରିବେ। ତେବେ କରୋନା ମାହାମାରୀ ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ହିଁ ଲୋକାଲ ଟ୍ରେନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବନ୍ଦ କରିଦିଆଯାଇଥିଲା। ତେବେ ପୁଣି ଥରେ ଏହି ଟ୍ରେନ ଚାଲୁ ହେବା କଥା ଶୁଣିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଲୋକେ।

ତେବେ ବର୍ତ୍ତମାନ ସମୟରେ ଲୋକାଲ ଟ୍ରେନ କେବଳ ମହାନଗରୀ ମୁମ୍ବାଇରେ ଚାଲିବ ବୋଲି ସୂଚନା ରହିଛି। ପୂର୍ବରୁ କରୋନା ମହାମାରୀ କାରଣରୁ ମୁମ୍ବାଇ ଲୋକାଲ ଟ୍ରେନକୁ ଗତ ବର୍ଷ ମାର୍ଚ୍ଚ ମାସରେ ସସପେଣ୍ଡ କରିଦିଆଯାଇଥିଳା। ଆଉ ଏବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଫିସ ପକ୍ଷରୁ କୁହାଯାଇଛି ଯେ, ଲୋକାଲ ଟ୍ରେନକୁ ପ୍ରଥମ ସପ୍ତାହରୁ ହିଁ ଆରମ୍ଭ କରିଦିଆଯିବ। ଏବେ ଲୋକାଲ ଟ୍ରେନ୍ ଧାର୍ଯ୍ୟ ସମୟ ଅନୁସାରେ ଚାଲିବ। ପୂର୍ବପରି ନିଜର ଗନ୍ତବ୍ୟସ୍ଥଳକୁ ଅତି ସହଜରେ ଯାତ୍ରା କରିପାରିବେ ଲୋକେ କିନ୍ତୁ ଟ୍ରେନ ଯାତ୍ରା ବେଳେ ଅନେକ କଟକଣା ଓ ନିୟମ ଲାଗୁ ହେବ ବୋଲି ଜଣାଯାଇଛି।

ସରକାରଙ୍କ ସର୍ତ୍ତ ଅନୁସାରେ ସାଧାରଣ ଲୋକ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ ନାହିଁ। ଏହି ସମୟରେ ଜରୁରୀ ସେବାରେ ଥିବା ଲୋକ ଲୋକାଲ ଟ୍ରେନରେ ଯାତ୍ରା କରିପାରିବେ। ଯଦିଓ ମହାରାଷ୍ଟ୍ରର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି, କିନ୍ତୁ ଏହା ଉପରେ ଶେଷ ନିଷ୍ପତ୍ତି ରେଲୱେ ନେବ ବୋଲି ଜଣାଯାଇଛି। କିନ୍ତୁ ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର ୧ ଫେବୃଆରୀ ୨୦୨୧ରୁ ମୁମ୍ବାଇ ଲୋକାଲ ଟ୍ରେନ ଆରମ୍ଭ କରିବାର ନିର୍ଦେଶ ଦେଇଛନ୍ତି।

ପାଖାପାଖି ୧୦ ମାସ ହେବ ଲୋକାଲ ଟ୍ରେନ ବନ୍ଦ ରହିଛି। ତେଣୁ ଅନେକ ଲୋକ ଅଧିକ ଭଡ଼ା ଦେଇ ଅନ୍ୟ ଗାଡ଼ିରେ ଯାତାୟତ କରୁଛନ୍ତି। ତେଣୁ ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦେଶରେ କରୋନା ସ୍ଥିତି କମିଥିଲେ ସୁଦ୍ଧା ଏବେବି ଆକ୍ରାନ୍ତଙ୍କ ସଂଖ୍ୟା କିଛି କମନାହିଁ, ତେଣୁ ସବୁ ପରିସ୍ଥିତି ଦୃଷ୍ଟିରେ ରଖି ଟ୍ରେନ ଚଳାଚଳ କରିବ ବୋଲି ଜଣାପଡ଼ିଛି। ତେବେ ସାରା ଦେଶରେ କେବେଠୁ ପାସେଞ୍ଜର କି ଲୋକାଲ ଟ୍ରେନ ଚାଲିବ ସେନେଇ ରେଲୱେ ପକ୍ଷରୁ ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ରେଳ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

You might also like