ଏବେ ପାକିସ୍ତାନକୁ ପାଣି ବନ୍ଦ

ନୂଆଦିଲ୍ଲୀ: ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହେବା ପରେ ଭାରତ ତାର ଆଭିମୁଖ୍ୟକୁ ଆହୁରି କଠୋର କରିଛି।

ଭାରତର ପୂର୍ବ ଦିଗରେ ଥିବା ପାକିସ୍ତାନକୁ ପ୍ରବାହିତ ନଦୀଗୁଡ଼ିକରେ ଆଉ ପାଣି ନଛାଡ଼ିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପାକିସ୍ତାନ ବଦଳରେ ଏହି ପାଣିକୁ ଜମ୍ମୁ ଓ କଶ୍ମୀର ଓ ପଞ୍ଜାବକୁ ଯୋଗାଇ ଦିଆଯିବ ବୋଲି ଗଡ଼କରୀ କହିଛନ୍ତି।

ଶାହପୁର-କାଣ୍ଡିଠାରେ ରବି ନଦୀ ଉପରେ ଏକ ଡ୍ୟାମ୍‌ ପ୍ରସ୍ତୁତ ହେଉଛି। ନଦୀର ଯେଉଁ ଜଳ ଭାଗ ପାକିସ୍ତାନକୁ ଯାଉଥିଲା। ସେଇ ଜଳକୁ ୟୁଯେଏଚ୍‌ ପ୍ରୋଜେକ୍ଟ ମାଧ୍ୟମରେ ଗଚ୍ଛିତ ରଖାଯାଇ ଆମର ଜମ୍ମୁ ଓ କଶ୍ମୀରରେ ବ୍ୟବହାର ପାଇଁ ଛଡ଼ାଯିବ। ବଳକା ପାଣିକୁ ଅନ୍ୟ ରାଜ୍ୟଗୁଡ଼ିକୁ ଯୋଗାଇ ଦେବାକୁ ଦ୍ୱିତୀୟ ରବି ଓ ବ୍ୟାସ୍ ନଦୀକୁ ଛଡ଼ାଯିବ ବୋଲି ଗଡ଼କରୀ ଟ୍ୱିଟ୍‌ କରିଛନ୍ତି।

ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ଭାରତ ପୂର୍ବରେ ପ୍ରବାହିତ ବ୍ୟାସ୍, ରବି ଓ ସତ୍‌ଲେଜ୍ ନଦୀର ଜଳ ବ୍ୟବହାର କରୁଥିବା ବେଳେ ପାକିସ୍ତାନ ପଶ୍ଚିମରେ ପ୍ରବାହିତ ସିନ୍ଧୁ, ଚେନାବ୍ ଓ ଝେଲମର ପାଣି ଉପରେ ହକ୍ ପାଇଛି। ତେବେ ଭାରତ ଏହି ନଦୀଗୁଡ଼ିକ ଉପରେ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିପାରିବ ନାହିଁ କି ବ୍ୟବସାୟିକ ବ୍ୟବହାର କରିପାରିବ ନାହିଁ ବୋଲି ଚୁକ୍ତିରେ ବ୍ୟବସ୍ଥା ରହିଛି। ମାତ୍ର ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିବାର ନାଁ ନେଉ ନଥିବାରୁ ଜଳବଣ୍ଟନ ଚୁକ୍ତିରୁ ଓହରି ଯିବା ଲାଗି ଭାରତ ବାରମ୍ବାର ଚେତାବନୀ ଦେଇଆସୁଛି।

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like