ଲକ୍‌ଡାଉନ୍‌ ପରେ ସ୍କୁଲ ଓ କଲେଜ ଖୋଲିବ କି?

ନୂଆଦିଲ୍ଲୀ: ୨୧ ଦିନିଆ ଲକ୍‌ଡାଉନ୍ ଘୋଷଣା ପରେ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି। ତେବେ ସ୍ଥିତି ସମୀକ୍ଷା ପରେ ସ୍କୁଲ ଓ କଲେଜ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି।

କେବେ ସ୍କୁଲ ଖୋଲିବ, ଏପ୍ରିଲ୍ ୧୪ରେ କରୋନା ସ୍ଥିତି ସମୀକ୍ଷା ପରେ ଏନେଇ ନିଷ୍ପତ୍ତି ନେବ କେନ୍ଦ୍ର।  ଦେଶବ୍ୟାପୀ ଚାଲିଥିବା ୨୧ ଦିନିଆ ଲକ୍‌ଡାଉନ୍‌ ଏପ୍ରିଲ ୧୪ରେ ସରିବା ପରେ, ଦେଶରେ କରୋନା ସ୍ଥିତି ସମୀକ୍ଷା ହେବ। ଏଥିସହ ସ୍କୁଲ ଓ କଲେଜ ଖୋଲିବା ନେଇ ମଧ୍ୟ ନିଷ୍ପତ୍ତି  ନିଆଯିବ ବୋଲି କହିଛନ୍ତି ପୋଖରିୟାଲ୍।

ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ତେବେ ଏପ୍ରିଲ ୧୪ ପରେ ମଧ୍ୟ ଯଦି ସ୍କୁଲ ଓ କଲେଜ ବନ୍ଦ ରହିବା ନେଇ ନିଷ୍ପତ୍ତି ହେଲେ ଛାତ୍ରଛାତ୍ରୀଙ୍କ ଯେପରି ପାଠପଢ଼ାରେ କ୍ଷତି ନହୁଏ, ସେନେଇ ସରକାର ପ୍ରସ୍ତୁତ ଅଛନ୍ତି।

ସ୍ଥଗିତ ଥିବା ପରୀକ୍ଷା ଓ ଖାତା ଦେଖା ପ୍ରକ୍ରିୟାକୁ ଲକ୍‌ଡାଉନ ଉଠିବା ପରେ ପୁଣି କାର୍ଯ୍ୟକ୍ଷମ କରିବାକୁ ଯୋଜନା ପ୍ରସ୍ତୁତ ଥିବା ସେ କହିଛନ୍ତି।

You might also like