ଭାରତର ଏହି ଅଞ୍ଚଳକୁ ନିଜର ଦର୍ଶାଇ ନୂଆ ମ୍ୟାପ୍ ତିଆରି କଲା ନେପାଳ

କାଠମାଣ୍ଡୁ: ଏକ ନୂଆ ମ୍ୟାପ୍ ଜରିଆରେ ଭାରତର ଏକ ଅଞ୍ଚଳକୁ  ନିଜର ଦର୍ଶାଇ ଭାରତ ଉପରେ କଡ଼ା ଆକ୍ରମଣ କରିଛି ନେପାଳ। ଚୀନ୍ ଏବଂ ଇଟାଲୀୟ ଅପେକ୍ଷା ଭାରତରୁ ଆସୁଥିବା ଭାଇରସ୍ ଅଧିକ ମାରାତ୍ମକ ଦେଖାଯାଉଛି ବୋଲି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି। ସଂସଦରେ ନିଜର ଅଭିଭାଷଣ ରଖୁଥିବା ବେଳେ ଭାରତ ନେପାଳରେ କରୋନା ଭାଇରସ୍‌ ବାଣ୍ଟିଥିବା ଅଭିଯୋଗ କରିଛନ୍ତି ଓଲି।

ଆଇନଗତ ଭାବେ ଯେଉଁମାନେ ଭାରତରୁ ଆସୁଛନ୍ତି ସେମାନେ ଦେଶରେ କରୋନା ସଂକ୍ରମଣ କରାଉଛନ୍ତି। ସେମାନଙ୍କ ପ୍ରକୃତ ଟେଷ୍ଟ ନ କରାଯାଇ ଅଣାଯାଉଥିବାରୁ ଦେଶରେ କରୋନା ବ୍ୟାପୁଛି ବୋଲି ଓଲି କହିଛନ୍ତି। ଏଥିପାଇଁ ସ୍ଥାନୀୟ ପ୍ରତିନିଧି ଓ କିଛି ଦଳୀୟ ନେତା ଦାୟୀ ବୋଲି କରୋନା ସଂକଟରେ ପ୍ରଥମ କରି ଅଭିଭାଷଣ ରିଖିଲା ବେଳେ ଏପରି କହିଛନ୍ତି ଓଲି।

ସେ କହିଛନ୍ତି, ବାହାରୁ ଲୋକମାନେ ଆସୁଥିବାରୁ କୋବିଡ୍‌-୧୯କୁ ମୁକାବିଲ କରିବା କଷ୍ଟକର ହୋଇପଡ଼ୁଛି। ଭାରତୀୟ ଭାଇରସ୍‌ ଚାଇନା ଓ ଇଟାଲୀ ଭାଇରସ୍‌ ଠାରୁ ଅଧିକ ଭୟଙ୍କର ଦେଖାଯାଉଛି। ଏଥିରେ ଅଧିକ ସଂକ୍ରମିତ ହେଉଛନ୍ତି ବୋଲି ଓଲି କହିଛନ୍ତି।

ସୀମାକୁ ଲାଗି ଭାରତ ସରକାର ଏକ ନୂଆ ରାସ୍ତା ଉଦ୍‌ଘାଟନ କରିବା ପରେ ଭାରତ ଓ ନେପାଳ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଯେମିତି ବି ହେଉ ଭାରତଠାରୁ କାଲାପାଣି-ଲିମ୍‌ପିୟାଧୁରା ଲିପୁଲେଖା ଅଞ୍ଚଳକୁ ଫେରାଇ ଅଣାଯିବ ବୋଲି ଓଲି କହିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳ ଭାରତୀୟ ସୀମାରେ ରହିଛି।

ନିକଟରେ ଏକ ନୂଆ ମ୍ୟାପ୍‌ କରି ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଥିଲା ନେପାଳ। ନେପାଳ ଓ ଭାରତ ମଧ୍ୟରେ ୧୮,୦୦ କିମିର ସୀମାନ୍ତବର୍ତ୍ତୀ ରହିଛି। ୧୮୧୬ ସୁଗୌଲି ଚୁକ୍ତି ଅନୁସାରେ, ଲିପୁଲେଖାକୁ ନିଜର ବୋଲି ଦାବି କରୁଛି ନେପାଳ। ଏଥିସହିତ ୧୯୬୨ରେ  ଇଣ୍ଡିଆ ଚାଇନା ଯୁଦ୍ଧ ସମୟରୁ ଭାରତୀୟ ସେନା ଯଗି ରଖିଥିବା ଲିମ୍ପିୟାଧୁରା ଏବଂ କାଲାପାଣି ଅଞ୍ଚଳକୁ ମଧ୍ୟ ନିଜ ବୋରି ଦାବି କରିଛି ନେପାଳ।

ମେ ୮ ତାରିଖରେ ରେ ଉତ୍ତରାଖଣ୍ଡର ଲିପୁଲେଖ ପାସକୁ ଚୀନ୍‌ର ମାନସରୋବର ମାର୍ଗ ସହିତ ସଂଯୋଗ କରୁଥିବା ଏକ ରାସ୍ତାକୁ ଉଦ୍‌ଘାଟନ କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ। ଏହାକୁ ତୀବ୍ର ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲା ନେପାଳ।

 

 

You might also like