ନୀତୀଶଙ୍କ ନେତୃତ୍ୱରେ ଲଢ଼ାଯିବ ବିହାର ନିର୍ବାଚନ: ଜେପି ନଡ୍ଡା

ନୁଆଦିଲ୍ଲୀ: ନୀତୀଶଙ୍କ ନେତୃତ୍ୱରେ ବିଜେପି, ଜେଡିୟୁ ଓ ଏଲ୍‌ଜେପି ମିଳିତ ହୋଇ ବିହାରରେ ନିର୍ବାଚନ ଲଢ଼ିବେ। ଆଜି ଏହା ସ୍ପଷ୍ଟ କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା। ଏହି ଘୋଷଣା ପରେ NDAର ଫାଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି। ବିହାର ବିଜେପି ପ୍ରଦେଶ କାର୍ଯ୍ୟସମିତି ବୈଠକରେ ଯୋଗେ ଦେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି ନଡ୍ଡ।

ଅକ୍ଟୋବର ଓ ନଭେମ୍ବର ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପାଇଁ ନଡ୍ଡା କହିଛନ୍ତି “ ଆମେ ମିଳିମିଶି ନିର୍ବାଚନ ଲଢ଼ିବୁ ଓ ଜିତିବୁ।” ନିର୍ବାନକୁ ନେଇ ବିହାରରେ ଜେଡିୟୁ ଓ ଏଲ୍‌ଜେପି ମଧ୍ୟରେ ମତାନ୍ତର ଦେଖା ଦେଇଥିବା ବେଳେ ନଡ୍ଡାଙ୍କ ଏପରି ବୟାନ ସାମ୍ନାକୁ ଆସିଛି। ଏଲ୍‌ଜେପି ନୀତୀଶଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଉଥିବା ବେଳେ ଜେଡିୟୁର କେବଳ ବିଜେପି ସହିତ ମେଣ୍ଟ ଅଛି ବୋଲି ଦଳ କହୁଛି। ଦୁଇ ସହଯୋଗୀ ଦଳ ମଧ୍ୟରେ ଏଭଳି ଗରମ ମାହୋଲ ଥିବା ବେଳେ ନଡ୍ଡାଙ୍କ ଏହି ଘୋଷଣା ବିରୋଧୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ନଡ୍ଡା କହିଛନ୍ତି, ବିହାର ଲୋକମାନେ ଏବେ ବିଜେପି ଓ ‌ଏନ୍‌ଡିଏ ଉପରେ ଆଶା ରଖିଛନ୍ତି। ଆମେ ବିହାରର ଭାଗ୍ୟ ଓ ଚିତ୍ର ବଦଳାଇ ଦେବୁ ବୋଲି ସେମାନେ ବିଶ୍ୱାସ ରଖିଛନ୍ତି। ଏହି ପରିବର୍ତ୍ତନ ପାଇଁ ଆପଣମାନଙ୍କର(ବିଜେପି କର୍ମକର୍ତ୍ତା) ସମଙ୍କର ବଡ଼ ଭୂମିକା ରହିବ। ବିଜେପି ସହିତ ସହଯୋଗୀ ଦଳଗୁଡ଼ିକୁ ଜିତାଇବାକୁ ପଡ଼ିବ। ଏଥିପାଇଁ ବିଜେପି ସମ୍ପୂର୍ଣ୍ଣ ଶକ୍ତି ଜୁଟାଇବ। କରୋନ ସମୟରେ ନିର୍ବାଚନ ହେଉଥିବାରୁ ଏହା ଏକ ଚ୍ୟାଲେଞ୍ଜ ହେବ ବୋଲି ନଡ୍ଡା କହିଛନ୍ତି। ଏଥିସହିତ ବିହାରରେ ବିରୋଧୀ ଦଳଗୁଡ଼ିକୁ ଉପରେ ମଧ୍ୟ କଟାକ୍ଷ କରିଛନ୍ତି ନଡ୍ଡା। ସେ କହିଛନ୍ତି ବିହାର ଓ ଦେଶରେ ବିରୋଧୀ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଇଛି। ବିରୋଧୀ କେବଳ ଫାଙ୍କା ରାଜନୀତି କରୁଛି।

ତେବେ କରୋନା ଭାଇରସ ଚାଲିଥିବାରୁ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସୋସିଆଲ୍‌ ଡିଷ୍ଟାନ୍ସିଂ ପାଳନ କରିବା ସହିତ ସମସ୍ତ ପ୍ରକାର ନିୟମାନ ମାନିବାକୁ ପରାମର୍ଶ ଦେଇଛନ୍ତି ନଡ୍ଡା। ଛୋଟ ଛୋଟ ମିଟିଂ କରିବା ସହି ଡୋରୁ ଟୁ ଡୋର୍ କ୍ୟାମ୍ପେନିଂ କରିବା ପାଇଁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ତା ସହିତ ଆସନ୍ତା ୬ ତାରିଖରେ ସେ ନିଜେ ବିହାର ଆସିବେ ବୋଲି ନଡ୍ଡା ସୂଚନା ଦେଇଛନ୍ତି।

 

ଆହୁରି ପଢ଼ନ୍ତୁ

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

୫୫ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କାର୍ ଚକାରୁ ମିଳିଲା ବିରାଟକାୟ ଅଜଗର

ଆମେରିକାକୁ ଧମକ ଦେଇ ଚୀନ କହିଲା-ଉଡାଇ ଦେବୁ

ଇତିିହାସରେ ପ୍ରଥମ: ଭାରତୀୟ ନୌସେନାରେ ନିଯୁକ୍ତି ପାଇଲେ ଦୁଇ ମହିଳା ଅଫିସର

You might also like