ଚକୋଲେଟ୍‌ଠାରୁ ବି ଶସ୍ତା ଡାଟା: ୧ ଟଙ୍କାରେ ୧ ଜିବି

ନୂଆଦିଲ୍ଲୀ (ସୁଧାଂଶୁ ଶେଖର ପରିଡ଼ା): ଚକୋଲେଟଠାରୁ ଶସ୍ତାରେ ମିଳିବ ଡାଟା।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ମାତ୍ର ୧ ଟଙ୍କାରେ ଆପଣଙ୍କୁ ମିଳିବ ୧ ଜିବି ଡାଟା। ଜିଓକୁ କଡା ଟକ୍କର ଦେବାକୁ ଆଗକୁ ଆସିଲା ଏକ ନୂଆ କମ୍ପାନୀ।

ମାର୍କେଟକୁ ଜିଓ ଆସିବା ପରଠାରୁ ଶସ୍ତାରେ ଡାଟା ପାଉଥିଲେ ଗ୍ରାହକ। ଏବେ ଜିଓ ଟାରିଫ ମୂଲ୍ୟ ବଢ଼ାଇବା ଦେବା ପରେ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି। କେତେକ ଅନ୍ୟ କମ୍ପାନୀର ଡାଟା ପ୍ଲାନକୁ ଆପଣାଇ ନେଇଥିବା ବେଳେ ଆଉ କେତେକ ଶସ୍ତା ପ୍ଲାନ ଖୋଜି ବୁଲୁଛନ୍ତି। ଏହିଭଳି ଗ୍ରାହକ ପାଇଁ ଆସୁଛି ଏକ ଜବରଦସ୍ତ ଡାଟା ପ୍ଲାନ।

 

୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ମାତ୍ର ୧ ଟଙ୍କାରେ ୧ ଜିବି ଡାଟାର ଅଫର ଲଞ୍ଚ କରିଛି। ଜିଓଠାରୁ ୩୬୦ ଗୁଣ କମ ମୂଲ୍ୟରେ ଏହି କମ୍ପାନୀ ଡାଟା ଦେଉଥିବା ଦାବି କରିଛି। ଜିଓକୁ କଡା ଟକ୍କର ଦେବାକୁ ବାଙ୍ଗାଲୋରର ଷ୍ଟାର୍ଟଅପ କମ୍ପାନୀ ୱାଇଫାଇ ଡବ୍ବା (Wifi Dabba) ଆଗେଇ ଆସିଛି।

ୱାଇଫାଇ ଡବ୍ବା ପକ୍ଷରୁ ତିନିଟି ପ୍ଲାନ ଘୋଷଣା କରାଯାଇଛି।

  • ପ୍ରଥମ ପ୍ଲାନରେ ୧ ଟଙ୍କାରେ ୧ ଜିବି ଡାଟା
  • ଦ୍ଵିତୀୟ ପ୍ଲାନରେ ୧୦ ଟଙ୍କାରେ ୫ ଜିବି ଡାଟା
  • ତୃତୀୟ ପ୍ଲାନରେ ୨୦ ଟଙ୍କାରେ ୧୦ ଜିବି ଡାଟା ମିଳୁଛି।

ଏହିସବୁ ପ୍ଳାନର ବୈଧତା କେବଳ ୨୪ ଘଣ୍ଟା ପାଇଁ ରହିଛି। ବର୍ତ୍ତମାନ ପାଇଁ କେବଳ ବାଙ୍ଗାଲୋରରେ ଏହି ସେବା ଉପଲବ୍ଧ ହୋଇଛି। ଆଗକୁ ଦେଶର ଅନ୍ୟ ସହରରେ ଏହି ସେବା ମିଳିବ ବୋଲି କମ୍ପାନୀ କହିଛି।

ଶସ୍ତା ଡାଟା ପ୍ଲାନ ନେଇ ୱାଇଫାଇ ଡବାର କହିବା କଥା, କୌଣସି ତୃତୀୟ ପକ୍ଷ ହାର୍ଡ଼ୱେୟାର ବା ସଫ୍ଟୱେୟାର ବ୍ୟବହାର କରୁନଥିବାରୁ ସେମାନଙ୍କୁ କମ ମୂଲ୍ୟରେ ଅଧିକ ଡାଟା ଦିଆଯାଉଛି ।

You might also like