ଘଞ୍ଚ ଜଙ୍ଗଲରେ ବୁଲି ସ୍ୱାମୀଙ୍କୁ ଖୋଜିଲେ, ଶେଷରେ ମାଓବାଦୀଙ୍କ କବ୍‌ଜାରୁ ଉଦ୍ଧାର କଲେ

ବିଜାପୁର: ଡିଉଟିରେ ଥିବାବେଳେ ସଉଦା ଆଣିବାକୁ ଯାଇଥିଲେ ସ୍ୱାମୀ । ଆଉ ଘରକୁ ଫେରିଲନି। ପତ୍ନୀ ଶୁଣିବାକୁ ପାଇଲେ ମାଓବାଦୀମାନେ ଅପହରଣ କରି ନେଇଛନ୍ତି। ବିଶ୍ୱାସ କରିପାରିଲେନି ପତ୍ନୀ। ଶେଷରେ ନିଜେ ବାହାରିଲେ ସ୍ୱାମୀଙ୍କୁ ଖୋଜିବାକୁ। ଚାରିଦିନ ବଣଜଙ୍ଗଲରେ ଖୋଜିବା ପରେ ଶେଷରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ ଆଉ ମାଓବାଦୀଙ୍କୁ ବୁଝାଇ ସ୍ୱାମୀଙ୍କୁ ମୁକୁଳେଇଥିଲେ। ‘ରୋଜା’ ଫିଲ୍ମ ପରି ଲାଗୁଥିବା ଏହି କାହାଣୀ ଆଉ କୌଣସି ନୂଆ ଫିଲ୍ମର ନୁହେଁ। ଏକଦମ୍ ଅଙ୍ଗେନିଭା କଥା।  ଛତିଶଗଡ଼ର ଜଣେ ମହିଳା ମାଓବାଦୀଙ୍କ କବଳରୁ ଏମିତି ସ୍ୱାମୀଙ୍କୁ ମୁକୁଳାଇ ପାରିଛନ୍ତି।

ଛତିଶଗଡ଼ର ଏହି ମହିଳାଙ୍କ ନାମ ସୁନୀତା କଟ୍ଟମ। ସ୍ୱାମୀ ସନ୍ତୋଷ କଟ୍ଟମ(୪୮ ବର୍ଷ) ଜଣେ ପୋଲିସ କନ୍‌ଷ୍ଟେବଲ । ବିଜାପୁର ଭୋପାଳପଟ୍ଟନମ୍‌ ପୋଲିସ ଷ୍ଟେଶନରେ ଡ୍ୟୁଟିରେ ଥିବା ସମୟରେ ତାଙ୍କୁ ମାଓବାଦୀମାନେ ଅପହରଣ କରିନେଲେ।

ସୁନୀତା (୩୯) ବୁଧବାର ନିଉଜ ଏଜେନ୍ସି ପିଟିଆଇକୁ କହିଛନ୍ତି, ମେ’ ୪ ତାରିଖ ସନ୍ଧ୍ୟାରେ ତାଙ୍କ ସ୍ୱାମୀ ସଉଦା ଆଣିବାକୁ ବଜାରକୁ ଯାଇଥିଲେ। ତା’ ପରଠାରୁ ସେ ଆଉ ଘରକୁ ଫେରି ନ ଥିଲେ। ଦୁଇ ଦିନ ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀଙ୍କୁ ମାଓବାଦୀମାନେ ଅପହରଣ କରି ନେଇଛନ୍ତି।

ପ୍ରଥେମ ତ ସୁନୀତା ବଶ୍ୱାସ କରିପାରି ନ ଥିଲେ। କାରଣ ତାଙ୍କ ସ୍ୱାମୀ ଏମିତି ଥରେ କିଛି ନ କହି ପଳାଇଥିଲେ । ହେଲେ ପୁଣି ଫେରି ଆସିଥିଲେ। ହେଲେ ମାଓବାଦୀମାନେ ଅପହରଣ କରି ନେଇଥିବା ଜାଣିବା ପରେ ପୋଲିସକୁ ସୂଚିତ କରିଥିଲେ। ତା’ ପରେ ପରିବାର ଓ ଅନ୍ୟମାନଙ୍କ ସହାୟତାରେ ସ୍ୱାମୀ କେଉଁଠି ଅଛନ୍ତି ଖୋଜିବାକୁ ଲାଗିଲେ।

ମେ’ ୬ରେ ସେ ତାଙ୍କର ୧୪ ବର୍ଷୀୟ ଝିଅ, ଜଣେ ସ୍ଥାନୀୟ ସାମ୍ବାଦିକ ଓ କିଛି ଗାଁ ଲୋକ ଜଙ୍ଗଲର ସ୍ୱାମୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ଜଙ୍ଗଲ ପର୍ଯ୍ୟନ୍ତ ଏକ ଗାଡ଼ିରେ ଯାଇ ସେଠାରୁ କଣ୍ଟକିତ ଜଙ୍ଗଲ ରାସ୍ତାରେ ଦୀର୍ଘ ୪ ଦିନ ଯିବା ପରେ ସ୍ୱାମୀଙ୍କ ପାଖରେ ପହଞ୍ଚିଥିଲେ।

ପରଦିନ ମାଓବାଦୀଙ୍କ ପକ୍ଷରୁ ଜନ-ଅଦାଲତ ବସିଥିଲା।  ସୁନୀତା ଓ ଗାଁ ଲୋକମାନେ ସନ୍ତୋଷଙ୍କୁ ଛାଡ଼ି ଦେବାକୁ ମାଓବାଦୀଙ୍କୁ ନିବେଦନ କରିଥିଲୁ। ଶେଷରେ ମାଓବାଦୀମାନେ ଧମକ ଦେଇ ସନ୍ତୋଷଙ୍କୁ ମୁକ୍ତ କରିଥିଲେ ବୋଲି ସୁନୀତା କହିଛନ୍ତି।

ତେବେ ମାଓବାଦୀମାନେ ସନ୍ତୋଷଙ୍କୁ ପୁଲିସ ଫୋର୍ସରେ କାମ କରିବାକୁ ବାରଣ କରିଛନ୍ତି। ଯଦି ସେ ପୂର୍ବଭଳି କାର୍ଯ୍ୟ କରିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଛନ୍ତି। ମେ’ ୧୧ ତାରିଖରେ ତାରିଖରେ ସନ୍ତୋଷ ବିଜାପୁରରେ ପହଞ୍ଚିଥିଲେ। ଏହାପରେ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି।

 

ଆହୁରି ପଢ଼ନ୍ତୁ

ଦେଶରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୧୩ ଦିନରେ ୧୦ ଲକ୍ଷ ସୁସ୍ଥ

ଭାରତର ସାର୍ବଭୌମତ୍ୱ ରକ୍ଷାର ପ୍ରୟାସକୁ ସମର୍ଥନ କଲା ଆମେରିକା

ନଭେମ୍ବର ଶେଷ ଯାଏ ବଢ଼ିଲା ଅନ୍‌ଲକ୍‌ ୫.୦ ଗାଇଡ୍‌ ଲାଇନ କଟକଣା

ଏବେ ଯେକୌଣସି ବ୍ୟକ୍ତି ଜାମ୍ମୁ କାଶ୍ମୀରରେ କିଣି ପାରିବେ ଜାଗା

ବାହା ହେବାକୁ ମନା କରିବାରୁ ଅଭିନେତ୍ରୀଙ୍କୁ ଛୁରାମାଡ଼ କଲେ ଫେସ୍‌ବୁକ ଫ୍ରେଣ୍ଡ

ଲଭ୍‌-ଜିହାଦ୍‌ରୁ ହତ୍ୟା! ସିସିଟିଭିରେ କଏଦ୍‌ ହେଲା ଭିଡିଓ

ଅଓ୍ୱନ୍ତିପୋରାରେ ଏନ୍‌କାଉଣ୍ଟର: ଆତ୍ମସମର୍ପଣ କଲା ଆତଙ୍କୀ

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ହାଥରସ ଘଟଣା: ସୁପ୍ରିମକୋର୍ଟ କହିଲେ ୟୁପିରୁ ବାହାରକୁ ସ୍ଥାନାନ୍ତର ହେବନି ମାମଲା

୨ ଲକ୍ଷରୁ ଅଧିକ ଟଙ୍କାର ପିଆଜ ଚୋରି

ଭାରତ-ଆମେରିକା ଟୁ ପ୍ଲସ ଟୁ ବୈଠକ: BECA ରାଜିନାମା ସ୍ୱାକ୍ଷର କରିବେ ଦୁଇ ଦେଶ

ବିହାର ନିର୍ବାଚନ: ୩୪% ପ୍ରାର୍ଥୀଙ୍କ ନାଁରେ ରହିଛି ଅପରାଧିକ ମାମଲା

You might also like