ଫାଶି କଥା ଶୁଣି କୋର୍ଟ ସମ୍ମୁଖରେ ବେହୋଶ ହୋଇଗଲେ ଅକ୍ଷୟଙ୍କ ପତ୍ନୀ

ନୂଆଦିଲ୍ଲୀ: ଶୁକ୍ରବାର ଫାଶିଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ବାରମ୍ବାର ତାରିଖ ଟଳିବା ପରେ ଶେଷରେ କାଲି ଫାଶି ମିଳିବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି। ପଟିଆଲା ହାଉସ୍‌ କୋର୍ଟରେ ଶୁଣାଣି ଶେଷ ହୋଇଛି। ଇତିମଧ୍ୟରେ କୋର୍ଟ ବାହାରେ ଦୋଷୀ ଅକ୍ଷୟଙ୍କ ପତ୍ନୀ ପୁନୀତା ଦେବୀ ବେହୋଶ ହୋଇ ଯାଇଛନ୍ତି। ଅକ୍ଷୟ ପତ୍ନୀ ପୁନୀତାଠାରୁ ଛାଡପତ୍ର ନେବା ପାଇଁ ଆବେଦନ କରିଥିଲା। ହେଲେ ପୁନୀତା ଶୁଣାଣି ସମୟରେ ପହଞ୍ଚି ନ ଥିଲା। ଏବେ କୁହାଯାଉଛି, ଫାଶିକୁ ଟାଳିବା ପାଇଁ ଏହା ଏକ ନୂଆ ଚାଲ୍।

ଅକ୍ଷୟ ଠାକୁର ପତ୍ନୀ ପୁନୀତା ଦେବୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିଲେ। ଔରଙ୍ଗାବାଦର ଫ୍ୟାମିଲି କୋର୍ଟରେ ଆଜି ଶୁଣାଣି ହେବାର ଥିଲା। ହେଲେ ଶୁଣାଣି ସମୟରେ ପୁନୀତା କୋର୍ଟରେ ପହଞ୍ଚି ନ ଥିଲେ। ତେଣୁ ଶୁଣାଣି ମାର୍ଚ୍ଚ ୨୪ ତାରିଖକୁ ସ୍ଥଗିତ କରାଯାଇଛି। ତେବେ ନିର୍ଭୟା ଦୋଷୀ ୪ ଜଣଙ୍କୁ ମାର୍ଚ୍ଚ ୨୦ ତାରିଖ ଫାଶି ଦିଆଯିବ।

ସୂଚନାଥାଉ କି, ନିର୍ଭୟା ଦୋଷୀ ମୁକେଶ ସିଂହ,  ପବନ ଗୁପ୍ତା, ବିନୟ ଶର୍ମା ଏବଂ ଅକ୍ଷୟ କୁମାର ସିଂହଙ୍କୁ ଫାଶି ଦେବା ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଛି। ୨୦ ମାର୍ଚ୍ଚ ସକାଳ ସାଢେ ୫ଟାରେ ୪ ଜଣଙ୍କୁ ଫାଶି ଦିଆଯିବ।

You might also like