ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ମୁମ୍ବାଇ: ସ୍ୱାମୀ ଅଫିସରୁ ବିଳମ୍ବରେ ଫେରିଲେ ସବୁ ସ୍ତ୍ରୀ ବିରକ୍ତ ହୁଅନ୍ତି, ରାଗନ୍ତି। ଅନେକ ସମୟରେ ଘରେ ଝଗଡ଼ା ବି ଲାଗିଯାଏ। ହେଲେ ସ୍ୱୀମୀ ବିଳମ୍ବରେ ଫେରିବାରୁ  ସ୍ତ୍ରୀ କୋର୍ଟର ଦ୍ୱାରସ୍ଥ ହେବ, ଏପରି କଥା କେବେ ଶୁଣିଛନ୍ତି ? ହଁ, ଏମିତି ବି ଘଟେ। ଜଣେ ମହିଳା ଡାକ୍ତର ପତିଙ୍କ ଲମ୍ବା ଡ୍ୟୁଟିରେ ବିରକ୍ତ ହୋଇ ଶେଷରେ ବମ୍ବେ ହାଇକୋର୍ଟରେ FIR ଦାଏର କରିଛନ୍ତି। ମହିଳା ଜଣକ କହିଛନ୍ତି, କୋଭିଡ ସମୟରେ ୧୯ ଘଣ୍ଟାରୁ ଅଧିକ ସମୟ ସ୍ୱାମୀ ଡ୍ୟୁଟି କରିବା ଯୋଗୁ ତାଙ୍କ ସମ୍ପର୍କ ଉପରେ ଏହା ପ୍ରଭାବ ପକାଉଛି। ତେବେ କୋର୍ଟ ମହିଳାଙ୍କ FIRକୁ ରଦ୍ଦ କରି ଦେଇଛନ୍ତି।

ମାଇକ୍ରୋବାୟଲଜି ପ୍ରଫ୍ରସର ଥିବା ମହିଳା ଜଣକ କୋର୍ଟକୁ କହିଛନ୍ତି, ତାଙ୍କର ବିବାହ ୨୦ ବର୍ଷ ହୋଇଗଲାଣି। କୋଭିଡ-୧୯ ଯୋଗୁ ପ୍ରଥମେ ପ୍ରଥମେ ଦର୍ଘ ସମୟ ଧରି ସ୍ୱାମୀ ଡ୍ୟୁଟି କରୁଥିଲେ। ଏହାଦ୍ୱାରା ତାଙ୍କର ବୈବାହିକ ଜୀବନ ପ୍ରଭାବିତ ହୋଇଥିଲା। ତାଙ୍କର ଏହି FIR  ଘରୋଇ ହିଂସା ଆରୋପ ଅନୁଯାୟୀ ଦାଏର କରାଯାଇଥିଲା।

ଡିଜିଟାଲ ଶୁଣାଣି ସମୟରେ ଦୁଇଟି ସନ୍ତାନ ଥିବା ଏହି ଦମ୍ପତିଙ୍କୁ କାଉନ୍‌ସିଲିଂ କରାଯାଇଥିଲା। ଏହା ପରେ ଏକାଠି ରହିବା ପାଇଁ ଦୁହେଁ ନିଷ୍ପତ୍ତି ନେଇଛନ୍ତି।  FIR ରଦ୍ଦ ସମୟରେ ପୀଠ କହିଥିଲେ, ଏହି ଦମ୍ପତି ମତଭେଦ ଭୁଲି ଏକଠି ରହିବାର ନିଷ୍ପତ୍ତି ନେଇଥିବା  ଜାଣି ଖୁସି ଲାଗିଲା। ଅଦାଲତ କହିଥିଲେ, ଡାକ୍ତରଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିଛି। କରୋନା ମହାମାରୀ ସହ ଲଢିବା ପାଇଁ ପୂରା ଦେଶ ଦିନ ରାତି କାମ କରୁଛି। ନିଜର ତଥା ପରିବାର ଲୋକଙ୍କ ଜୀବନକୁ ବାଜି ଲଗାଇ ସେମାନେ ଏହି କାମ କରୁଛନ୍ତି। ତେଣୁ ସେମାନଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି ବୋଲି କୋର୍ଟ କହିଛନ୍ତି।

 

You might also like