ମୁହଁରେ ନିଶ୍ୱାସ ଦେଇ ଦେଇ ମେଡିକାଲ ନେଲେ, ଶତ ଚେଷ୍ଟା ସତ୍ତ୍ୱେ ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନି ମହିଳା

ଭଗବାନଙ୍କ ଉପରେ ଥିବା ଭରସା ଭାଙ୍ଗିଦେଉଛି ଭୂତାଣୁ

ଆଗ୍ରା :  ଡାକ୍ତରଖାନା ନେବା ରାସ୍ତାରେ ଛକି ବସିଥିଲା ନିର୍ଦ୍ଦୟ ମୃତ୍ୟୁ । ବୟସ ଦେଖିଲାନି, ନିରୋଳା ଆଖିରେ ଦେଖାଯାଉନଥିବା ଅଦୃଶ୍ୟ ଭାଇରସ୍ ଛଡ଼ାଇନେଲା ମଥାର ସିନ୍ଦୁର । ଅକ୍ସିଜେନ୍ ଅଭାବରେ ସ୍ତ୍ରୀ କୋଳରେ ଜୀବନ ହାରିଲେ ସ୍ୱାମୀ । କରୋନା ଭାଇରସର ଦ୍ୱିତୀୟ ଲହରୀର ଭୟାବହତା ଓ ଅକ୍ସିଜେନ ଅଭାବ ମଧ୍ୟରେ ଆଗ୍ରାରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଘଟଣା । ଶୁକ୍ରବାର ଦ୍ୱିପହରରେ ପାଖାପାଖି ଗୋଟାଏରେ ଜଣେ ମହିଳା ରୋଗଗ୍ରସ୍ତ ସ୍ୱାମୀଙ୍କୁ  ଅଟୋରେ ଧରି ଏମଏନ ମେଡିକାଲ କଲେଜ ପହଞ୍ଚିଥିଲେ । ସ୍ୱାମୀଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା ।  ଅକ୍ସିଜନ ନମଳିବାରୁ ସ୍ୱାମୀଙ୍କୁ ମୁହଁରେ ଅକ୍ସିଜେନ ଦେବାକୁ ପ୍ରୟାସ କରୁଥିଲେ । ହେଲ ଶତ ଚଷ୍ଟା ସତ୍ତ୍ୱେ ସିନ୍ଦୁରକୁ ବଞ୍ଚାଇପାରିଲେନି ମହିଳା ।

ଆଗ୍ରାର ଆବାସ ବିକାଶ ସେକ୍ଟର ନିବାସୀ ରବି ସିଂହଲ(୪୭ ବର୍ଷ) । କରୋନାରେ ପୀଡ଼ିତ ହୋଇ ଘରେ ଚିକିତ୍ସିତ ହେଉଥିଲା । ହେଲେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଚାନକ୍ ବିଗିଡ଼ି ଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ଛଟପଟ ହେବାରେ ଲାଗିଲେ । ତେବେ ସ୍ୱାମୀଙ୍କ ଏପରି ଅବସ୍ଥା ଦେଖି କାଳବିଳମ୍ବ ନକରି ସ୍ତ୍ରୀ ରିନୁ ଅଟୋରେ ସ୍ୱାମୀଙ୍କୁ ନେଇ ବାହାରି ପଡ଼ିଥିଲେ । ହାତରେ ଥାଏ ପାଣି ବୋତଲ, ଆଉ ସ୍ୱାମୀଙ୍କୁ ଘଡ଼ିକୁ ଘଡ଼ି ମୁହଁରେ ନିଶ୍ୱାସ ଦେବାକୁ ପ୍ରୟାସ କରୁ ଥାଆନ୍ତି । ପ୍ରଥମେ ଶ୍ରୀରାମ ହସ୍ପିଟାଲ ତା’ପରେ ସାମକେତ ହସ୍ପିଟାଲ ଆଉ ତାପରେ କେଜି ନର୍ସିଂ ହୋମ, ହେଲେ ଭାଗ୍ୟର ବିଡ଼ମ୍ବନା ବେଡ ଖାଲି ନଥିବାରୁ କୌଣସି ଠାରେ ତାଙ୍କୁ ଆଡମିଟ୍ କରାଯାଇ ପାରିଲା ନାହିଁ ।

ସ୍ୱାମୀଙ୍କୁ କୌଣସି ମତେ ବଞ୍ଚାଇବା ପାଇଁ ଏନଏମ ମେଡ଼ିକାଲ କଲେଜ ପହଞ୍ଚିଥିଲେ ରିନୁ । ହେଲେ ରାସ୍ତାରେ ସ୍ୱାମୀଙ୍କ ଅବସ୍ଥା ଆହୁରି ଆହୁରି ବିଗିଡ଼ିବାରେ ଲାଗିଥିଲା । ଫଳରେ ମେଡ଼ିକାଲ ପହଞ୍ଚିବା ପର୍ଯ୍ୟନ୍ତ ସ୍ୱାମୀଙ୍କୁ ବଞ୍ଚାଇ ରଖିବାକୁ ମୁହଁରେ ଅକ୍ସିଜେନ୍ ଦେବାକୁ ପ୍ରୟାସ କରୁଥିଲା । ଶେଷରେ ଅନେକ ଦୌଡାଦୌଡ଼ି ପରେ ଏନଏମ ମେଡ଼ିକାଲରେ ବେଡ ଟିଏ ମିଳିଥିଲା । ହେଲେ ସେତେବେଳକୁ ବହୁତ ଡେରି ହୋଇ ସାରିଥିଲା । ମୃତ୍ୟୁର କୋଳରେ ଶୋଇଥିଲେ ରବି । ଡାକ୍ତର ମେଡ଼ିକାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରିନୁ । ସ୍ୱାମୀଙ୍କ ବଞ୍ଚାଇ ପାରିନଥିବାରୁ ଆଖିରୁ ଅବଶୋଷର ଲୁହ ବହୁଛି । ସ୍ୱାମୀଙ୍କୁ ହରାଇ ସେ ପଥର ପାଲଟି ଯାଇଛନ୍ତି ।

ତେବେ ଏହା ନୂଆ ନୁହଁ ପ୍ରତିଦିନ ମହାମାରୀର ଏପରି ଭୟାନକ କାହାଣୀ ସାମ୍ନାକୁ ଆସୁଛି । କିଏ ସ୍ୱାମୀକୁ ହରାଉଛି, କିଏ ଭେଣ୍ଡା ପୁଅକୁ ହରାଉଛି, ତ ଆଉ କିଏ କଅଁଳା ଛୁଆକୁ । ମଣିଷ ଚିହ୍ନୁନି ମହାମାରୀ, ଇଚ୍ଛା ଅନୁସାରେ ଲୋକଙ୍କ ଶିକାର କରିବା ସହ ପରିବାର ଲୋକଙ୍କୁ ବେସାହାର କରିଦେଉଛି ।

You might also like