କିଏ ଥିଲେ ସ୍ୱାଧୀନ ଭାରତର ପ୍ରଥମ ସେନାମୁଖ୍ୟ

ନୂଆଦିଲ୍ଲୀ: ସାରା ଦେଶରେ ଗତକାଲି ପାଳିତ ହୋଇଯାଇଛି ଭାରତୀୟ ସେନା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ । ବୀର ଯବାନଙ୍କ ପାଇଁ ବନ୍ଦନା କରିବାର ଦିନ।  ପରିସ୍ଥିତି ଯାହା ବି ହେଉ ନା କାହିଁକି, ଭାରତୀୟ ସେନା ସବୁଠି, ସବୁ ପରିସ୍ଥିତିରେ ଲଢେଇ କରିଛି ଓ ବିଜୟ ହାସଲ କରି ତ୍ରିରଙ୍ଗା ପତାକା ଉଡାଇଛି । ଆପଣ ଜାଣନ୍ତି କି କାହିଁକି ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଏ । ଭାରତୀୟ ସେନାରେ କିଏ ଦେଇଥିଲେ ପ୍ରଥମେ ଜୟ ହିନ୍ଦ ନାରା ?

ଏଇ ବୀର ଯବାନମାନଙ୍କ ପାଇଁ ଆଜି ଆମେ ଶାନ୍ତିରେ ଶୋଇପାରୁଛେ । ଭଲରେ ରହିପାରୁଛେ । ପାଣି ହେଉ କି ବରଫ, ପାହାଡ଼ ହେଉ କି ସମୁଦ୍ର, ଦେଶକୁ ରକ୍ଷା କରିବା ପାଇଁ ସବୁଠି ପହଞ୍ଚି ଯାଆନ୍ତି ଆମ ବୀର ଯବାନ। ବରଫ ପଡିଥିଲେ ବି ସିଆଚେନରେ ରହିଛନ୍ତି । ଖାଇବା ପିଇବା ଭୁଲି ଅତି ଦୁର୍ଗମ ଅଞ୍ଚଳରେ ଡ୍ୟୁଟି କରୁଛନ୍ତି । ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଆଜି ଏଇ ବୀର ଯବାନମାନଙ୍କୁ ବନ୍ଦନା କରିବାର ଦିନ । କାରଣ ଆଜି ହେଉଛି ଭାରତୀୟ ସେନା ଦିବସ । ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ଦିନ । ପରିସ୍ଥିତି ଯାହା ହେଉ ନା କାହିଁକି ଭାରତୀୟ ସେନା ସବୁଠି ଲଢେଇ କରିଛି ଓ ବିଜୟ ହାସଲ କରି ତ୍ରିରଙ୍ଗା ପତାକା ଉଡାଇଛି । ଆପଣ ଜାଣନ୍ତି କି କାହିଁକି ଜାନୁଆରୀ ୧୫ ତାରିଖକୁ ସେନା ଦିବସ ଭାବେ ପାଳନ କରାଯାଏ ।

୧୯୪୯ ମସିହା ଜାନୁଆରୀ ୧୫ ତାରିଖରେ ଭାରତୀୟ ସେନାର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ଜେନେରାଲ ସାର୍ ଫ୍ରାନସିସ ବଚର ଫିଲ୍ଡ ମାର୍ଶାଲ କୋଡାଣ୍ଡେରା ଏମ କାରିଆପାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ସେନାବାହିନୀର ମୁଖ୍ୟ ହେବାରେ କାରିଆପା ଥିଲେ ପ୍ରଥମ ଭାରତୀୟ । ଏହି ଐତିହାସିକ ଘଟଣାକୁ ସ୍ୱୀକୃତି ସ୍ୱରୂପ ପ୍ରତି ବର୍ଷ ଏହି ଦିବସକୁ ସେନା ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି । କାରିଆପା ହିଁ ଦେଇଥିଲେ ଜୟ ହିନ୍ଦ ସ୍ଲୋଗାନ । ତାଙ୍କ ନାଁ ଅନୁସାରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ପ୍ୟାରେଡ ଗ୍ରାଉଣ୍ଡର ନାଁ କାରିଆପା ପ୍ୟାରେଡ ଗ୍ରାଉଣ୍ଡ ରଖାଯାଇଛି । ଭାରତୀୟ ସେନାକୁ ଅଧିକ ଶୃଙ୍ଖଳିତ କରିବାରେ ତାଙ୍କର ବହୁତ ଅବଦାନ ଥିଲା ।  ୧୯୧୪ରୁ ୧୯୧୮ ମଧ୍ୟରେ କାରିଆପା ମିଲିଟାରୀ ଟ୍ରେନିଂ ନେଇଥିଲେ। ସେ ଇନ୍ଦୋରରେ ଟ୍ରେନିଂ ନେଇଥିଲେ । ୧୯୧୯ରେ ସେନାରେ ସାମିଲ ହୋଇଥିଲେ । ତାଙ୍କ ଘର କର୍ଣ୍ଣାଟକରେ । ଚାକିରିରୁ ଅବସର ନେବା ପରେ ସେ ଅଷ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ଭାରତର ହାଇ କମିସନର ଭାବେ ନିଯୁକ୍ତି ପାଇଥିଲେ ।

ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସେନା ସବୁବେଳେ ଯୁଦ୍ଧ କରି ଆଗରେ ରହିଛି । ଗଲୱାନରେ ଭାରତୀୟ ସେନା ଚୀନ ସେନାକୁ ଉଚିତ ଜବାବ ଦେଇଥିଲା । ଦେଶର ସେବା କରିବାରେ ସେନା କେତେବେଳେ ପଛଘୁଞ୍ଚା ଦେଇନାହିଁ । କେବଳ ସେନା ଦେଶ ପାଇଁ ବାହ୍ୟ ଶତ୍ରୁଙ୍କ ସହ ଲଢୁନାହିଁ , ବରଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବି ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଛି । ଗତ ବର୍ଷ ହାଇଦ୍ରାବାଦରେ ବନ୍ୟା ସମୟରେ ସେନାର ଯବାନ ମାନେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଦେଶବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।   ଭାରତୀୟ ସେନାରେ ସବୁ ରାଜ୍ୟ, ଜାତି ଓ ବର୍ଣ୍ଣର ଲୋକମାନେ କାମ କରୁଛନ୍ତି । ବିବିଧତା ଭିତରେ ଏକତା ହେଉଛି ଭାରତୀୟ ସେନାର ବୈଶିଷ୍ଟ୍ୟ । ସବୁଠୁ ବଡ କଥା ହେଉଛି ଆମ ସେନାର ଶକ୍ତି ଓ ସାହସ ହେଉଛି ସାରା ବିଶ୍ୱରେ ତା ର ପରିଚୟ । ସେନାର ଯବାନମାନେ ଘରଠାରୁ ଦୂରରେ ଥିଲେ ବି ଦେଶ ପ୍ରତି କର୍ତ୍ତବ୍ୟକୁ ସବୁବେଳେ ଅଗ୍ରାଧିକାର ଦେଇ ବଜାୟ ରଖନ୍ତି।

 

You might also like