ଉଦ୍ଧବଙ୍କୁ କାହିଁକି ଭେଟିଲେ ସୋନୁ ସୁଦ୍?

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଲେ ଅଭିନେତା ସୋନୁ ସୁଦ୍। ଗତକାଲି ରାତିରେ ମୁମ୍ବାଇ ସ୍ଥିତ ଠାକରେଙ୍କ ମାତୁଶ୍ରୀରେ ଆଲୋଚନା ହୋଇଛି। ସୋନୁ ସୁଦଙ୍କୁ ସମାଲୋଚନା କରିବା ସହ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଗତକାଲି ହିଁ କହିଥିଲେ ଶିବସେନା ମୁଖପାତ୍ର ସଞ୍ଜୟ ରାଉତ। ଏହାର କିଛି ଘଣ୍ଟା ପରେ ମୁଖ୍ୟମନ୍ତ୍ରୀଙ୍କ ସହ ସୋନୁଙ୍କ ଆଲୋଚନାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଅଧିକ ବଢ଼ିଛି।

ମୁଖ୍ୟତଃ ସୋନୁଙ୍କ ସହ ଠାକ୍‌ରେ କଣ କଥାବାର୍ତ୍ତା କଲେ ତାହା ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତେବେ ଏହି ବୈଠକ ବେଳର ଫଟୋକୁ ପୋଷ୍ଟ କରିଛନ୍ତି ଉଦ୍ଧବଙ୍କ ପୁଅ ତଥା ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀ ଆଦିତ୍ୟ ଠାକ୍‌ରେ। ଶ୍ରମିକଙ୍କୁ ଘରକୁ ପହଞ୍ଚାଇବା ବନ୍ଦୋବସ୍ତ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିବା ସେ ଲେଖିଛନ୍ତି।

ସେହିପରି କାଶ୍ମୀରରୁ କନ୍ୟାକୁମାରୀ ଯାଏ ସବୁ ରାଜ୍ୟ ସରକାର ସହାୟତା କରୁଥିବା ବୈଠକ ପରେ କହିଛନ୍ତି ସୋନୁ ସୁଦ୍। ପ୍ରବାସୀଙ୍କୁ ନିଜ ଘରେ ପହଞ୍ଚାଇବାକୁ ନେଇ ଦେଶବାସୀଙ୍କ ଆଗରେ ହିରୋ ସାଜିଛନ୍ତି ଅଭିନେତା ସୋନୁ ସୁଦ୍। ତେବେ ତାଙ୍କୁ ବ୍ୟଙ୍ଗାତ୍ମକ ଲେଖାରେ ସମାଲୋଚନା କରିବା ସହ ସେ ବିଜେପିର ପ୍ରଚାର ମଧ୍ୟ କରିପାରନ୍ତି ବୋଲି ଗତକାଲି ସଞ୍ଜୟ ରାଉତ କହିଥିଲେ।

You might also like