କାମ କରୁନି କି କରୋନା ସଞ୍ଜିବନୀ ? ଟିକା ନେବା ପରେ ବି କାହିଁକି କବଳିତ କରୁଛି ମହାମାରୀ ?

ମହାମାରୀରୁ ରକ୍ଷା ପାଇବାକୁ ଆବଶ୍ୟକ ଭ୍ୟାକ୍ସିନ ରୂପୀ ସଞ୍ଜିବନୀ। କରୋନାକୁ ମାତ ଦେବାକୁ ଟିକାକରଣ ଏକ ମାତ୍ର ଉପାୟ ବୋଲି ଭୀତତ୍ରସ୍ତ ଜନତା ଚିନ୍ତା କରୁଥିଲେ। ଆଉ ସମସ୍ତଙ୍କ ପାଇଁ ଟିକା ଉପଲବ୍ଧ ହେବା ପରେ ଦେଶରେ ଖେଳିଯାଇଥିଲା ଖୁସିର ମାହୋଲ । ଆଉ ଏସବୁ ଭିତରେ ଭାରତର  କୋଣ ଅନୁକୋଣରେ ଟିକାକରଣ ଆରମ୍ଭ ହୋଇଯାଇଛି । ହେଲେ ଦୁର୍ଭାଗ୍ୟର ବିଷୟ ଭ୍ୟାକ୍ସିନ ନେବାପରେ ମଧ୍ୟ ଲୋକେ କରୋନାର ଶିକାର ହେଉଛନ୍ତି । କରୋନା ସଞ୍ଜିବନୀ କାମ ଦେଉନି, ବରଂ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସୁଛି । ଫଳରେ ଭ୍ୟାକ୍ସିନ ଉପରେ ଭରସା କରିଥିବା ସାଧାରଣ ଜନତା ଏବେ ଚିନ୍ତାରେ ।

ବର୍ତ୍ତମାନ ବଢ଼ୁଥିବା କରୋନା ମାମାଲା ଦେଖି ସାଧାରଣ ଜନତା ଦ୍ୱିଧାରେ ପଡ଼ିଯାଇଛନ୍ତି  । ପୁଣି ଥରେ କରୋନା ସଂକ୍ରମିତ କରୁଥିବାରୁ ଭ୍ୟାକ୍‌ସ ନେବା ଠିକ ହେବ ନା ନାହିଁ ବୋଲି ଚିନ୍ତା କରୁଛନ୍ତି । ତେବେ ସରକାର ସମସ୍ତଙ୍କୁ କରୋନା ଠାରୁ ବଞ୍ଚିବା ପାଇଁ ଏକ ଭଲ ସୁଯୋଗ ଦେଇଛନ୍ତି । ଆଉ ଏଥିପାଁଇ ନିଜର କର୍ତ୍ତବ୍ୟ ଚିନ୍ତା କରି ଭ୍ୟାକ୍ସିନ ନେବା ଜରୁରୀ । ସଚେତନ ରହିବା ସହ ଜରୁରୀ ପରାମର୍ଶକୁ ଧ୍ୟାନରେ ରଖି ଭ୍ୟାକ୍ସିନ ନେଲେ କରୋନା ଛୁଇଁ ପାରିବ ନାହିଁ ।ପୂର୍ବାପେକ୍ଷା ଲୋକେ କରୋନା ଡର ଶେଷ ହୋଇଯାଇଛି । ସଚେତନ ହୋଇ ଜନସାଧାରଣ ଯିବାଆସିବା କରୁଛନ୍ତି । ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଏବେ ବି ସରକାର ମାସ୍କ ପିନ୍ଧିବା ସହ ନିୟମିତ ହାତ ଧୋଇବା ତଥା ସାମଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଉଛିନ୍ତି ।

ଟିକାକରଣ ନିୟମ ପାଳନ କରୁନାହାନ୍ତି

ଭ୍ୟାକ୍ସିନ ଦେବା ସମୟରେ ଡାକ୍ତର ବାରମ୍ବାର ଲୋକଙ୍କୁ ଭ୍ୟାକ୍ସିନ ନେବାର ନିମୟ କହୁଛନ୍ତି । ଡାକ୍ତରୀ ଟିମ୍ ଦ୍ୱାରା ଟିକାକରଣ ପୂର୍ବରୁ ଓ ପରେ କିପରି ରହିବେ, ବିଭିନ୍ନ ଉପାୟ ମଧ୍ୟ କୁହାଯାଉଛି । ହେଲେ ଭ୍ୟାକ୍ସିନ ନେବାପରେ ଲୋକେ କିଛି ନଶୁଣି ମନଇଚ୍ଛା କାମ କରୁଛନ୍ତି । ଫଳରେ ଭ୍ୟାକ୍ସିନ ନେବାପରେ ମଧ୍ୟ ସେମାନେ ସଂକ୍ରମଣ ହେଉଛନ୍ତି । ଭ୍ୟାକ୍ସିନ ନେବା ପରେ ପୁଣି ଥରେ ପଜିଟିଭ୍ ହେବାର ଆଉ ଏକ ପ୍ରମୁଖ କାରଣ ହେଲା ଠିମ ସମୟରେ ଡୋଜ ନେଉପାରୁ ନାହାନ୍ତି ଲୋକେ । ଲୋକଙ୍କୁ ଫାଷ୍ଟ ଡୋଜ ମିଳିଯାଉଥିଲେ ହେଁ ସେକେଣ୍ଡ ‌ଡୋଜ ସମୟରେ ମିଳିପାରୁନି । ବିଳମ୍ବ ହେଉଛି କିମ୍ବା କାହାକୁ କାହାକୁ ଟିକା ସଠିକ୍ ସମୟରେ ମିଳିପାରୁନି । ଏପରିସ୍ଥଳେ ଲୋକେ କରୋନା ସଂକ୍ରମିତ ହେଉଛନ୍ତି ।

ତେବେ ଟିକାକରଣ ପରେ ମଧ୍ୟ ଲୋକମାନେ ପୁନର୍ବାର ସଂକ୍ରମଣକୁ ରିଇନଫେକ୍ସନ ବିଚାର କରୁଛନ୍ତି। ଯାହା ଆଦୌ ସତ ନୁହେଁ। ଟିକାକରଣ ପରେ ଯଦି ସଂକ୍ରମଣ ହୁଏ, ତେବେ ଭୟ କରିବାର କୌଣସି ଆବଶ୍ୟକତା ନାହିଁ  । କାରଣ ଟିକାକରଣ ପରେ ସଂକ୍ରମଣ କ୍ଷମତା ସାମାନ୍ୟ କମିଯାଏ । ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ସହ ସଂକ୍ରମିତ କରିବାର ସମ୍ଭାବନା ମଧ୍ୟ କମିଯାଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଟିକାକରଣର ଅର୍ଥ ନୁହେଁ ଭାଇରସର ଅନ୍ତ । ବରଂ ଟିକାକରଣ ଶରୀରକୁ ଭାଇରସର ବିପଜ୍ଜନକ ପ୍ରଭାବରୁ ରକ୍ଷା କରିଥାଏ । ସଂକ୍ରମଣ ଯେକୌଣସି ସମୟରେ ହୋଇପାରେ, ଟିକାକରଣ କେବଳ ସେହି ଗମ୍ଭୀର ମାମଲାଗୁଡ଼ିକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଯେଉଁମାନେ ଟିକା ନେଇଛନ୍ତି, ସେମାନେ ଭାଇରସକୁ  ରୋକିବା ପାଇଁ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବା ଆବଶ୍ୟକ । ଅନ୍ୟଥା ଟିକିଏ ଅସାବଧାନତା ଅନ୍ୟ ଲୋକଙ୍କୁ ମଧ୍ୟ ସଂକ୍ରମିତ କରିପାରେ ।

You might also like