ଗତ ୨୦ ବର୍ଷ ଧରି କାହିଁକି ଚୀନରୁ ହିଁ ବାହାରୁଛି ଜୀବନନାଶକ ରୋଗ

ନୂଆଦିଲ୍ଲୀ: କରୋନା ଭାଇରସ୍‌ର ଉତ୍ପତ୍ତିକୁ ନେଇ ପୁଣି ଏବେ ସାରା ବିଶ୍ୱରେ ଚାଲିଛି ଚର୍ଚ୍ଚା । କରୋନା ଭାଇରସର ଉତ୍ପତ୍ତି ଚୀନର ଉହାନ ଲାବ୍‌ରେ ହୋଇଥିଲା । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଖୋଲାଖୋଲି ଏପରି ଅଭିଯୋଗ ଆଣିଥିଲେ । ହେଲେ ଏବେ ବିଶ୍ୱର ଅଧିକାଂଶ ବୈଜ୍ଞାନିକ ଏହାକୁ ସମର୍ଥନ କରୁଛନ୍ତି । ନିକଟରେ ମିଳିଥିବା ଏକ ରିପୋର୍ଟରେ ଉହାନ ଲାବର ଆଶ୍ଚର୍ଯ୍ୟଜନକ ରହସ୍ୟ ଉଦ୍ଘାଟିତ ହୋଇଛି । ସାରା ବିଶ୍ୱ ଗୋଟିଏ କଥାକୁ ନେଇ ଚକିତ ଯେ, ଏହି ଭାଇରସ କେମିତି ନିଜ ରୂପ ବାରମ୍ବାର ବଦଳାଉଛି ?

ଆମେରିକା ବୈଜ୍ଞାନିକମାନଙ୍କର ଗୋଟିଏ ପ୍ରଶ୍ନ, ଗତ ୨୦ ବର୍ଷ ଧରି କେବଳ ଚୀନରୁ ହିଁ କାହିଁକି ଏତେ ଭୟଙ୍କର ରୋଗ ବାହାରୁଛି ? ଏହି ୨୦ ବର୍ଷ ମଧ୍ୟରେ 4 ଜୀବନନାଶକ ରୋଗ କେବଳ ଚୀନରୁ ହିଁ ବାହାରିଛି । ଏହି ରୋଗ ଯୋଗୁ ଅନେକ ଜୀବନ ଯାଇଛି । ଏହି ରୋଗ ମଧ୍ୟରେ ରହିଛିି ସାର୍ସ, ଏବିୟନ ଫ୍ଲୁ, ସ୍ବାଇନ ଫ୍ଲ୍ୟୁ, କରୋନା ଭାଇରସ ।
ଯଦିଓ ସ୍ବାଇନ ଫ୍ଲ୍ୟୁର ଜନ୍ମ ଚୀନରେ ହୋଇ ନ ଥିଲା ତେବେ ଏକଥା ସତ ଯେ, ଚୀନର ମିଟ ମାର୍କେଟକୁ ନେଇ ଅନେକଥର ପ୍ରଶ୍ନ ଉଠିଛି ।

ସାର୍ସ, ଏବିୟନ ଫ୍ଲ୍ୟୁ ଏବଂ କରୋନା ଭାଇରସ ପୁରା ବିଶ୍ୱକୁ ସଙ୍କଟ ମଧ୍ୟକୁ ଠେଲି ଦେଇଛି । ଅନ୍ୟପକ୍ଷେ ଚୀନର ଖାଦ୍ୟ ଅଭ୍ୟାସକୁ ନେଇ ମଧ୍ୟ ପ୍ରଶ୍ନ ଉଠେ । ଜଙ୍ଗଲି ଏବଂ ବିଷାକ୍ତ ଜୀବଙ୍କୁ ମାରି ଖାଇବା ପଛରେ କିଛି ରହସ୍ୟ ଥାଇପାରେ ବୋଲି ଆଶଙ୍କା କରାଯାଉଛି ।

ସାର୍ସ ମହାମାରୀ ୨୦୦୨ରେ ଚୀନରୁ ବାହାରିଥିଲା । ପ୍ରଥମେ ଦକ୍ଷିଣ ଚୀନ୍‌ର ଗୁଆଂଗଡାଙ୍ଗ ଇଲାକାରୁ ଏହି ଭାଇରସ ମିଳିଥିଲା । ୨୦୦୨ ନଭେମ୍ବରରୁ ୨୦୦୩ ଜୁଲାଇ ମଧ୍ୟରେ ଏହା ବିସ୍ଫୋରକ ରୂପ ନେଇଥିଲା । ଏହି ରୋଗ ପରେ ୩୭ ଦେଶକୁ ବ୍ୟାପି ଯାଇଥିଲା ଏବଂ ଏଥିରେ ଶହଶହ ଲୋକ ମରିଥିଲେ । ସବୁଠାରୁ ଅଧିକ ଲୋକ ହଂକଂରେ ମରିଥିଲେ । ହୁ ରିପୋର୍ଟ ଅନୁସାରେ ଏହାର ଡେଥ ହାର ୯.୬ ଥିଲା । କରୋନା ଭାଇରସ ମଧ୍ୟ ସାର୍ସ ପରିବାରର ସଦସ୍ୟ । ଆଜି ବି ସାର୍ସ ଭାଇରସ ମୁକାବିଲା ପାଇଁ କୌଣସି ଟିକା ବା ଔଷଧ ବାହାରିନାହିଁ ।

ଚୀନ୍‌ର ମିଟ୍ ମାର୍କେଟରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ମାଂସ ମିଳିଥାଏ । ସେଥିପାଇଁ ଏଠାରେ ନୂଆ ନୂଆ ଭାଇରସ ବେଶି ବାହାରୁଛି ଓ ବ୍ୟାପୁଛି । ବିଶେଷକରି ଯେଉଁ ମାର୍କେଟରେ ବିଷାକ୍ତ ଜୀବଙ୍କ ମାଂସ ବିକ୍ରି ହେଉଛି ତାହା ବେଶି ବିପଜ୍ଜନକ ।

ସେହିିପରି ଆଭିଆନ ଫ୍ଲୁ ବା ବର୍ଡ ଫ୍ଲୁ ଏକ ଭାଇରାଲ ରୋଗ ଯାହା ପକ୍ଷୀଙ୍କ ଶରୀରରେ ଦେଖିବାକୁ ମିଳିଥାଏ । ବିଶେଷକରି ଏହି ରୋଗ ସଂକ୍ରମିତ କୁକୁଡା କିମ୍ବା ଅନ୍ୟ ପକ୍ଷୀଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ । ଏପରିକି ସଂକ୍ରମିତ କୁକୁଡାଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଲେ ମଣିଷକୁ ମଧ୍ୟ ଡେଇଁଥାଏ । ମଣିଷମାନଙ୍କ ପାଖରେ ଏହା ଆଖି ଏବଂ ନାକ ଜରିଆରେ ବ୍ୟାପିଥାଏ ।
ଏହି ମହାମାରୀର ଅନେକ ଦିନକୁ ଦେଖିବାକୁ ମିଳୁଥିଲେ ହେଁ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଥିବା ଏଚ୫ଏନ୬ ପ୍ରଥମେ ୧୯୯୬ରେ ଚୀନରେ ଦେଖିବାକୁ ମିଳିଥିଲା । ତେବେ ୨୦୦୨ ପରେ ଅନେକ ସ୍ଥାନରେ ବ୍ୟାପିଥିବା ଏଭିଆନ ଫ୍ଲୁର ସ୍ଵରୂପ ଏଚ୫ଏନ୬ ସହ ମିଶୁଛି । ସେଥିପାଇଁ ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଛି, ଏହି ମହାମାରୀର ଉତ୍ପତି ଚୀନରୁ ହୋଇଛି ।

ସେହିପରି  ସ୍ଵଇନ ଫ୍ଲୁ ଗତ କିଛି ବର୍ଷ ଧରି ଅନେକ ଦେଶରେ ଆତଙ୍କ ସୃଷ୍ଟି କରିଛି । ଠିକ୍‌ ସମୟରେ ଚିକିତ୍ସା ନ କଲେ ଏହା ଜୀବନ ନେଇପାରେ । ବିଶେଷ କରି ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଏହା ବିପଦଜ୍ଜନକ । ବିଶେଷକରି ଛୋଟ ପିଲା ଏବଂ ବୟସ୍କମାନେ ଏହି ରୋଗରେ ବେଶି ଆକ୍ରାନ୍ତ ହୋଇଥାନ୍ତି ।

ତେବେ କରୋନା ଭାଇରସ ଏ ସମସ୍ତ ଭାଇରସଠାରୁ ଅଧିକ ଭୟାନକ ରୂପ ନେଇ ଆସିଛି । ଯଦିଓ ଏହି ମହାମାରୀର ଡେଥ ରୋଟ ସାର୍ସ ଏବଂ  ସ୍ଵଇନ ଫ୍ଲ୍ୟୁ ଠାରୁ ଯଥେଷ୍ଟ କମ ଅଟେ ତେବେ ଏହାର ସଂକ୍ରମଣ କ୍ଷମତା ଅଧିକ ।  ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହା ଏପରି ଏକ ମହାମାରୀ ଯାହା ସାରା ବିଶ୍ୱକୁ ହଲାଇ ଦେଇଛି । ଏହି ରୋଗର ଉତ୍ପତି ନେଇ ପଶ୍ଚାତ୍ୟ ଦେଶ ଚୀନକୁ ହିଁ ଦାୟୀ କରିଛନ୍ତି । ବିଶେଷ କରି ଉହାନ ଲାବରୁ ଏହାର ସୃଷ୍ଟି ନେଇ ଅଭିଯୋଗ ଆସିଛି । ଅନେକ ଦେଶ ଏମିତି ଅଭିଯୋଗ ଆଣିଛନ୍ତି ଯେ, ଚୀନ ଏହି ମହାମାରୀ ବିଷୟରେ ତଥ୍ୟ ଲୁଚାଉଛି ଯେଉଁଥିପାଇଁ ଅନ୍ୟ ଦେଶରେ ଏହା ଭୟଙ୍କର ଭାବେ ବ୍ୟାପୁଛି ।

ବିଶେଷଜ୍ଞମାନେ କହିଛନ୍ତି, ନୂଆ ନୂଆ ରୋଗ ଚୀନରୁ ବ୍ୟାପିବାର କାରଣ ହେଉଛି ଏହାର ଫୁଡ ମାର୍କେଟ । ବିଶେଷକରି ଚୀନର ମାଂସ ମାର୍କେଟ ହିଁ ସବୁ ରୋଗର ଉତ୍ପତିର କାରଣ ବୋଲି କୁହାଯାଉଛି । ଚୀନରେ ଅନେକ ଜୀବଜନ୍ତୁଙ୍କ ମାଂସ ମିଳିଥାଏ । ଏପରିକ ଚୀନ ଲୋକେ ସାପ, ଝିଟିପିଟିଠାରୁ ଆରମ୍ଭ କରି ସି ଫୁଡ ନାମରେ ଅନେକ ପ୍ରକାର ସାମୁଦ୍ରିକ ଜୀବର ମାସଂ ଖାଆନ୍ତି । ଚୀନ ମିଟ୍‌ ମାର୍କେଟରେ ଏହା ଖୋଲାଖୋଲି ବିକ୍ରି ହୋଇଥାଏ ।

କାରଣ ଏଠାରୁ ଅନେକ ରୋଗର ଉତ୍ପତ୍ତି ହୋଇଛି ଯାହାର ଭାଇସର ଜୀବଜନ୍ତୁଙ୍କ ମାଂସରୁ ମଣିଷ ଶରୀରକୁ ଯାଇଥାଏ । ତା’ ପରେ ଏହା ଦ୍ରୁତ ଗତିରେ ସଂକ୍ରମିତ ହୋଇଥାଏ । ବିିଶେଷଜ୍ଞଙ୍କ କହିବା ଅନୁଯାୟୀ, ମିଟ୍‌ ମାର୍କେଟରେ ଜୀବଜନ୍ତୁଙ୍କ ମାଂସ ଏବଂ ରକ୍ତ ସହ ମଣିଷ ଶରୀର ସିଧାସଳଖ ସଂସ୍ପର୍ଶରେ ଆସିଥାଏ । ସେଥିପାଇଁ ଭାଇରସ ବ୍ୟାପିବାର ଏହା ସବୁଠାରୁ ବଡ କାରଣ ।

ଏଠି କହିରଖିବୁ, ଇବୋଲୋ ନାମକ ଏକ ଭାଇରସ ଆଫ୍ରିକାରୁ ସୃଷ୍ଟି ହୋଇ ସାରା ବିଶ୍ୱକୁ ବ୍ୟାପିଥିଲା । ଇବୋଲୋ ସିିମ୍ପାଜି ଶରୀରରୁ ମଣିଷ ଶରୀରକୁ ବ୍ୟାପିଥାଏ । ଆଫ୍ରିକାରେ ଲୋକେ ସିମ୍ପାଜି ମାରି ଖାଉଥିବାରୁ ଏହି ରୋଗ ମଣିଷ ଶରୀରରେ ପ୍ରବେଶ କରିଛି ।

You might also like