ନୂଆ କୃଷି ବିଲ୍‌‌କୁ କାହିଁକି ଡରୁଛନ୍ତି ଚାଷୀ ?

ନୂଆଦିଲ୍ଲୀ: ମୋଦି ସରକାର କୃଷି ସମ୍ବନ୍ଧିତ ବିଲ୍‌ ଗୁରୁବାର ଲୋକସଭାରେ ପା‌ରିତ କରିଦେଲେ। ତେବେ ଏହି କୃଷି ବିଲ୍‌କୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ନେତାମାନେ ବିରୋଧ କରିଛନ୍ତି। ଏପରିକି ଏନ୍‌ଡିଏର ସହଯୋଗୀ ଦଳ ଶିରୋମଣି ଅକାଳି ଦଳ ମଧ୍ୟ ଏହାକୁ ବିରୋଧ କରିଛି। ଏହାକୁ ବିରୋଧ କରି ଅକାଳି ଦଳରୁ ଆସିଥିବା କେନ୍ଦ୍ର ମନ୍ତ୍ରୀ ହରସିମରତ୍‌ କୌର ବାଦଲ ଇସ୍ତଫା ଦେଇଛନ୍ତି। କୃଷକ ନେତାମାନେ ମଧ୍ୟ ସରକାରଙ୍କ ଉପରେ କ୍ଷୁବ୍ଧ। ସେମାନେ ଅଭିଯୋଗ ଆଣିଛନ୍ତି, ଏହି ବିଲ୍‌ ସେଇ ଅନ୍ନଦାତାଙ୍କ ସମସ୍ୟାକୁ ବଢାଇ ଦେବ ଯେଉଁମାନେ ଅର୍ଥ ବ୍ୟବସ୍ଥାକୁ ସମ୍ଭାଳିଛନ୍ତି।

କଣ୍ଟ୍ରାକ୍ଟ ଫାର୍ମିଙ୍ଗ (Contract Farming) ରେ କୌଣସି ବିବାଦ ଦେଖାଦେଲେ ଏହାର ସମାଧାନ ବୋର୍ଡରେ କରାଯିବ। ଯେଉଁ ବୋର୍ଡର ସବୁଠାରୁ ଅଧିକ କ୍ଷମତାଧାରୀ ଅଧିକାରୀ ଅଛନ୍ତି ଏଡିଏମ୍‌।

ଏହି ମାମଲାକୁ ନେଇ ପଞ୍ଜାବରେ କୃଷକମାନେ ରାସ୍ତାକୁ ଓହ୍ଲାଇ ଲେଣି। ୪ ରାଜ୍ୟର ବ୍ୟବସାୟୀ ରାଜ୍ୟରେ ଥିବା ମଣ୍ଡିରେ ଆନ୍ଦୋଳନ ଆରମ୍ଭ କରି ଦେଲଣି। କହିବାକୁ ଗଲେ ଏହି ବିଲ୍‌କୁ ବିରୋଧ କରିବା ପାଇଁ କୃଷକ ଏବଂ ବ୍ୟବସ୍ଥାକୁ ଅଣ୍ଟା ଭିଡ଼ିଛନ୍ତି। ହେଲେ କେନ୍ଦ୍ର ସରକାର ଏହି ବିଲ୍‌କୁ କୃଷି କ୍ଷେତ୍ରରେ ସୁଧାର ଆଣିବା ଦିଗରେ ଏହା ଏକ ମାଷ୍ଟର ଷ୍ଟ୍ରୋକ ବୋଲି କହିଛନ୍ତି।

କାହିଁକି ଏହି ବିଲ୍‌କୁ ବିରୋଧ କରୁଛନ୍ତି ? କେଉଁ ଦିଗକୁ ନେଇ ଡରୁଛନ୍ତି ଚାଷୀ ?

ସରକାରଙ୍କ କହିବା ଅନୁଯାୟୀ, କଣ୍ଟ୍ରାକ୍ଟ ଫାର୍ମିଙ୍ଗରେ ଚାଷୀଙ୍କ ପ୍ରତି ବିପଦ କମ୍‌ ରହିବ ଏବଂ ଚାଷୀଙ୍କ ଆୟରେ ସୁଧାର ଆସିବ। ଏହାର ଅର୍ଥ ହେଉଛି, ଏହି ଆଇନ ଅନୁସାରେ କଣ୍ଟ୍ରାକ୍‌ଟ ଫାର୍ମିଂକୁ ଗୁରୁତ୍ୱ ଦିଆଯିବ। ବଡ଼ ବଡ଼ କମ୍ପାନୀ କୌଣସି ବିଶେଷ ଉତ୍ପାଦନ ପାଇଁ ଚାଷୀଙ୍କ ସହ କଣ୍ଟ୍ରାକ୍ଟ କରିବେ। ଦ୍ରବ୍ୟର ମୂଲ୍ୟ ଆରମ୍ଭରୁ ନିଶ୍ଚିତ କରାଯିବ। ଏହାଦ୍ୱାରା ଭଲ ରେଟ୍‌ ନ ମିଳିବାର ସମସ୍ୟା ରହିବ ନାହିଁ।

ହେଲେ ଚାଷୀ ଭୟ କରୁଛନ୍ତି, ଏହି ଆଇନ କାର୍ଯ୍ୟକାରୀ ହେଲେ ନିଜ ଜମିରେ ହିଁ ଚାଷୀ କେବଳ ଶ୍ରମିକ ହୋଇ ରହିଯିବେ। ମୋଦି ସରକାର ପାଶ୍ଚାତ୍ୟ ଦେଶର ଚାଷ ପ୍ରଣାଳୀକୁ ଆମ କୃଷକଙ୍କ ଉପରେ ଲଦିବାକୁ ଚାହୁଁଛନ୍ତି।

କଣ୍ଟ୍ରାକ୍ଟ ଫାର୍ମିଂରେ କମ୍ପାନୀମାନେ ଚାଷୀଙ୍କୁ ଶୋଷଣ କରିବେ। ତାଙ୍କର ଉତ୍ପାଦକୁ ଖରାପ ମାନର କହି ରିଜେକ୍ଟ କରିଦେବେ। ସେହିପରି ବ୍ୟବସାୟୀମାନଙ୍କର ଭୟ ଯେ, ଯଦି ବଡ ବଡ କମ୍ପାନୀ କ୍ଷେତରୁ ଶସ୍ୟ କିଣି ନେବ ତେବେ ସ୍ଥାନୀୟ ବେପାରୀଙ୍କ ଅବସ୍ଥା କ’ଣ ହେବ ? ମଣ୍ଡିକୁ କିଏ ଯିବ ?

ଅନ୍ୟପକ୍ଷେ ସରକାରଙ୍କ କହିବାନୁଯାୟୀ, ଏହି ଆଇନ ଲାଗୁ ହେବା ପରେ ଚାଷୀଙ୍କ ପାଇଁ ସୁଗମ ଏବଂ ମୁକ୍ତ ପରିବେଶ ସୃଷ୍ଟି ହୋଇପାରିବ। ଏହାଦ୍ୱାରା ଚାଷୀ ନିଜ ସୁବିଧାରେ କୃଷି ଉତ୍ପାଦ କିଣିପାରିବେ ଏବଂ ବିକି ପାରିବେ। ‘ଗୋଟିଏ କୃଷ- ଗୋଟିଏ କୃଷି ମାର୍କେଟ’ ହେବ। ଏହାଦ୍ୱାରା କୃଷକଙ୍କୁ ଅଧିକ ବିକଳ୍ପ ମିଳିବ।

ପାନ୍‌ କାର୍ଡ ଧାରୀ କୌଣସି ବ୍ୟକ୍ତି, କମ୍ପାନୀ, ସୁପର ମାର୍କେଟ ଯେକୌଣସି ଚାଷୀଙ୍କ ଜିନିଷ ଯେ କୌଣସି ସ୍ଥାନରୁ କିଣି ପାରିବେ। ମଣ୍ଡି ବାହାରେ କିଣାଯିବ ସେଥିରେ କୌଣସି ପ୍ରକାର ଟାକ୍ସ ଲାଗିବ ନାହିଁ। ହେଲେ କୃଷକଙ୍କ ଡର, ମଣ୍ଡି ମାଧ୍ୟମରେ କିଣାବିକା ନ ହେଲେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ମିଳିଲା କି ନାହିଁ ତାହା ସରକାରଙ୍କ ନିୟନ୍ତ୍ରଣ ରହିବ ନାହିଁ। ତା’ ଛଡା ଏହି ଆଇନ ବଡ କମ୍ପାନୀ ଏବଂ ବଡ ବଡ ବେପାରୀଙ୍କ ସୁବିଧା ପାଇଁ ହୋଇଛି। ସୁପର ମାର୍କେଟ ଏବଂ କମ୍ପାନୀ ଶସ୍ତାରେ ଜିନିଷ ଚାଷୀଙ୍କଠାରୁ କିଣି ବଡ ବଡ ଗୋଦାମକୁ ଅଧିକ ଦରରେ ବିକିବେ।

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like