ଆମେ କାହିଁକି ପାଳନ କରୁ ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା ।  ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସରାକରୀ ଓ ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ଜାତୀୟ ପତକା ଉତ୍ତୋଳନ କରାଯାଏ । ତିନୋଟି ରାଷ୍ଟ୍ରୀୟ ଦିବସ ମଧ୍ୟରୁ ଗଣତନ୍ତ୍ର ଦିବସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିଦିନ ରାଷ୍ଟ୍ରପତି ପତାକା ଉତ୍ତୋଳନ କରିଥାଆନ୍ତି।

ସ୍ୱାଧୀନତା ପାଇବାର ପ୍ରାୟ ଅଢେଇ ବର୍ଷ ପରେ ଭାରତ ନିଜ ସମ୍ବିଧାନ ପ୍ରଣୟନ କରିବାରେ ସକ୍ଷମ ହୋଇଥିଲା । ପ୍ରାୟ ୨ ବର୍ଷ ୧୧ ମାସ ଏବଂ ୧୮ ଦିନ ପରେ ୧୯୫୦ ମସିହା ଜାନୁଆରୀ ୨୬ରେ ସଂସଦରେ ଭାରତୀୟ ସମ୍ବିଧାନ ଅନୁମୋଦନ ଲାଗି କରିଥିଲା। ପରେ ଭାରତ ଗଣତାନ୍ତ୍ରିକ ଗଣରାଜ୍ୟ ଭାବରେ ନିଜକୁ ଘୋଷଣା କରିଥିଲା।

ନୂଆଦିଲ୍ଲୀରେ ଗଣତନ୍ତ୍ର ଦିବସ ସମାରୋହ ପାଇଁ ଏକ ମାସ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ । ଏହି ସମାରୋହରେ ବିଭିନ୍ନ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳେ।

ପରେ ଜଳ, ସ୍ଥଳ ଓ ବାୟୁ ସେନାର ଯବାନମାନଙ୍କ ପ୍ୟାରେଡ ଏବଂ ବିଭିନ୍ନ ଦୁଃସାହାସିକ କୌଶଳ ପ୍ରଦର୍ଶନ କରାଯାଇଥାଏ । ଗଣତନ୍ତ୍ର ଦିବସର ୩ ଦିନ ପରେ ଜାନୁଆରୀ ୨୯ରେ ଜାତୀୟ ପତକା ଅବତରଣ ଉତ୍ସବ ଅନୁଷ୍ଠିତ ହୋଇଥାଏ ।

ଚଳିତ ବର୍ଷ ବଦଳିବ ଗଣତନ୍ତ୍ର ଦିବସ ପରମ୍ପରା

୧୯୭୩ ମହିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଇଣ୍ଡିଆଗେଟ ସ୍ଥିତ ‘ଅମର ଯବାନ ଜ୍ୟୋତି’ଠାରେ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରମ୍ପରା ଆରମ୍ଭ କରିଥିଲେ। ଯାହା ଗତବର୍ଷ ପର୍ଯ୍ୟନ୍ତ ଚାଲୁଥିଲା। ‘ଅମର ଯୱାନ ଜ୍ୟୋତି’ଠାରେ ୧୯୭୧ ପାକିସ୍ତାନ ସହ ଯୁଦ୍ଧରେ ସହିଦ ଯୱାନଙ୍କ ଉଦ୍ଦେଶ୍ୟରେ ନିର୍ମାଣ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ୨୦୨୦ ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପରମ୍ପରା ଭାଙ୍ଗି ଗତବର୍ଷ ନିର୍ମାଣ କରାଯାଇଥିବା ଜାତୀୟ ଯୁଦ୍ଧ ସ୍ମାରକୀ ଯାଇ ସେଠାରେ ଅମର ଯୱାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ସୂଚନା ରହିଛି। ତେବେ ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥାଏ ସାରା ଦେଶ।

 

 

You might also like