କାହିଁକି ଭୋଟ୍‌ ଦେଲେନି ଦିଗ୍‌ବିଜୟ ସିଂହ

ଭୋପାଲ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ ୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରେ ମଧ୍ୟପ୍ରଦେଶର ୮ଟି ଆସନ ରହିଥିବା ବେଳେ ଭୋପାଲରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ନିଜେ ଭୋଟ୍ ନଦେବା କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ପରାଜୟ ଭୟରେ ସେ ଭୋଟ୍ ଦେବାକୁ ଗଲେନି ବୋଲି ବିଜେପି କହିଛି।

ଭୋପାଲରୁ ୧୪୦ କିଲୋମିଟର ଦୂର ରାଜଗଡ଼ର ଏକ ବୁଥ୍‌ରେ ଦିଗ୍‌ବିଜୟ ଭୋଟ୍ ଦେବାର ଥିଲା। ରାଜଗଡ଼ ବି ଏକ ସଂସଦୀୟ କ୍ଷେତ୍ର। ଏମିତିକି ଏହି ଆସନରୁ ଦିଗ୍‌ବିଜୟ ଦୁଇ ଥର ସଂସଦକୁ ନିର୍ବାଚିତ ହୋଇଥିଲେ। ତେବେ  ଦିନ ତମାମ ସେ ଭୋପାଲର ବିଭିନ୍ନ ବୁଥ୍‌କୁ ଯାଇ ସ୍ଥିତି  ସମୀକ୍ଷା କାମରେ ବ୍ୟସ୍ତ ରହି ଦିଗ୍‌ବିଜୟ ଭୋଟ ଦେବାକୁ ନିଜ ବୁଥ୍‌କୁ ଯାଇ ପାରିଲେନି । ସେଥିପାଇଁ ତାଙ୍କୁ ବିଭିନ୍ନ ବର୍ଗରୁ ସମାଲୋଚିତ ହେବାକୁ ପଡ଼ିଛି।

ବିଶେଷ କରି ବିଜେପି ତାଙ୍କୁ ଟାର୍ଗେଟ୍ କରିଛି। ବରିଷ୍ଠ ବିଜେପି ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି, ଦିଗ୍‌ବିଜୟ ସିଂହଙ୍କ ଭଳି ଦେଶର ଜଣେ ବରିଷ୍ଠ ନେତା ନିଜେ ପ୍ରାର୍ଥୀ ହୋଇ ଭୋଟ୍ ନଦେବା ଅତ୍ୟନ୍ତ ନିନ୍ଦନୀୟ କଥା।

ସେହିପରି ବିଜେପି ଆଇଟ୍ ସେଲ୍ ମୁଖ୍ୟ ମାଲବ୍ୟ କହିଛନ୍ତି, ପରାଜୟ ଭୟ ଘାରିଥିବାରୁ ଦିଗ୍‌ବିଜୟ ଭୋଟ୍ ଦେବାକୁ ଯାଇ ନଥିଲେ।

ଅନ୍ୟପକ୍ଷରେ ଭୋଟ୍ ଦେଇ ପାରି ନଥିବାରୁ ଦିଗ୍‌ବିଜୟ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ଆସନ୍ତା ଥରକୁ ଯେପରି ଭୋପାଲରେ ଭୋଟ୍ ଦେଇ ପାରିବେ, ସେ କଥା ସୁନିଶ୍ଚିତ କରିବେ ବୋଲି କହିଛନ୍ତି।

ଏହା ସହିତ ତାଙ୍କୁ ଆଦୌ ପରାଜୟ ଭୟ ଘାରି ନାହିଁ ଓ ସେ ଶତପ୍ରତିଶତ ଜିତିବେ ବୋଲି ଦାବି କରିଛନ୍ତି ଦିଗ୍‌ବିଜୟ।

ଆହୁରି ପଢ଼ନ୍ତୁ

୨୮ ବର୍ଷ ପରେ ଆଜି ହେବ ବାବରି ମସଜିଦ୍ ଭଙ୍ଗା ମାମଲାର ରାୟ ଶୁଣାଣି

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

You might also like