ଇଟାଲି: ଗୋଟିଏ ଦିନରେ ଚାଲିଗଲା ୪୭୫ ଜୀବନ
ରୋମ୍:ଚୀନ୍ର ବୁହାନର ପ୍ରାନ୍ତରେ ଆତଙ୍କ ଖେଳାଇବା ପରେ ଏବେ ଘାତକ କରୋନା ଭାଇରସ୍ ଇଟାଲିରେ ଆତଙ୍କ ଖେଳାଇଛି। ଏଠାରେ ଦିନକୁ ଦିନ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଦେଶରେ ଏବେ ସୁଦ୍ଧା ୩୫,୭୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯୭୮ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ବୁଧବାର ଦିନ ୪୭୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି।
ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇଟାଲୀରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯% ବୃଦ୍ଧି ପାଇଛି। ଅନ୍ୟପକ୍ଷେ ବୁଧବାର ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୫୦୬ ଥିବା ବେଳେ ଗୁରୁବାର ଏହି ସଂଖ୍ୟା ୩୫, ୭୧୩ରେ ପହଞ୍ଚି ଯାଇଛି। ଅର୍ଥାତ ୧୩% ବୃଦ୍ଧି ପାଇଛି। ତେବେ ମୃତକଙ୍କ ମଧ୍ୟରେ ସବୁଠାରୁ ଅଧିକ ୮୦ରୁ ୧୦୦ ବର୍ଷ ବୟସ୍କ ଲୋକ ଅଛନ୍ତି।