ଦିଲ୍ଲୀରେ କାହିଁକି ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା?

ନୂଆଦିଲ୍ଲୀ: ସାରା ଭାରତରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ଦ୍ରୁତ ହାରରେ କମିବାରେ ଲାଗିଛି। କିନ୍ତୁ ଦିଲ୍ଲୀରେ କରୋନାର ନୂଆ ମାମଲା ବଢ଼ିବାରେ ଲାଗିଛି।

ଦିଲ୍ଲୀ ସରକାରଙ୍କ କହିବା ମୁତାବକ ଏବେ ରାଜଧାନୀରେ କରୋନା ଭାଇରସ୍‌ର ତୃତୀୟ ଲହରୀ ଚାଲିଛି। ପ୍ରତ୍ୟେକ ଦିନ ୭ ହଜାରରୁ ଅଧିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି।

ଏହାଛଡ଼ା ବାୟୁ ପ୍ରଦୂଷଣ ଏବଂ କୋଭିଡ୍‌ରେ ବଢ଼ୁଥିବା ଆକ୍ରାନ୍ତଙ୍କ କାରଣରୁ ଦିଲ୍ଲୀ ହସ୍ପିଟାଲରେ ରୋଗୀ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।

ବଢ଼ୁଥିବା କରୋନା ସଂଖ୍ୟାକୁ ନେଇ ବିଶେଷଜ୍ଞମାନେ ସେମାନଙ୍କ ମତ ରଖିଛନ୍ତି। ଦିଲ୍ଲୀରେ ବାୟୁର ଗୁଣବତ୍ତାର ସ୍ଥିତି ଧିରେଧିରେ ବିଗିଡ଼ୁଛି। ସାର୍ବଜୈନିକ ସ୍ଥାନ ବିଶେଷକରି ଜନ ଗହଳି ସ୍ଥାନ ଯଥା ଦୋକାନ, ବଜାରକୁ ଲୋକଙ୍କ ଯିବା ଆସିବା ବଢ଼ୁଛି ଏବଂ ଲୋକଙ୍କ ସୁରକ୍ଷା ପାଇଁ ଜାରି କରାଯାଇଥିବା କଟକଣା ବା ନିୟମକୁ ଠିକ୍‌ ଭାବେ ପାଳନ କରାଯାଉନଥିବା କାରଣରୁ ଦିନକୁ ଦିନ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲାଛି ବୋଲି ବିଶେଷଜ୍ଞ କହିଛନ୍ତି।

ଆରଏମଏଲ୍ ହସ୍ପିଟାଲ୍‌ର ଚିକିତ୍ସା ଅଧୀକ୍ଷକ ରାଣା ଏ.କେ ସିଂ କହିଛନ୍ତି ଯେ, ପ୍ରଦୂଷଣର ମାତ୍ରା ବୃଦ୍ଧି ଏବଂ ପାଣିପାଗରେ ପରିବର୍ତ୍ତନ ହେତୁ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଛି। ଏଥିପାଇଁ ଆଗକୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ବଢ଼ିପାରେ। ଏହାଛଡ଼ା କୋଭିଡ -19 ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବାରୁ ଡାକ୍ତରଖାନାରେ ସିଟ୍‌ର ଅଭାବ ମଧ୍ୟ ପଡ଼ିପାରେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

ୱାନ୍ ନେସନ୍‌ ୱାନ୍‌ ଇଲେକ୍ସନ୍‌ ଦେଶ ପାଇଁ ଆବଶ୍ୟକ; ପ୍ରଧାନମନ୍ତ୍ରୀ

ମରୁଭୂମିରୁ ମିଳିଲା ରହସ୍ୟମୟ ଜିନିଷ; ଲୋକେ କହିଲେ ଅଶୁଭ ସଙ୍କେତ

ଚାଷୀଙ୍କ ପାଇଁ ଦିଲ୍ଲୀ ସୀମା ସିଲ୍‌ ହେଲା; ତଥାପି ଗର୍ଜିଲେ

ଡିସେମ୍ବର ୩୧ ଯାଏ ବିଦେଶକୁ ଉଡ଼ି ପାରିବ ନାହିଁ ବିମାନ

ମନେ ପଡିଲା ୨୬/୧୧ର ସେଇ ଭୟଙ୍କର ସ୍ମୃତି

ଗ୍ରାହକଙ୍କୁ ଆଶ୍ୱସ୍ତି; ଡିବିଏସ୍‌ ଇଣ୍ଡିଆ ସହିତ ମିଶିବ ଲକ୍ଷ୍ମୀ ବିଳାସ ବ୍ୟାଙ୍କ

ଅଫିସରୁ ବିଳମ୍ବରେ ଫେରୁଥିଲେ ସ୍ୱାମୀ; ଅତିଷ୍ଠ ହୋଇ FIR ଦାଏର କଲେ ମହିଳା

ଗୋଲ୍ଡ‌ ମର୍ସିଡିଜ୍‌ କାର୍‌ ଧରି ବୁଲିଲେ ଚାଷୀ

ବିଳମ୍ବିତ ରାତିରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ନିଭାର’, ପ୍ରବଳ ବର୍ଷା

ଆଜି ଭାରତ ବନ୍ଦ: ସକାଳୁ ସକାଳୁ ପିକେଟିଂ, ରାସ୍ତାରୋକ

ଆର୍‌ଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

You might also like