ଲକଡାଉନ: ଭାରତର ଉଦ୍ୟମକୁ WHOର ପ୍ରଶଂସା

ଜେନେଭା: କରୋନା ଜନିତ ମୃତ୍ୟୁ ସଂଖ୍ୟା ଚୀନ, ଇଟାଲି, ଇରାନ, ଆମେରିକାରେ ଉଦବେଗଜନକ ସ୍ଥିତିରେ ଥିବାବେଳେ ଭାରତରେ ସେପରି ସ୍ଥିତ ନାହିଁ । ତଥାପି ସ୍ଥିତି ଗୁରୁତର ହେବା ପୂର୍ବରୁ ଭାରତକୁ ଲକ୍‌ଡାଉନ୍‌ କରି ଦେଇଛନ୍ତି ସରକାର। ଘରୁ ବାହାରିବାକୁ ବାରଣ କରାଯାଇଛି। ସାରା ଦେଶରେ ଏକ ପ୍ରକାର କର୍ଫ୍ୟୁ ଜାରି କରାଯାଇଛି। ଆଶା, ଏହା ଦ୍ୱାରା ସଂକ୍ରମଣକୁ ରୋକାଯାଇ ପାରିବ।
ଭାରତ ନୁହେଁ, ଅନେକ ଦେଶରେ ଏପରି ସ୍ଥିତି ଦେଖା ଦେଇଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ତେବେ ଲକ୍‌ଡାଉନ୍‌ ଦ୍ୱାରା ଯେ କରୋନା ସଂକ୍ରମଣକୁ ସମ୍ପୂର୍ଣ୍ଣ ରୋକା ଯାଇପାରିବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷର କୁହାଯାଇଛି। ଏହାକୁ ରୋକିବାକୁ ହେଲେ ଆମକୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡ଼ିବ।

ଭାରତର ଏପରି ଆଗୁଆ ପଦକ୍ଷେପକୁ ପ୍ରଶଂସା କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ନିର୍ଦ୍ଦେଶକ ଘେବ୍ରେୟସୁସ୍ କହିଛନ୍ତି ବିଶ୍ୱର ଏକାଧିକ ଦେଶ ଏପରି ପଦକ୍ଷେପ ନେଇଛନ୍ତି। ତେବେ ଖାଲି ଲକ୍‌ଡାଉନ୍‌ ଏପରି ବିପଦକୁ ରୋକିବାରେ ସମର୍ଥ ହେବ ନାହିଁ। ଏହି ଲକ୍‌ଡାଉନ୍‌ ଭିତରେ ସଂକ୍ରମିତ ଲୋକଙ୍କୁ ଠାବ କରିବାକୁ ପଡ଼ିବ, ସେମାନଙ୍କର ତୁରନ୍ତ ଟେଷ୍ଟ କରିବା ସହ ଆଇସୋଲେସନରେ ରଖିବାକୁ ପଡ଼ିବ। ଲକ୍‌ଡାଉନ୍‌, ଟେଷ୍ଟ, ଆଇସୋଲେସନ ସହ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ମଧ୍ୟ ମିଳିବା ଆବଶ୍ୟକ। ସେଥିପାଇଁ ଟେଷ୍ଟିଂ ସୁବିଧା ଏବଂ ଆଇସୋଲେସନ ବ୍ୟବସ୍ଥା କରିବାକୁ ମଧ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । କାରଣ ଆକ୍ରାନ୍ତଙ୍କୁ ତୁରନ୍ତ କ୍ୱାରେଣ୍ଟାଇନ୍‌ରେ ନରଖିଲେ ଏତେ ସବୁ ବ୍ୟବସ୍ଥାର କୌଣସି ସୁଫଳ ମିଳି ପାରିବ ନାହିଁ ।

ଏପରି ଗୁରୁତର ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ଗାଇଡଲାଇନ ଜାରି କରାଯିବା ସହ କୁହାଯାଇଛି, ବାହାରେ ସାମଗ୍ରୀ କିଣିବାବେଳେ ଅଯଥା ଭିଡ କରନ୍ତୁ ନାହିଁ। ଶାସନ ବ୍ୟବସ୍ଥା ତଥା ଚିକିତ୍ସା ବ୍ୟବସ୍ଥାକୁ ଗ୍ରହଣ କରନ୍ତୁ।
ତେବେ ଭାରତର ଆଗୁଆ ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିବା ସହ ପୋଲିଓ ସହ ଲଢ଼ି ଭାରତ ପୋଲିଓ ମୁକ୍ତ ଦେଶ ହୋଇ ପାରିଥିବାବେଳେ କରୋନା ବିରୋଧରେ ଆଗୁଆ କଠୋର ପଦକ୍ଷେପ ନେଇ ଥିବାରୁ କରୋନାକୁ ମଧ୍ୟ ଜିତି ପାରିବ ବୋଲି କହିଛନ୍ତି ।
ଆଗୁଆ ପଦକ୍ଷେପ ଯୋଗୁ ଭାରତ କରୋନ ବିରୋଧରେ ଲଢି ନିଶ୍ଚୟ ବିଜୟ ଲାଭ କରିବ -ହୁ

You might also like