ଭାରତରେ ପ୍ରଥମେ କରୋନା ଟିକା ଦେବ କିଏ ?

ନୂଆଦିଲ୍ଲୀ : ଜରୁରୀକାଳୀନ ଉପଯୋଗ ପାଇଁ DCGI ନିକଟରେ ଆବେଦନ କରିଛନ୍ତି ତିନି ତିନିଟି ସମ୍ଭାବ୍ୟ କରୋନା ଟିକା- ଫାଇଜର, କୋଭିସିଲ୍ଡ ଓ କୋଭାକ୍ସିନ । ତେବେ ପ୍ରଥମେ କାହାକୁ କରୋନା ଟିକା ମିଳିବ ଭାରତରେ? ଆଜି ଏନେଇ ସମୀକ୍ଷା କରିବେ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ବା  CDSCO  । ମିଳିଥିବା ସୂଚନା ଅନୁସାରେ, ଏହାର ଏକ ବିଶେଷଜ୍ଞ କମିଟି, ୩ଟି ଯାକ ଟିକା ନିର୍ମାତାଙ୍କ ପ୍ରଦତ୍ତ ତଥ୍ୟ ଅନୁଧ୍ୟାନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏନେଇ ଆଜି କମିଟିର ଏକ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି । ଡିସେମ୍ବର ୪ରେ ଫାଇଜର, ୬ରେ କୋଭିସିଲ୍ଡ ପାଇଁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ୭ରେ କୋଭାକ୍ସିନ ପାଇଁ ହାଇଦ୍ରାବାଦର ଭାରତ ବାୟୋଟେକ୍ ପକ୍ଷରୁ ‌ଆବେଦନ ହୋଇଥିଲା ।  ସେପଟେ ହାଇଦ୍ରାବାଦରେ ପହଞ୍ଚିଛନ୍ତି ୬୪ ଜଣିଆ ବିଦେଶୀ ପ୍ରତିନିଧି ଦଳ ।

ଭାରତରେ କରୋନା ଟିକା ଉତ୍ପାଦନ ସଂକ୍ରାନ୍ତୀୟ ଆଲୋଚନା ପାଇଁ ସେମାନେ ଆସିଥିବା ସୂଚନା ମିଳିଛି ।  ବିଦେଶୀ ଟିକା ମିଶନର ଏହି ମୁଖ୍ୟମାନେ ହାଇଦ୍ରାବାଦରେ ଭାରତ ବାୟୋଟେକ୍ ଏବଂ ବାୟୋଲଜିକାଲ୍-ଇ କଂପାନୀ ମଧ୍ୟ ଏହାରି ମଧ୍ୟରେ ପରିଦର୍ଶନ କରିଛନ୍ତି । ଭାରତ ବାୟୋଟେକରେ ସେମାନଙ୍କୁ କଂପାନୀର ଟିକା ଉତ୍ପାଦନ କ୍ଷମତା ଓ ସୁଯୋଗ ସଂପର୍କରେ ସୂଚନା ଦେଇଛନ୍ତି ଚେୟାରମ୍ୟାନ ତଥା ଏମଡି ଡକ୍ଟର କ୍ରିଷ୍ଣା ଏଲ୍ଲା ।

You might also like