କରୋନା ଆହୁରି ଭୟଙ୍କର ହେବ: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଆଗାମୀ ଦିନରେ ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଯଦି ସବୁ ଦେଶ କୋଭିଡ୍ ନିୟମ ପାଳନ ନ  କରନ୍ତି ତେବେ ବିପଜ୍ଜଜନକ ପରିସ୍ଥିତି ସୃଷ୍ଟି ହେବ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂଗୀନ ପରିସ୍ଥିତି ସୃଷ୍ଟି କରିଛି।

 ବିଶ୍ୱରେ କୋଭିଡ-୧୯ ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି। ସ୍ଥିତିରେ ସୁଧାର ପାଇଁ ସମୟ ଲାଗିବ। ସୋମବାର ଭିଡିଓ କନଫରେନସ ଜରିଆରେ ସେ କହିଛନ୍ତି। ୟୁରୋପ ଏବଂ ଏସିଆରେ କିଛି ଦେଶ କରୋନାକୁ ଦୂର କରିଛନ୍ତି। ହେଲେ ଆଉ କିଛି ଦେଶର ଭୁଲ ରଣନୀତି ପାଇଁ ସଂପୃକ୍ତ ଦେଶ ମାନଙ୍କରେ ସ୍ଥିତିରେ ସୁଧାର ଆସୁନାହିଁ। ନେତା ମାନେ କରୋନାକୁ ନେଇ ଅର୍ଦ୍ଧସତ୍ୟ କହୁଛନ୍ତି। ଯାହାକି ସ୍ଥିତିକୁ ଆହୁରି ଜଟିଳ କରୁଛି।
-ଟେଡ୍ରୋସ ଆଧାନୋମ ଘେବ୍ରେୟେସୁ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)ର ମୁଖ୍ୟ

ଏଯାବତ୍ ଏକ କୋଟି ୩୨ ଲକ୍ଷ ଆକ୍ରାନ୍ତ ହୋଇଥିବା ବେଳେ ୫ ଲକ୍ଷ ୭୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।

ଏପଟେ କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଋଷ୍‌ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ ଦାବି କରିଛି। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ:ସେପ୍ଟେମ୍ବର ସୁଦ୍ଧା ପର୍ଯ୍ୟାପ୍ତ ଭାବେ ଉପଲବ୍ଧ ହେବ କରୋନା ଟିକା