ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ WHOର ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ: କୋଭିଡ୍ ପାଇଁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟ୍ରାଏଲକୁ ଡବ୍ଲୁଏଚ୍ଓର ଗ୍ରୀନ୍ ସିଗନାଲ। ମୃତ୍ୟୁ ହାରକୁ ଦେଖି ପ୍ରୋଟୋକଲରେ କୌଣସି ପରିବର୍ତ୍ତନ ଅମୂଳକ ବୋଲି କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଆଜି ସାମ୍ବାଦିକ ସମ୍ମିଳନୀରେ ଡବ୍ଲୁଏଚ୍ଓ ମୁଖ୍ୟ କହିଛନ୍ତି ଯେ, ଗତ ସପ୍ତାହରେ ହାଇଡ୍ରୋକ୍ସି କ୍ଲୋରୋକୁଇନର ପରୀକ୍ଷାମୂଳକ ପ୍ରୟୋଗକୁ ସାମୟିକ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ଔଷଧର ନିରାପତ୍ତାକୁ ନେଇ ପ୍ରଶ୍ନ ଉଠିବାରୁ ଏହି ନିଷ୍ପତ୍ତି ନିଆଯାଇଥିଲା।

ଡାଟା ସେଫ୍ଟି ମନିଟରିଂ କମିଟି ପକ୍ଷରୁ ଏସଂପର୍କିତ ତଥ୍ୟକୁ ସମୀକ୍ଷା କରାଯାଉଛି। ତେବେ ସଂଗଠନକୁ ମିଳିଥିବା ମୃତ୍ୟୁହାର ତଥ୍ୟକୁ ଦୃଷ୍ଟିରେ ରଖି, ଟ୍ରାଏଲ୍ ପ୍ରୋଟୋକଲରେ ପରିବର୍ତ୍ତନ ଅମୂଳକ ବୋଲି କମିଟି ସଦସ୍ୟମାନେ ସୁପାରିଶ କରିଛନ୍ତି।

ତେଣୁ ଏକ୍ଜିକ୍ୟୁଟିଭ ଗ୍ରୁପ୍ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ରାଏଲ୍ ଜାରି ରଖିବାକୁ ସମର୍ଥନ କରୁଛି। ଏହା ପୂର୍ବରୁ ହାଇଡ୍ରୋକ୍ସି କ୍ଲୋରୋକୁଇନର ପ୍ରୟୋଗ ଉପରେ ଡବ୍ଲୁଏଚ୍ଓର ସ୍ଥଗିତା ଦେଶକୁ ନାପସନ୍ଦ କରିଥିଲା ଭାରତ।

You might also like